ପୃଷ୍ଠା:Kali kirti chautisa.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଲୋଚନୀ, ରାଜରାଜେଶ୍ୱରୀ, ରୁଦ୍ଧିଦା, ଜୃମ୍ଭିଣୀ ରାକା (ଦୁ:ସ:) । ରୁଦ୍ରାଣୀ । (ଆକୋ) । ରଗାଇଲିଣି = ରାଗାନ୍ୱିତା କଲିଣି । ରସାଶୋଭିନୀ = ବସୁନ୍ଧରା-ମଧ୍ୟରେ ଶୋଭାବତୀ । (୨୮) । ଲେଷଡ଼ା-ଲୋକ-ଲତେ = ନିର୍ଲ୍ଲଜ୍ଜ ଲୋକଙ୍କ ଠିଆଗୋଇଠା ଖାଇବାକୁ ସୁଦ୍ଧା। ସ୍ପୃହାଲେଲିଣି = ଗ୍ରହଣେଚ୍ଛା ପ୍ରକାଶ କଲିଣି । ଲୁହ ଲିପ୍ତ ଲାପନ = ମୋ'ର ଲୋତକ ଲିପା ହେବା ମୁଖ । ଲୁହା କଲିଣି = ଲୁହା ଯେପରି ପିଟା ବାଡ଼ି ଏ ଯିବାକୁ ଚିର ପ୍ରସ୍ତୁତ‌ଥାଏ, ମୁଁ ତ‌ଥା ମୋ' ନିର୍ଲ୍ଲଜ୍ଜ ମୁହଁଟାକୁ ଦେଖାଇବାକୁ ସଙ୍କୋଚ ଅନୁଭବ କରୁନାହିଁ । ଏଥର = ଏ ଉତ୍ତାରୁ । ଲେଲିହାନ ବିଷର ଲେଶ = ସର୍ପ ବିଷରୁ ଟିକିଏ । ଲେହି ବିକି = ଚାଟି ଖାଇବିକି ? ଲୋକଙ୍କ ଆଗେ = ପ୍ରକାଶ୍ୟ ଭାବରେ; ଜଗଜ୍ଜନଙ୍କ ସମକ୍ଷରେ । ବିଶ୍ୱ ତୋରିଣୀ = ସଂସାରର ସନ୍ତୋଷଦାନ‌କାରିଣୀ । (୨୯) ଶାନ୍ତିପ୍ରେଷିଣୀ = ସୁଖ ସ୍ୱଚ୍ଛନ୍ଦ୍ୟ ପ୍ରେରଣ-