ପୃଷ୍ଠା:Netrutya O Netrutwa.pdf/୧୧୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୯

ଦୁଃଖ କ‌ହିବି କି ସୁଖ କ‌ହିବି

ଲେଖାଁ ସ୍ଥାନ ମାଡ଼ି ବସିଲେ; ଚାଷୀ, ତନ୍ତୀ ବା ମୋଚି, ବଢ଼େଇଙ୍କ ସ୍ଥାନ କିପରି କେଉଁଠି ହେଲା ଏବଂ ରାଜ୍ୟ ବା ରାଜା ସଙ୍ଗେ ଏମାନଙ୍କର ଦାୟିତ୍ୱ ଓ ଅଧିକାର କଅଣ, ପୁଣି ରାଜ୍ୟ ଉପରେ ସମ୍ରାଜ୍ୟ ଆସିଲା କିପରି, କି ଭାବରେ ଧନ-ଭକ୍ତି ସଙ୍ଗେ ଦେବ-ଭକ୍ତି, ରାଜ-ଭକ୍ତି ସଙ୍ଗେ ଦେଶଭକ୍ତି ଏବଂ ସବୁ ରକମ ଭକ୍ତିର ମାତ୍ରା ବଢ଼ିବା ଅନୁପାତରେ କଳି, ବିବାଦ, ହିଂସା, ହତ୍ୟା, ମାରପିଟ ଓ ଲଢ଼େଇର ମାତ୍ରା ବଡ଼ି ଚାଲିଲା - ସବୁ ବିଷୟର ଉଚିତ ଆଲୋଚନା ପାଇଁ ଗୋଟିଏ ଛୋଟ ପ୍ରବନ୍ଧ ଯଥେଷ୍ଟ ନୁହେଁ ।

ତ‌ଥାପି ଏ ସବୁର ଗୋଟାଏ ମୋଟାମୋଟି ଧାରଣା ନ କଲେ କାହାରି ପଷେ ନିଜର ପାଖ ପଡ଼ିଶା ପାଁ ଜଣଙ୍କର କିମ୍ବା ଦେଶର ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ଠିକ୍ ରୂପେ ସମର୍ଥ ହେବାର ସମ୍ଭାବନା ନାହିଁ । ଜ୍ୟୋତିଷୀମାନଙ୍କ ମତରେ, ଆମର ଏହି ପୃଥିବୀ ଗ୍ରହ ପାଖରେ ଯେଉଁ ଗ୍ରହ ଉପଗ୍ରହ ଗୁଡ଼ିକର ଗତିବିଧି ଅଛି, ସେମାନେ ମଧ୍ୟ ଅଦୃଶ୍ୟ ଭାବେ ମଣିଷର ଭାଗ୍ୟ ନିର୍ଣ୍ଣୟ କରିଥାନ୍ତି । ଅଥଚ ଏହି ଗ୍ରହଟି ଭିତରେ ଯେଉଁ ସବୁ ଦୃଶ୍ୟ କାରଣ ଦ୍ୱାରା ସାଧାରଣର ସୁଖ ଦୁଃଖ ତିଆରି ହେଉଚି, ସେ ଗୁଡ଼ିକୁ ଟିକିଏ ଆଖି ମେଲା କରି ଦେଖିବା ଦରକାର ନୁହେ କି ? ଏହି ଗ୍ରହଟି ଭିତରେ ରହି ଆମେ ଯେତେ ବର୍ଣ୍ଣ, ଯେତେ ଜାତି ବା ଯେତେ ଭାଷୀ ମଣିଷ ଚଳ ପ୍ରଚଳ ହେଉ ଥାଇଁ ଏବଂ ତାହାରି ଭିତରେ ମଧ୍ୟ ଶନି, ବୁଧ ବା ମଙ୍ଗଳ ଗ୍ରହ ପରି କେଉଁଠି ରାମରାଜ୍ୟ ବା କେଉଁଠି ରାବଣରାଜ୍ୟ ତଳେ କୋଟି କୋଟି ଲୋକଙ୍କର ଭାଗ୍ୟ ଗଢ଼ା ହେଉଚି, ସେ କଥାକୁ ଟିକିଏ କାନ ପତେଇ ଶୁଣିବା ଦରକାର ନୁହେ କି ? ପୁଣି ପୃଥିବୀ ଭିତରେ ଆମର ଯେଉଁ ମାଟି ସଙ୍ଗେ ସବୁଠୁ ନିକଟତମ