ପୃଷ୍ଠା:Kali kirti chautisa.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

'ବଡ଼' ତୁ ପରା ମାତ ! 'ବାଡ଼ି-ବାନ୍ତି-ବସନ୍ତ'
ବଧିବା-'ବିଧାବସା' ଜାଣୁ ଯାମିନି ! ।୨୩।

ଭବାନି ! ଭବାନିକା ! ଭୌମି ! ଭାବିନି !
ଭୀମା ! ଭୈରବି ! ଭୁଷ୍ୟା ! ଭ୍ରମ‌ଭଞ୍ଜିନି !
ଭାର୍ଗବି ! ଭଗବତି ! ଭୂ-ନୀଳସରସ୍ୱତି !
ଭର୍ଗା ! ଭ୍ରାମରି ! ବନ୍ଦ୍ୟା ! ତପା ! ତାପିନି ! ।୨୪।

ମଙ୍ଗଳେ ! ମହେଶ-ମହିଷି ! ମାନିନି !
ମହିଷାସୁର-ମରଦିନି ! ମୋହିନି !
ମଣ୍ତିତା ! ମହାଦେବି ! ମହାମୁଦ୍ର । ମାଧବି ।
ମାୟା-ବତି, ମାତୃକା, ମା ମନସ୍ୱିନି, ।୨୫।

ଯତି, ଯମୁନା, ଜ୍ଜ୍ୱାଳାମୁଖି । ଯାମିନି !
ଯେତେ ଯତନ କଲି ଦିନ-ଯାମିନୀ,
'ଯାତନା-ଯାତୁଧାନ' କଲା ବ୍ୟାଧି-ବିଧାନ
ଯୋଗମାୟା, ଗୋ ଜଗନ୍ନାଥ ରୂପିଣି ! ।୨୬।