ଗୋବର ଗୋଟେଇ
ଗୋବର ଗୋଟେଇ ଗୋବର ଗୋଟେଇ ଡାକନ୍ତି । ମୁଁ କାହାକୁ କିଛି କହେ ନାହିଁ- ଦିନେ ମୁଁ ଗୋବର ସତକୁ ସତ ଗୋଟାଉଚି ମୋତେ ପଞ୍ଝାଏ ପିଲେ ଗୋବର ଗୋଟେଇ ଲୋ, ଗୋବର ଗୋଟେଇ ଲୋ- ବୋଲି ଭାରି ଚଳାଇଲେ । ମୁଁ ଗୋବର ଗୋଟାଉଥାଏ । ଏହି ସମୟରେ ତେଣୁ ପଞ୍ଝାଏ ପିଲା ୬ କି ୭ ଜଣ ହେବେ ସବୁ ବାବୁ ବାବୁ ପିଲା ଆସି ପହଞ୍ଚି ସେ ପିଲାଙ୍କୁ ଧମକ ଦେଇ ପଚାରିଲେ "କାହାକୁ ଗୋବରଗୋଟେଇ ବୋଲି କହୁଚ ?" ସେମାନେ ଭୟରେ କିଛି ନ କହି ପଳାଇବାରୁ ମୋ ପାଖକୁ ଆସି ପଚାରିଲେ- ତୋର ନାଁ କଣ ? ତୋର କିଏ ଅଛି ? ତୋତେ ଗୋବରଗୋଟେଇ କିଆଁ ଏସବୁ କହୁଚନ୍ତ ? ସେଠୁଁ ମୁଁ କହିଲି- "ଆମେ ଭାରୀ ଗରିବ । ବାବୁ, ମୋର ବାବା ଭାଇ ମରି ଗଲାରୁ ଚୋର ପଶି ଆମ ଘରୁ ସବୁ ଚୋରି କରି ନେଇଗଲା । ସେଇଥିପାଇଁ ଆମେ ବଡ଼ ଗରିବ ହେଲୁଁ । ମୋର ମା ମରିଗଲା । ଆଉ ମୋର ଗୋଟିଏ ବୁଢ଼ୀ ମା ଅଛି, ଆଉ ମୁଁ । ଆମକୁ ତ ଏଠି କିଛି ମିଳୁ ନାହିଁ । ଆମେ ତ ଭିକ ମାଗିବୁନାହିଁ, ଆମର ତ ଜମି ବାଡ଼ି ସବୁ ଖଜଣା ଦିଆହେଲା ନାହିଁ ବୋଲି ଜମିଦାରମାନେ ନିଲାମ କରି ନେଲେ, ଆମେ କେମିତି ଚଳିବୁଁ ? ମୁଁ ଗୋବର ଗୋଟେଇ ନିଏ ଯେ ତାକୁ ଘସି ତିଆରି କରୁଁ । ଆଉ ସୁତା କାଟେ ମୋର ବୁଢ଼ୀ ମା । ସେ ଘସି ଆଉ ସୂତା, ଆମ ଘରକୁ ଗୋଟେ ବେପାରୀ ଆସି ପଇସା ଦେଇ ଆମଠୁଁ ନିଏ- ଆମେ ସେଥିରେ ଚଳୁଁ । ଏ ଗାଁରେ ସମସ୍ତେ ଧନୀ ଯେ ଆମକୁ ଏମିତି ଏମିତି ଚଳାନ୍ତି- ଚିଡ଼ାନ୍ତି । ମୁଁ ଏତିକି କହି କାନ୍ଦି ପକେଇଲି ।"
ସେଠୁ ସେ ସବୁ କାନ୍ଦି କାନ୍ଦି ମୋତେ ପଚାରିଲେ ତୋ ବୁଢ଼ୀମାଆକୁ କେତେ ବର୍ଷ ?