ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗ୍ରନ୍ଥର ତାଲିକା ଓ ବର୍ଣ୍ଣନୁକ୍ରମିକ ସୂଚୀ ତିଆରି ହୋଇଗଲା, ଫଟୋରେ ନମ୍ବର ଲାଗି ସେ ସବୁ ଏକାଠି ରହିଲା । ଭାଗ୍ୟକୁ ମତେ ଜଣେ ଭଲ ପ୍ରକାଶକ ବି ମିଳିଗଲେ ଏବଂ ମୁଁ ତାଙ୍କୁ ମୋର ପାଣ୍ଡୁଲିପିଟି ଦେଇସାରି ଏଇ ଦୁଃସହ କାମଟିରୁ ମୁକ୍ତି ପାଇଥିବାରୁ ସ୍ୱସ୍ତିର ନିଶ୍ୱାସ ନେଲି ।

କିନ୍ତୁ ସ୍ୱସ୍ତି ବୋଧହୁଏ ମୋର ଭାଗ୍ୟରେ ନ ଥିଲା କାରଣ କିଛି ମାସ ପରେ ମୁଁ ଟେଲିଫୋନ ପାଇଲି ମୋର ପ୍ରକାଶକଙ୍କ ସଂପାଦିକାଙ୍କ ପାଖରୁ । ସେ ଚାହୁଁଥିଲେ ବହି ବିଷୟରେ ମୋ ସହିତ ଆଲୋଚନା କରିବେ । ତାଙ୍କ ଅଫିସରେ ପହଞ୍ଚି ମୁଁ ଦେଖିଲି ଯେ ବହି ଛପା କାମ ଆରମ୍ଭ ହୋଇଯାଇଛି ଓ ସଂପାଦିକା ସୁଜାନ ତା’ର ପ୍ରୁଫ୍ ଧରି ବସିଛନ୍ତି । ଏଇ ଇଂରେଜ ଭଦ୍ରମହିଳାଙ୍କର ଜଣେ ଦକ୍ଷ ସଂପାଦିକା ଭାବରେ ନାଁ ଥିଲା, ଏବଂ ତାଙ୍କ ସହିତ କଥାବାର୍ତ୍ତାରୁ ମୁଁ ଜାଣିଲି ଯେ ସେ ମୋ ବହିଟିକୁ ତନ୍ମତନ୍ମ କରି ପଢ଼ିଛନ୍ତି ଏବଂ ବିଷୟଟିର ସୂକ୍ଷ୍ମାତିସୂକ୍ଷ୍ମ ଦିଗ ବିଷୟରେ ସେ ସଂପୂର୍ଣ୍ଣ ଅବହିତ । ସେ ମତେ ବହିର ପୁଫ୍ ଦେଲେ ଯେଉଁଥିରେ ବିଭିନ୍ନ ଜାଗାରେ ଥିଲା ମନ୍ତବ୍ୟ ଓ ପ୍ରଶ୍ନଚିହ୍ନ । ମୁଁ ପଢ଼ି ଦେଖିଲି ଯେ ସେ ସବୁ ଅତି ଯଥାର୍ଥ ଥିଲା । ମୁଁ ତାକୁ ଘରକୁ ଆଣି ମୋର ଲେଖାରେ ଯଥାଯଥ ଅଦଳବଦଳ କଲି ଏବଂ ମନେମନେ ସୁଜାନଙ୍କୁ ଧନ୍ୟବାଦ ଦେଲି ମୋର ବହିକୁ ଏପରି ଭାବରେ ସୁଧାରିଥିବାରୁ ।

ଏଇ ସଂଶୋଧିତ ପୁଫ୍‌କୁ ନେଇ ମୁଁ ଯେତେବେଳେ ତାଙ୍କୁ ଭେଟିଲି, ସେ ମତେ ଆଉ ଗୋଟିଏ କାଗଜ ବଢ଼ାଇ ଦେଲେ । ଏଇଟି ମୋର ମୂଳ ପାଣ୍ଡୁଲିପି ଥିଲା, ଯାହାର ଏଇ ଅଂଶଟି ଉପରେ ଦାଗ ଦିଆଯାଇଥିଲା : ଇନ୍ଦ୍ରଦ୍ୟୁମ୍ନ କହିଲେ, ଆପଣ ବର୍ତ୍ତମାନ କହିଲେ ଯେ ସ୍ନାନଯାତ୍ରା ପରେ ଜଗନ୍ନାଥ ଗୋଟିଏ କୋଠରୀରେ ବାଉଁଶ ବାଡ଼ ଘେର ଭିତରେ ପନ୍ଦର ଦିନ ରହିବେ; କିନ୍ତୁ ଯେତେବେଳେ ଠାକୁର ଦୃଶ୍ୟ ହେବେ ନାହିଁ, ସେ ସମୟରେ କିପରି ପୂଜା ଉପଚାର ହେବ, ହେ ଦେବାଧିରାଜ, ସେ ବିଷୟରେ ଆପଣ କହିଲେ ନାହିଁ । ବ୍ରହ୍ମା କହିଲେ, ହେ ବିଜ୍ଞ ରାଜନ, ସ୍ନାନ ପୂଜା ଶେଷରେ ଏହି ବାଉଁଶ ବାଡ ଉପରେ ସୂକ୍ଷ୍ମ ବସ୍ତ୍ର ଲଗାଇ ତା ଉପରେ ପୂଜା ପାଇଁ ବଳରାମ, ସୁଭଦ୍ରା ଓ ଜଗନ୍ନାଥଙ୍କର ପ୍ରତୀକ ତିନୋଟି ପଟ ରଖାଯିବ ।

ଏଇ କେତୋଟି ଧାଡ଼ି ପଢ଼ି ସାରି ମୁଁ ତାଙ୍କ ମୁହଁକୁ ଅନାଇଲି । ସେ କହିଲେ, ପର ପୃଷ୍ଠାରେ ଆପଣ ଲେଖିଛନ୍ତି ରାତିରେ ଚିତ୍ରକାର ସେବକଙ୍କ ଦୁଆରକୁ ଘଣ୍ଟ ଛତା କାହାଳୀ ନେଇ ପଟୁଆର ଯାଏ ଓ ସେଠାରୁ ପଟି ଦିଅଁ ବିଜେ ହୋଇ ମନ୍ଦିରକୁ ଆସନ୍ତି । ମୁଁ ଭାବୁଛି ଏଇଟି ଆପଣଙ୍କ ବହିର ଏକ ବିଶେଷ ପ୍ରାମାଣିକ ଅଂଶ, କାରଣ ଆପଣ କହୁଛନ୍ତି ପନ୍ଦର

୫୧. ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ