କଲା ଖୋଳଟିକି ନିଆଁ ଲଗାଇ ପୋଡ଼ିଦେଲା । ରଜାପୁଅ ତେଣୁ ଆସି ଦେଖେ ଯେ ଖୋଳ ପୋଡ଼ିଗଲାଣି କହିଲା କିକଲ ୨ ମୋ ଖୋଳ ପୋଡ଼ି ଦେଲ, ମୋ ଦେହ ପୋଡ଼ୁଚି । ଏ କହିଲା ସେଠାରେ ଚୁଆ ଚନ୍ଦନ ଥୁଆ ହେଇଚି ବୋଳି ହୋଇପଡ଼, ଦେହ ପୋଡ଼ିବ ନାହିଁ । ରଜାପୁଅ ଚୁଆଚନ୍ଦନରେ ଦେହ ଶୀତଳ କରି ରଜାଝିଅ ସାଙ୍ଗରେ ଖଟଉପରେ ବସିଲା, କଥାବାର୍ତ୍ତା ହେଲେ । ରଜାଝିଅ ପଚାରିଲା ତମେ କାହିଁକି ଅଜଗର ସାପ ହୋଇଥିଲ? ରଜାପୁଅ କହିଲା ଆମେ ସବୁ ପିଲା ହୋଇଥିଲୁଁ, ଦିନେ ଖେଳୁ ଖେଳୁ ଗୋଟିଏ ବୁଢ଼ୀ ସାଙ୍ଗେ ଟାପରା ଲଗାଇଲୁଁ, ସେ ମୋତେ ଶାପ ଦେଲା କି ତୁ ଅଜଗର ସାପ ହେଇ ଯା । ମୁଁ ତାକୁ ଯେତେ ନେହୁରା ହେଲି, କେଭେଁ ମୁକ୍ତ କଲାନାହିଁ, କହିଲା, ଆରଦେଶ ରଜାଝିଅ ଆସିବ ଧାନ ଜଗି, ତୁ ତାକୁ ବିଭାହେବୁ, ସେ ତୋ ଖୋଳକୁ ପୋଡ଼ିଦେଲେ ତୁ ଯାଇଁ ମୁକ୍ତ ହେବୁ । ଏହିପରି କଥାବାର୍ତ୍ତା ହେଉ ୨ ତାରି ପାହା ୨ ହେଲା, ନିଦ ଲାଗିଲା ଶୋଇପଡ଼ିଲେ ଦିନ ପ୍ରହରେ ହେଇଗଲାଣି, ଆଉ କବାଟ ଫିଟିଲା ନାହିଁ, କବାଟ ତାଡ଼ି ଫିଟାଇଲା ବେଳକୁ ୟାଙ୍କ ନିଦ ଭାଙ୍ଗି ଗଲା, ରଜାପୁଅ ଲାଜରେ ଦାଣ୍ଡକୁ ପଲାଇଲା, ଝିଅ କବାଟ କଣକୁ ଗଲା ବାହାରି । ସମସ୍ତେ କହିଲେ ଦେଖ ବଡ଼ରାଣୀ ଝିଅ ଅଜଗର ସାପ ବିଭା ହୋଇଥିଲା, ତା ଭିତରୁ କେମନ୍ତ ସୁନ୍ଦର ରଜାପୁଅ ବାହାରିଲା । ସମସ୍ତେ ଯୋଉଠୁ ଏପରି କହିଲେ ସାନରାଣୀ ଝିଅ କହିଲା ମୁଁ ଅଜଗର ସାପ ବିଭା ହେବି । ରଜା ନାହିଁ ୨ ହେଉଥାନ୍ତି, ସାନରାଣୀ କହିଲା ମୋ ଝିଅ ଅଜଗରସାପକୁ ବିଭା ହେବ ତ । ରଜା ନାଚାର ହୋଇ ହଁ ଭରିଲେ, ଗଣ୍ଡାଏ କି ପାଞ୍ଚଟା ମଣିଷ ପାହାଡ଼କୁ ଗଲେ, ଗୋଟାଏ ଅଜଗର ସାପ ଧରି ଆଣିଲେ । ସେ ଗର୍ଜନ ଛାଡ଼ୁଥାଏ ଯେ ଘରଦ୍ୱାର ଭାଙ୍ଗୁଥାଏ । ତାକୁ ବେଦୀ ଖମ୍ବରେ ବାନ୍ଧିଦେଲେ, ଲଣ୍ଡ ଭଣ୍ଡ କରି ବିଭା କରିଦେଇ ପୁରୋହିତ ଗଲେ
ପୃଷ୍ଠା:Kathalahari (RN Das, 1927) opt.pdf/୩୯
Appearance