ପୃଷ୍ଠା:Malunira Fula O Anyanya Galpa.pdf/୭୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆକବର ଓ ଫକିର

ଜଣେ ଫକିର ବନରେ ଏକ କୁଟୀର କରି ରହିଥିଲେ । ଫକିରଙ୍କ ପାଖକୁ ଅନେକ ଲୋକ ଆସନ୍ତି । ଏତେ ଲୋକଙ୍କୁ ସତ୍କାର କରିବାପାଇଁ ଅକିଞ୍ଚନ ଫକିରଙ୍କ ପାଖରେ କିଛି ନ ଥିଲା । ସେ ସ୍ଥିର କଲେ, ବିନା ସତ୍କାରରେ ଏତେ ଲୋକ ଆସି ଫେରି ଯାଉଛନ୍ତି । କିଛି ବ୍ୟବସ୍ଥା କରିବାକୁ ହେବ । ଅର୍ଥ ଦରକାର ।

ଆକବର ସେତେବେଳେ ଦିଲ୍ଲୀର ବାଦଶା । ସାଧୁ ଫକିରଙ୍କପାଇଁ ତାଙ୍କର ଦ୍ୱାର ଅବାରିତ । ଫକିର ଆକବରଙ୍କ ପାଖରେ ଯାଇ ଉପସ୍ଥିତ ହେଲେ ।

ସମ୍ରାଟ ଆକବର ସେତେବେଳେ ନମାଜ ପଢୁଥିଲେ । ଫକିର ତାଙ୍କ ପାଖରେ ଠିଆ ହୋଇ ରହିଲେ । ଶୁଣିଲେ, ନମାଜ ଶେଷରେ ଆକବର କହୁଛନ୍ତି, ""ହେ ଆଲ୍ଲା, ଧନ ଦିଅ, ଦୌଲତ ଦିଅ । ଏହା ଶୁଣି ଫକିର ସେଠାରୁ ଚାଲି ଆସୁଥିଲେ । ରହିବାପାଇଁ ଇସାରା ଦେଇ ଆକବର ତାଙ୍କୁ

Malunira Fula O Anyanya Galpa.pdf

ପାଖରେ ବସାଇଲେ ଏବଂ ନମାଜ ସାରି ପଚାରିଲେ, ""ଆପଣ ଆସିଥିଲେ, କିଛି ନ କହି ଚାଲି ଯାଉଛନ୍ତି ଯେ !

ଫକିର କହିଲେ, ""ମୋର କୁଟୀରକୁ ବହୁତ ଅତିଥି ଆସୁଛନ୍ତି । ସେମାନଙ୍କୁ ଖାଇବାକୁ ଦେବାପାଇଁ ବାଦଶାଙ୍କ ପାଖରୁ କିଛି ଟଙ୍କା ମାଗିବାକୁ ଆସିଥିଲି ।

ଆକବର ପଚାରିଲେ, ""ତା'ହେଲେ ଚାଲିଯାଉଛନ୍ତି କାହିଁକି ?

ଫକିର କହିଲେ, ""ଯେତେବେଳେ ଶୁଣିଲି ବାଦଶାହ ମଧ୍ୟ ଧନ ଦୌଲତର ଭିକାରି, ଭାବିଲି, ଭିକାରିଠାରୁ ଭିକ୍ଷା କରି ଲାଭ କ'ଣ ? ଖୋଦାଙ୍କୁ ମାଗିବି ବୋଲି ଚାଲି ଯାଉଥିଲି ।