ପୃଷ୍ଠା:Kathalahari (RN Das, 1927) opt.pdf/୮୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୮
ଉତ୍କଳ କାହାଣୀ ସଂଗ୍ରହ ।

ଖାଇଥିଲି ମରିଚି ବୋଲି, ଏମନ୍ତି ହୋଇଗଲି । ବେଶ୍ୟା କହିଲା ଆହା । ମୁଁ କଣ କଲି, ଶୁଆଟିକୁ ମୋର ମିଛରେ ମାରି ପକାଇଲି । ସେତ ମୋ ପାଇଁ ବୁଢ଼ୀବୟସର ଫଳ ଆଣିଥିଲା । ଏହିପରି କେତେ ସନ୍ତାପି ହେଲା, ଆଉ କଣ କରିବ, ଥିର୍ ହୋଇ ରହିଲା । ଏ କଥାଟି କହିସାରି ରଜାଝିଅ କହିଲା, କହିଲୁ ହେ ଖଟଖୁରା, ଏଥିରେ କାହାର ଦୋଷ ? ଖଟଖୁରା କ‌ହିଲା ଏଥିରେ ଶୁଆର ଦୋଷ । ମଉନାବତୀଥିଲା କହିଲା, ମୋ ଖଟଖୁରା ହୋଇ ତୁ ଏମନ୍ତି କଥା କହୁଚୁ ? ଏଥିରେ ବେଶ୍ୟାର ଦୋଷ । ରଜାଝିଅ ସେଉଠୁ କହିଲା, ଶୁଣିଥାଅ ହୋଧାଈ, ତମଝିଅ ପ୍ରଥମପ୍ରହର କଥା କହିଲେ । ଏହିପରି ଦ୍ବିତୀୟପ୍ରହର ରଜାଝିଅ ଆଉ ଗୋଟିଏ କଥା କହିଲା ।

ଗୋଟିଏ ମହାଜନଟିଏ ଯେ ସେ ରଜାପୁଅ ସଙ୍ଗେ ସଙ୍ଗାତ । ସେ ଗୋଟିଏ କୁକ୍କୁର ପୋଷିଥିଲା । ରଜାଙ୍କ ନଅରରେ ଭାରୀ ଚୋ‌ର ଗୋଲମାଲ ଲାଗିଲା । ରଜାପୁଅ କ‌ହିଲା ସଙ୍ଗାତ । ତମ କୁକ୍କୁରକୁ ଟିକିଏ ଆଠଦିନ ସକାଶେ ଦ୍ୟନ୍ତି କି, ନଅରରେ ଚୋର ଗୋଲମାଲ ଲାଗିଚି, ପ‌ହରା‌ ଦିଅନ୍ତା, ଚୋର ଗୋଲମାଲ ଗଲେ ତମ କୁକ୍କୁରକୁ ପଠାଇଦିଅନ୍ତି । ମହାଜନ ରଜାପୁଅ ସାଙ୍ଗେ କୁକ୍କୁରକୁ ପଠାଇଦେଲା, କୁକ୍କୁର ଦି ଚାରିଦିନ ରହି ରଜାଙ୍କ ନଅରରୁ ଚୋରଙ୍କୁ ଘଉଡ଼ାଇ ଦେଲା, ଆଉ ଜମା ପୂରାଇଦେଲା ନାହିଁ । ତୋର ଗୋଲମାଲ ଭାଙ୍ଗିଲାରୁ ରଜାପୁଅ କୁକ୍କୁରବେକରେ ଖଣ୍ଡେ ଚିଠି ଲଟକାଇଦେଲା । ତିନୋଟି ଟଙ୍କା ବାନ୍ଧିଦେଲା, କହିଲା ଯା, ତୋ ସାନ୍ତ ପାଖକୁ, ଏହା କହି ଆଠଦିନ ପୂରିନାହିଁ ପଠାଇଦେଲା । ମହାଜନ ୟାକୁ ଦେଖି ମନେ କଲା ଏ ବାହାରି ଆସିଲା, କହିଲା ନିମକ୍‌ହରାମ କୁକ୍କୁର ତୁ ପଳାଇଆସିଲୁ,ଏହାକ‌ହି ଠେଙ୍ଗାଏ ଦେଲା ଯେ କୁକ୍କୁରଟି ମରିଗଲା ।