ପୃଷ୍ଠା:Gobar Gotei (C Mohapatra, 1930).pdf/୧୦୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

ତ କେବେ ଫେରାଇ ଆଣିବ ନାହିଁ । ଦାସୀ ହୋଇ ରହିବି- ତ‌ଥାପି ତାର ପରିବର୍ତ୍ତନ ମୋ ପାଖରେ ଅସମ୍ଭବ । ହିନ୍ଦୁନାରୀର ତାହା ଜାତକରେ ନାହିଁ । ହିନ୍ଦୁନାରୀ ତାହା କିପରି କରିବ ? ୧୧ବର୍ଷଦିନୁ ଯେ ସ୍ନେହରେ କୋଳକୁ ଟାଣିନେଇ ଚୁମ୍ବନ ଦେଇଚି, ସେଇତ ସ୍ମୃତି, ସେଇତ ସତ୍ୟ- ଆଉ କଣ ? ନା, ହେବ ନାହିଁ ପ୍ରଭୁ ! ଆଉ କେତେଦିନ ଚିନ୍ତାନଳରେ ଦଗ୍‌ଧ କରିବ- ଆଉ କେତେଦିନ ପୋଡ଼ି ମାରିବ ?

କେତେ କଣ ତା' ମନରେ ଅଇଲା- ଲେଖିଥିଲେ 'ବିଷାଦତା' ବୋଲି ଖଣ୍ଡେ ବିରାଟ କାବ୍ୟ ହୋଇଥାନ୍ତା । ମାତ୍ର ବ‌ହୁଦିନୁଁ ସେ ଲେଖନୀ ଛାଡ଼ିଥିଲା । ଲେଖିହବାକୁ ତାର ଇଚ୍ଛା ଆଦୌ ହେଉ ନଥିଲା । କଣ କରିବି- କରିବି କଣ ? ପ୍ରଭୁ ଜଗନ୍ନାଥ- ଦୂରେ ଦୂରେ କେତେ ରଖିବଥି, ତାର ତ ହେଲା ମନ୍ତ୍ର- ସେ ଆଉ କବିତା ଲେଖିବ କିପରି ?

(୬)

ଆଖି ବୁଜି ଶେଜରେ ପଡ଼ି ସରୋଜ କାଲି ରାତିରେ ଦେଖି ଆସିଥିବା ସିନେମା କୋମ୍ପାନିର ବାୟସ୍କୋପ- Love reward (ପ୍ରେମ ପ୍ରତିଦାନ) କଥା ଭାବୁଥିଲା । ଦୁଷ୍ଟର ଲେଲିହାନ ଜିହ୍ୱା ପାଖରୁ ବାପ‌ପୁଅ ରୁଷି ବାଳିକାକୁ ଛଡ଼ାଇ ଆଣିଲେ, ତା ପରେ ସେ ଅଳ୍ପ ଦିନରେ ବଡ଼ ଲୋକର ଝିଅ ହୋଇଗଲା । ହାୟ, ସେ କି ସୁନ୍ଦର ! ଯୁବକ ସ‌ହିତ କୁମାରୀର ଅବାଧ ମିଳନ କି ପବିତ୍ର ଭାବରେ ଘଟୁଥିଲା ! ଏହା ଭିତରେ ସେମାନେ ପରସ୍ପର ପ୍ରତି ଏତେ ଭଲ ପାଇଲେ ଯେ, ଜଣେ ଜଣକୁ ନ ଦେଖିଲେ ସମ୍ଭାଳି ପାରିଲା ନାହିଁ । ପିତାଙ୍କ ହାବୁଡ଼େ ଦିନେ ଦୁହଁଏ ପଡ଼ିଲେ । ପିତା ଜଣେ ଜ‌ଜ- ସେ ବାଳିକାକୁ ଘରୁ ବାହାର କରିଦେଲେ,