ଗୋବର ଗୋଟେଇ
ସଙ୍ଗେ ତାକୁ କୋଡ଼କୁ ଟାଣିନେଲେ । ମାତ୍ର ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଗଲା ଶ୍ୟାମବାବୁଙ୍କ ଉପରେ । ସେ ଚମକିପଡ଼ି କହିଲେ "ସେ କିଏ ମଣି ?" "ମା ସେ ଆମର ଅତିଥି । ସେ ବଡ଼ ଲୋକ । ମଁ ତୋଟାଭିତରେ ଭୟରେ ଜଡ଼ ସଡ଼ ହୋଇ ଯେବେ ଛାନିଆ ହୋଇଯାଉଥିଲି, ତେତିକିବେଳେ ସେ ମୋତେ କୋଡ଼ରେ ଧରି ମା' ଛିଡ଼ା ହୋଇଥିଲେ, ଆଉ ଆଜି ଆମ ଘରେ ରହିବେ । ବାବୁ, ଆସି ଏଣିକି ।"
ପ୍ରଥମେ ପ୍ରଥମେ ବୁଢ଼ୀ ଶ୍ୟାମବାବୁଙ୍କ ନିକଟରେ ବଡ଼ ସଙ୍କୁଚିତ ହେଲେ; ମାତ୍ର ଶ୍ୟାମବାବୁ ଯେତେବେଳେ କହିଉଠିଲେ- "ମା, ମୁଁ ତୁମର ପରିଚୟ, ତୁମର ଅବସ୍ଥା, ସମସ୍ତ କଥା ଏହି ତୁମର ସ୍ନେହମୟୀ ମଣିଠୁ ଶୁଣିଚି । ତୁମେ ଦେବତା, ତୁମକୁ ନମସ୍କାର । ଏହି ବାଳିକା ଯୋଗେ ମୁଁ ଆଜିବାଟ ପାଇଚି, ନଚେତ୍ କି ଅବସ୍ଥା ଯେ ଏ ରାତିରେ, ଭୋଗିଥାନ୍ତି ତା' କଣ କହିବି ?"
ବୃଦ୍ଧା କ୍ଷୀଣ ବାଷ୍ପାକୁଳିତ କଣ୍ଠରେ ତାଙ୍କର ପରିଚୟଟି ଜାଣିବାକୁ ଇଚ୍ଛା କରିବାର ଆଭାସ ଦେବା ଆଗରୁ ଶ୍ୟାମବାବୁ ନିଜର ସୂକ୍ଷ୍ମ ବୁଦ୍ଧିରେ କଥାଟା ଜାଣିପାରି କହିଲେ- "ମୋର ପରିଚୟ ଜାଣିବାକୁ ଆପଣ ଇଚ୍ଛା କରୁଛନ୍ତି । ଆପଣ ଜାଣିଥିବେ, ଏହି ଇଲାକାରେ ଶ୍ୟାମବାବୁ ଡିପୋଟି ବୋଲି ସରକାରୀ କର୍ମଚାରୀ ବେଳେବେଳେ ଗସ୍ତରେ ଆସନ୍ତି, ମାଲିମୋକଦ୍ଦମା ବୁଝନ୍ତି । ମୁଁ-
ବୁଢ଼ୀ ଝଟକରି ପିଲାଟିକୁ ଧରି ଗୋଡ଼ତଳେ ପଡ଼ିଗଲେ । "ଆହା, କି ପୁଣ୍ୟ କରିଥିଲି- ମୋ ଦୁଆରକୁ ମୋ ରଜା ଆସିଚନ୍ତି- ମୋ ହାକିମ ଆସିଚନ୍ତି ?"- କହି ବୁଢ଼ୀ କାନ୍ଦିପକାଇଲେ । ଶ୍ୟାମବାବୁ ଧଡ଼ପଡ଼ ହୋଇ ବୁଢ଼ୀଙ୍କୁ ତଳୁ ଉଠାଇପକାଇ କହିଲେ- "ଏ କଣ ମା, ତୁମେ ମୋର