Jump to content

ପୃଷ୍ଠା:Matir chasi jatir padmashri.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମଜୁରିଆ ଦିନ ଦଶଟାରେ କାମକୁ ଯା'ନ୍ତି ଶ୍ରୀନିବାସନ୍ ରାତି ପାଉ ପାଉ ଯାଇ କ୍ଷେତରେ ତାଙ୍କର କାମ ଆରମ୍ଭ କରିଦେଇଥାନ୍ତି । ସନ୍ଧ୍ୟାରେ ରେଡିଓ ଶୁଣି ଆଉ ପତ୍ର ପତ୍ରିକା ପଢି ସେ ଆନନ୍ଦ ଅନୁଭବ କରନ୍ତି । ବିଶେଷ କରି ଚାଷ ଓ କୁକୁଡା ପାଳନ ବିଷୟରେ ବାପା ଯେଉଁ ବହିପତ୍ର ପଠାଇଥାନ୍ତି ସେ ମନ ଦେଇ ପଢନ୍ତି । ତାଙ୍କର ପୋଷା କୁକୁର ଦଳେ ଅଛନ୍ତି , ଶୀଳା ମନି ପ୍ରଭ୍ରୁତି ସେମାନଙ୍କ ନାଁ । ଶ୍ରୀନିବାସନ୍ ଯେଇଁ ଆଡେ ଯାଆନ୍ତି , ସେମାନେ ତାଙ୍କ ପଛରେ ଚାଲିଥାନ୍ତି । ଆଉ ରାତିରେ କ୍ଷେତ ଖମାରକୁ ସେମାନେ ଖୁବ୍ ତୀକ୍ଷ୍ ଣ ଦୃଷ୍ଟିରେ ଜଗିଥାନ୍ତି । ଶ୍ରୀନିବାସନ୍ ଆଜି ତାଙ୍କ ପରି ସେ ହୋଇଛନ୍ତି । ସେ ଅଞ୍ଚଳରେ ସବୁରି ଆଖିରେ ତାଙ୍କ ଉପରେ । ମରୁଭୂମିରେ ସେ ଝରଣା ଝରାଇଛନ୍ତି । ମଲା ମାଟିରେ ଜୀବନ ଜଗାଇଛନ୍ତି । ପଡିଆ ପଦରରେ ଶାଗୁଆ କ୍ଷେତର ଲହରୀ ଖେଳାଇଛନ୍ତି। ଅଲୋଡା ମାଟିରେ ସୁନା ଫଳାଇଛନ୍ତି । ସେ ମୂଲିଆ ହୋଇ ଲାଗି ମାଲିକ ପରି ଭୋଗ କରୁଛନ୍ତି । ପୁରୁଣା ସମାଜରୁ ବାହାରି ନୁଆଁ ଯୁଗରେ ଆଗୁଆ ହୋଇଛନ୍ତି । ଏହିପରି ଶହ ଶହ ଶ୍ରୀନିବସନ୍ ଙ୍କୁ ଆଜି ଆମ ଦେଶ ଖୋଜୁଛି । ସେମାନେ ମିଳିଲେ ସବୁ ମିଳିବ । କିଛି ଅଭାବ ଅସୁବିଧା ରହିବ ନାହିଁ । ଆମ ଦେଶରେ ଘିଅ ମହୁର ସୁଅ ଛୁଟିବ ।