ଦେଶବରାଡ଼ୀରାଗାଷ୍ଟତାଳାଭ୍ୟାଂ ଗୀୟତେ ।
ଅସ୍ୟ ଲକ୍ଷଣଂ ।
କୁନ୍ଦେନ୍ଦୁ କାନ୍ତି ତନୁଦେହବଲ୍ଲୀ ଶୁକ୍ଳାମ୍ବରା ସା ପତିତାସୁବେଶୀ ।
ଭର୍ତ୍ତୃଃସ୍ମରନ୍ତୀ ଶୟନେ ବିଦଗ୍ଧା ଆକ୍ଷିଦ୍ୟମାନା ନିଶି ଦେଶିକେୟଂ
ବଦସି ଯଦି କିଞ୍ଚିଦପି ଦନ୍ତରୂଚିକୌମୁଦୀ
ହରତି ଦରତିମତିଘୋରଂ ।୧।
ସ୍ଫୁରଦଧରସୀଧବେ ତବ ବଦନଚନ୍ଦ୍ରମା
ରୋଚୟତି ଲୋଚନଚକୋରଂ ।
ପ୍ରୟେ ଚାରୁଶୀଳେ, ମୁଞ୍ଚ ମୟି ମାନମନିଦାନଂ ।
ସପଦିମଦନାନଳୋ ଦହତି ମମ ମାନସଂ ।
ଦେହି ମୁଖକମଳମଧୁପାନଂ ।୨। ଧ୍ରୁବଂ ।
ସତ୍ୟମେବାସି ଯଦି ସୁଦତି ମୟି କୋପିନୀ ।
ଦେହି ଖରନୟନଶରଘାତଂ
ଘଟୟ ଭୁଜବନ୍ଧନଂ ଜନୟ ରଦଖଣ୍ତନଂ
ଯେ ନ ବା ଭବତି ସୁଖଜାତଂ ।୩।
ସାନନ୍ଦ ପରମାନନ୍ଦ ।୪। ଶୁଣ ଗୋ ସୁନ୍ଦରି ପ୍ରାଣବନ୍ଧୁ ମୋହଠାରୁ ଦୂର କର ମାନ । ନିରତେ କାମଅନଳ ଦହେ ମନ ଦିଅ ମୁଖୁ ମଧୁପାନ ।। କିଞ୍ଚିତ ବଚନ କହ ସଖି ହସି ଦିଶୁ ଦନ୍ତପନ୍ତି ତୋର । ଚନ୍ଦ୍ରକିରଣ ପ୍ରକାଶ କରି ହରୁ ଏ କମତିମିର ଘୋର ।୫। ବେନି ଲୋଚନଚକୋର ମୋର ସୁଧା ଲାଳସେ ଚଞ୍ଚଳ ଅତି । ଉଲ୍ଲସିତେ ତୋର ଚନ୍ଦ୍ରମୁଖ ଟେକି ଚାହିଁଲେ ହୋଇବ ଶାନ୍ତି ।୬। ନିଶ୍ଚୟେ ମାରିବାକୁ ମୋତେ ତୋହର କୋପ ଯେବେ ଅଛି ମନ । ଦିଅ ତୀକ୍ଷ୍ଣଶର ଅପାଙ୍ଗଘାତକୁ ଭୁଜରେ କର ବନ୍ଧନ ।୭। ଦଶନେ ଖଣ୍ତଙ୍କର କଳେବର ଯେହ୍ନେ ତୋଷ ହୁଏ ଚିତ୍ତ । ଏମନ୍ତ ବିବିଧ ପ୍ରକାରେଣ ଦଣ୍ତ ସଖି ତୋର ଯେ ଉଚିତ ।୮। ତୁହି ସେ ମୋହର ଭୂଷଣ ଜୀବନ ତୁହି ଭବସିନ୍ଧୁ ରତ୍ନ । ତୁହି ସେ ନିରତେ ଅନୁରାଗ ।