ଜହ୍ନ ରାଇଜରେ ମଣିଷ
୧୯୬୯ ମସିହା ଜୁଲାଇ ୧୬ ତାରିଖ ମଣିଷ ଜାତିର ଇତିହାସରେ ଏକ ସ୍ମରଣୀୟ ଦିବସ । ସେଦିନ ମନୁଷ୍ୟର ବହୁଦିନର ସ୍ୱପ୍ନ ସାର୍ଥକ ହୋଇଥିଲା । ଆମେରିକାର ତିନିଜଣ ମହାକାଶଯାତ୍ରୀ ନିଲ ଆର୍ମଷ୍ଟ୍ରଙ୍ଗ୍, ମାଇକେଲ୍ କଲିନ୍ସ ଓ ଏଡୁଇନ୍ ଆଲ୍ଡ୍ରିନ୍ ଆପୋଲୋ-୧୧ ଉପଗ୍ରହରେ ଜହ୍ନ ରାଇଜକୁ ଯାତ୍ରା କରିଥିଲେ । ଗୋଟିଏ ଶକ୍ତିଶାଳୀ ରକେଟ୍ ସାହାଯ୍ୟରେ ଏହି ମହାକାଶଯାନକୁ ଉତ୍କ୍ଷେପଣ କରା ଯାଇଥିଲା । ଏଥି ସହିତ ଗୋଟିଏ ଚନ୍ଦ୍ରଯାନ ସଂଯୁକ୍ତ ହୋଇଥିଲା ।
ଭୂପୃଷ୍ଠକୁ ଛାଡ଼ିବାର ଅଢ଼େଇ ଘଣ୍ଟା ପରେ କୃତ୍ରିମ ଉପଗ୍ରହଟି ମହାଶୂନ୍ୟରେ ପହଞ୍ଚିଥିଲା ଏବଂ ନିଜର କକ୍ଷ ପଥରେ ଘୂରିବୁଲିଲା । ସେଠାରୁ ଚନ୍ଦ୍ରଯାନ "ଇଗଲ୍" ବିଚ୍ଛିନ୍ନ ହୋଇ ଚନ୍ଦ୍ର କକ୍ଷପଥରେ ପହଞ୍ଚିଲା। ସେଥିରେ ଥିଲେ ଆର୍ମଷ୍ଟ୍ରଙ୍ଗ୍ ଓ ଆଲ୍ଡ୍ରିନ୍ । ଚନ୍ଦ୍ରଯାନଟି ପ୍ରାୟ ରାତି ୨ଟାରେ ଚନ୍ଦ୍ରଦେଶରେ ଓହ୍ଲାଇଲା । ମହାକାଶଚାରୀମାନେ ଆମେରିକାର କେପ୍ କେନେଡ଼ି ମହାକାଶ ଗବେଷଣା କେନ୍ଦ୍ରର କର୍ମଚାରୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ । ସେମାନେ ଚନ୍ଦ୍ରଯାନରେ ପ୍ରାୟ ୬ ଘଣ୍ଟା କାଳ ବିଶ୍ରାମ ନେଇଥିଲେ ।
୧୯୬୯ ମସିହା ଜୁଲାଇ ୨୧ ତାରିଖ ସକାଳ ୮ଟା । ଆର୍ମଷ୍ଟ୍ରଙ୍ଗ୍ ପ୍ରଥମେ ଗୋଟିଏ ସିଡ଼ିରେ ଚନ୍ଦ୍ରଯାନରୁ ଓହ୍ଲାଇଲେ । ଚନ୍ଦ୍ର ଦେଶରେ ନିଜର ବାମ ପାଦଟି ରଖି ଅପୂର୍ବ ଆନନ୍ଦରେ ସେ ବିହ୍ୱଳ ହୋଇ ପଡ଼ିଥିଲେ । ଯେଉଁ ଜହ୍ନ କବିର କଳ୍ପନାରେ ଥିଲା ଏବଂ ମାଆର ପିଲାକୁ ବୁଝାଇବା ପାଇଁ ଏକ ବାହାନା ଥିଲା, ସେ ଆଜି ମଣିଷର ପାଦତଳକୁ ଆସିପାରିଲା । କି ଅସମ୍ଭବ କଥା ସମ୍ଭବ ହୋଇପାରିଲା ସତେ !!
ଜହ୍ନ ରାଇଜରେ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ଖୁବ୍ ଧୀର ଭାବରେ ଚାଲିଲେ । କାରଣ ମାଧ୍ୟାକର୍ଷଣ ଶକ୍ତିଠାରୁ ଚନ୍ଦ୍ରର ସେହି ଶକ୍ତି ମାତ୍ର ଛଅଭାଗରୁ ଏକଭାଗ । ଜହ୍ନଭୂଇଁରେ ସେ ଚାଲି ଓ ତାର ଦୃଶ୍ୟମାନ ଦେଖି ଆନନ୍ଦିତ ହେଲେ । ସେ ଯଥାର୍ଥରେ କହିଥିଲେ - "ଗୋଟିଏ ମଣିଷ ପାଇଁ ଏହା ଏକ ଛୋଟ ପାହୁଣ୍ଡ । ମାତ୍ର ମଣିଷ ଜାତି ପାଇଁ ଏହା ଏକ ମସ୍ତବଡ଼ ଲମ୍ଫ ପ୍ରଦାନ ।" ସାରା ଜଗତ ଏହି ଘଟଣାରେ ଆଚମ୍ବିତ ହେଲେ । ଆମେରିକାର