ପୃଷ୍ଠା:Kali kirti chautisa.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କ୍ଷମା-କ୍ଷୀରାବ୍ଧି, କ୍ଷୁବ୍ଧ-ଜନ-ତାରିଣି,
‘କ୍ଷୀଣ’କୁ ‘କ୍ଷେମ’ ଦେଉ କ୍ଷୁଧାହାରିଣି ,
କ୍ଷୁଦ୍ର 'ଭୁବନେଶ୍ବର ଏ କବିବଲ୍ଲଭ’ର
କ୍ଷେମ ତୋ’ ହାତେ ସଦା କ୍ଷମାକାରିଣି !

ସମାପ୍ତ ।
ପ୍ରାଞ୍ଜଳ ଶବ୍ଦାର୍ଥ:-
( ୧ ) କପାଳମାଳୀ-=ମୁଣ୍ତମାଳାଧାରିଣୀ ।
କଲ୍ୟାଣ = ମଙ୍ଗଳଦାନ; ହିତ ସାଧନା । ଲବେ =
ଅଳ୍ପ ଟିକିଏ । କବଚ = ସାଞ୍ଜୁ (୧) ଖେଦ = ଶୋକ,
ବା ଦୁଃଖରୁ । ବିତରୁ = ଦାନକରୁ । ଖଲାସ = ମୁକ୍ତି
ଶୀବାନୀ = ( ଦୁ;ସ: ) । ଦଣ୍ଡ = ଶିକ୍ଷା; ତାଡ଼ନା ।
ଖଦ୍ୟୋତ= ଜୁଳ୍ମକୁଳା ପୋକ । ବତ = ସଦୃଶ ;
ପରି । ଖ୍ୟାତି = ଯଶ । ଭବ-ଭବାନୀ = ଶିବପ୍ରିୟା ।
(୩ ) ଗରଥର =ସର୍ପ (ବି:ଚି: } ଗରଧର-ଧାରି =