ପୃଷ୍ଠା:Kali kirti chautisa.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନ‌ଗରୀ-ନବୀନାଙ୍କ ନିତ୍ୟ-ବନ୍ଦିନି !
ନିତ୍ୟା ! ନିର୍ଗୁଣା ମାତ ବନ୍ଦ-ନନ୍ଦିନି!
ନାରସିଂହି ! ବଳେଶି! ଭବାଅନି ! ଭୁବନେଶି !
ନନ୍ଦା ! ସୁନନ୍ଦା ! ଚିଦାନନ୍ଦ-ରୂପିଣି ! ।୨୦।

ପୁଣ୍ୟଦା ! ପବିତ୍ରିକା ! ବାଣି ! କଲ୍ୟାଣି !
ପାରବତି । ପଣ୍ତିତାଳୟ-ବାସିନି !
ପ୍ରଜ୍ଞା ! ଭୌମି ! ତାମସି ! ପଞ୍ଚାସ୍ୟେଭ୍ରମୁ ବସି
ପଞ୍ଚମା  ! 'ପ୍ରଭୁ-ପଞ୍ଚନନ'-କାମିନି ! ।୨୧।

ଫିରିଆଦ ତୋ'ଠି କରି କାତ୍ୟାୟନି !
ଫଳ ଫସରଫସା ମୁଁ ଲଭିଲିଣି !
'ଫାଜିଲାମି' ଫେଇବା - ଉପାୟ କି ଏ ଶିବା?
'ଫନ୍ଦା' ତୁ ପାରାବାର-ପାରକାରିଣି ! ।୨୨।

ବଖାଣିଲିଣି ବ‌ହୁତ ଦୁଃଖ ଆଣି;
ବଜ ବଜ ହୋଇ ବିରକ୍ତ କଲିଣି ;