ପୃଷ୍ଠା:Kathalahari (RN Das, 1927) opt.pdf/୩୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୩
ଡାଳିମ୍ବରୁମର କଥା ।

ଭଉଣୀ, ଆସ ଜଲଦି ତେଣେ ମୋ ପୁଅ କାନ୍ଦୁଥିବ, ଆସ ଖାଲି ନଖ ତୋଳି ଦେଇ ଯାଇଥିବି, କାଲି ପୁଅକୁ ଘେନିକରି ଆସିବି ଯେ ଅଳତା ଲଗାଇ ଦେଇଯିବି । ତର୨ ହୋଇ ନଖ ତୋଳି ଦେଇ ସେ ଦିନ ଗଲା ବାହାରି । ତହିଁ ଆରଦିନ ପୁଅକୁ ଘେନି କରି ଆସିଲା । ପୁଅକୁ ଶିଖେଇଥାଏ, ବଡ଼ରାଣୀ ବେକରେ ଯେଉଁ ହାର ଅଛି ମୁଁ ତାକୁ ମାଗିବି ଦେଖିବାକୁ ସେ ମତେ କାଢ଼ିକରି ଦେଖିବାକୁ ଦେବ ଯେତେବେଳେ, ତେତେବେଳେ ତୁ କଣ କରିବୁ ହାରକୁ ଛଡ଼େଇ ନେଇଯିବୁ ମୋ ହାତରୁ ଧରିବୁ, ମୁଁ ତୋହ ହାତରୁ ଆଣିଲାବେଳକୁ କାନ୍ଦିବୁ ଯେ ମୁଁ କହିବି ଥାଉ ପିଲା କାନ୍ଦୁଚି ଆଜି ନେଇ ଯାଇଥାଉ; କାଲି ବୁଝିଗଲେ ମୁଁ ଦେଇ ଯିବି । ବଡ଼ରାଣୀଙ୍କ ନଖ ତୋଳି ବସିଚି, ବେକକୁ ଅନାଇ ଦେଲା କହିଲା ସାନ୍ତାଣି ଏ ହାର କୋଉଠୁ ଆଣିଥିଲ, ୟାକୁ କୋଉ ଦେଶବଣିଆ ଗଢିଛି ? ଏତ ଆମ ଦେଶ ଗଢ଼ାପରି ଦିଶୁ ନାହିଁ । ବଡ଼ରାଣୀ କହିଲା ୟାକୁ ଆମ ବାପ ଘରଆଡ଼ ବଣିଆ ଗଢ଼ିଛି । ଏ କହିଲା ଦେଖି ସାନ୍ତାଣି ଏ କେମନ୍ତି ? ବଡରାଣୀ ବେକରୁ ବାହାର କରି ଦେଲା । ଏ ଦେଖୁ୨ ପୁଅ ଛଡାଇ ନେଇ ଧରିଲା । ଧରିଥାଏ,ଏ ନଖ ତୋଳିସାରିଲା , ଅଳତା ଲଗାଇ ଦେଇ ସାରିଲା ପୁଅକୁ କ‌ହିଲା‌ ତାଙ୍କ ହାର ଦେ ଆମର ଘରକୁ ଯିବା । ପୁଅ ଆଉ ଛାଡ଼ିଲା ନାହିଁ, କାନ୍ଦିକରି ଗଡ଼ିଲା । ଏ କ‌ହିଲା ଦେଉତ ନାହିଁ , ମୁଁ ଘରକୁ ନେଇ ଯାଉଚି କାଲି ସକାଳୁଁ ହାର ଦେଇଯିବି ବୁଝିଗଲେ । ରାଣୀ କ‌ହିଲେ ହ‌ଉ ନେ । ଏ ହାର ନେଇ ଆସିଲା ବାହାରି, ଆଉ ଫେରାଇ ଦେଲା ନାହିଁ । ସେହି ଦିନଠାରୁ ଡାଳିମ୍ବକୁମର ସର୍ବଦା ଜୀଇଲା ଆଉ ମଲା ନାହିଁ । ରାଜାଙ୍କର ମାଳୀ ଯାଏ ସେଠାକୁ ଫୁଲପାଇଁ ସବୁ ଦିନେ, ଯାହା ନିଃଶବ୍ଦ ହୋଇଥିଲା ସେଠାର, ଏବେ ସର୍ବଦା ଗ‌ହଳଚ‌ହଳ ଲାଗିବାର ଶୁଣିଲା