ପୃଷ୍ଠା:Netrutya O Netrutwa.pdf/୧୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉତ୍ତରାଧିକାର

ମାନବର ହୃଦୟରେ । ସର୍ବଶେଷ୍ଠ ଅହିଂସ ପୁରୁଷ ବକ୍ଷରେ ଯେଉଁ ଗୁଳି ବାଜିଲା, ତାହା ଆଜି କେବଳ ଭାରତ ତାହାର ସ୍ୱାଧୀନତାପୀଠରେ ଶ୍ରେଷ୍ଠତମ ବଳିଦାନ କରିନାହିଁ, ସମଗ୍ର ପୃଥିବୀର ମାନବସମାଜର ସ୍ୱାଧୀନତା ପାଇଁ ରକ୍ତହୀନ ସମରରେ ଡେଇଁ ପଡିବାକୁ ତାହା ଡାକ ଦେଇଛି। ଆଜୀବନ ସେ ଭାରତ ପାଇଁ ଆତ୍ମୋତ୍ସର୍ଗ କରିଥିଲେ; କିନ୍ତୁ ଶେଷରେ ସେ ଯେଉଁ ମୃତ୍ୟୁ ବରଣ କଲେ ତାହା ଯେମିତି ସମଗ୍ର ପୃଥିବୀ ପାଇଁ ।

ଗାନ୍ଧି-ଜୀବନଠାରୁ ଗାନ୍ଧି-ମରଣ ଅଳ୍ପ ଗୌରବମୟ ହୋଇନାହିଁ । ଗାନ୍ଧି-ଜୀବନର ଆଲୋକ ପ୍ରଧାନତଃ ଭାରତକୁ ଆଲୋକିତ କରୁଥିଲା । ଗାନ୍ଧି-ମରଣ ଆଜି ସମଗ୍ର ପୃଥିବୀକୁ ପ୍ରତିଭାତ କଲା । ସେ ଆଲୋକକୁ ଅଧିକ ସ୍ଥାୟୀ ଓ ଉଜ୍ଜ୍ୱଳତର କରିବାର ଭାର କୋଟି କୋଟି ଗାନ୍ଧି ଦାୟାଦଙ୍କ ହାତରେ ଉତ୍ତରାଧିକାର ସୁତ୍ରେ ନ୍ୟସ୍ତ ରହିଲା।