ତାମଥ ମନ୍ମଥଖିନ୍ନାଂ ରତିରସଭିନ୍ନାଂ ବିଷାଦସମ୍ପନ୍ନାଂ ।
ଅନଚିନ୍ତିତହରିଚରିତାଂ କଳହାନ୍ତରିତାମୁବାଚ ରହଃ ସଖୀ ।୧।
ରାମକିରୀରାଗଯତି ତାଲାଭ୍ୟାଂ ଗୀୟତେ ।
ହରିରଭିସରତି ବହତି ମୃଦୁପବନେ ।
କିମ୍ପରମଧିକସୁଖଂ ସଖି ଭବନେ ।
ମାଧବେ ମା କୁରୁ ମାନିନି ମାନମୟୈ ।୨। ଧ୍ରୁବଂ
ତାଳଫଳାଦପି ଗୁରୁମତିସରସଂ ।
କିଂ ବିଫଳୀକୁରୁଷେ କୁଚକଲଶଂ ।୩।
କତି ନ କଥିତମିଦମନୁପଦମଚିରଂ ।
ମା ପରିହର ହରିମତିଶୟରୁଚିରଂ ।୪।
କିମିତି ବିଷୀଦସି ରୋଦିଷି ବିକଳା ।
ବିହସତି ଯୁବତୀସଭା ତବ ସକଳା ।୫।
ହରି କଥା ମନେ ଘୋଷି ।୩। କୃଷ୍ଣରେ କଳହ କରି । ଝରଇ ନୟନ ବାରି ।୪। ଏସନ ଦେଖି ସଜନୀ । କହଇ ମଧୁରବାଣୀ ।୫। ଶୁଣ ସଖୀ ବାଣୀ ମୋର । ମାଧବେ ମାନ ନ କର ।୬। ଦେଖ ଏ ବସନ୍ତ କାଳ । ବହଇ ମଳୟାନିଳ ।୭। ଏସନ ସମୟେ ହରି । ଅଇଲା ତୋ ଅନୁସରି ।୮। ଏଥୁ କିସ ଫଳଦେଖି । ଲଭିବୁ ଯେ ସୁଖ ସଖି ।୯। ଏ ତୋର କୁଚ ଯୁଗଳ । ସରସ କି ତାଳଫଳ ।୧୦। ଏହାକୁ ବିଫଳ କରୁ । କୃଷ୍ଣଙ୍କୁ ଅନ୍ତର ଧରୁ ।୧୧। ହରିକଥା କହେ ଯେତେ । ନ ଘେନୁ ହୃଦୟଗତେ ।୧୨। ଗୋବିନ୍ଦ ନ ଛାଡ଼ ମିତ । ତ୍ରିପୁରସୁନ୍ଦର କାନ୍ତ ।୧୩। ବିଷାଦ କିପାଇଁ ମନ । ବିକଳେ କରୁ