ପୃଷ୍ଠା:Netrutya O Netrutwa.pdf/୨୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୮
ନେତୃତ୍ୱ ଓ ନେତୃତ୍ୱ


ପ୍ରକାଶ ପାଇ ନାହିଁ, ହିମାଳୟ ଶୃଙ୍ଗ ପର୍ଯ୍ୟନ୍ତ ପଳାୟନ କରି ମଧ୍ୟ ଆମେ ଋଷ୍ୟଶୃଙ୍ଗ ଉଦ୍ଭବ କରିବାର କୀର୍ତ୍ତି ଅର୍ଜନ କରିଚୁଁ । ଯେଉଁଠାରେ ପ୍ରେମର ଅଭିନୟ ଆବଶ୍ୟକ ହୋଇଚି, ସେଠାରେ ବେଶ୍ୟାପ୍ରୀତିର ଉତ୍‌କର୍ଷ ହିଁ କଳ୍ପନା କରା ଯାଇଚି । *୩ ଅଥବା ଋଷ୍ୟାଶ୍ରମର ପବିତ୍ର ବେଷ୍ଟନୀ ରଚନାକରି ବେଶ୍ୟା କନ୍ୟାର ପ୍ରେମକୁ ସୌକୁମାରର ଚରମ ଚିତ୍ରଣ କରାଯାଇଅଛି ୪* । ଧର୍ମଚିନ୍ତା ଉଦୟ ହେବା ପୂର୍ବରୁ 'ଚିନ୍ତାମଣି'ର ଆଶ୍ରୟ* ୫ ନେବାକୁ ପଡ଼ିଚି । ଯେତେ ମହା ବାକ୍ୟ ରଚନା କରି ନିଜକୁ ଘୋଡ଼ାଇବାକୁ ଯାନ୍ତୁ ପଛେ କାଳିଦାସଙ୍କର ବେଶ୍ୟାପ୍ରୀତି ଅପବାଦଟା ଆଜି ସୁଦ୍ଧା ଘୋଡ଼ାଇ ହୋଇ ପାରି ନାହିଁ । ପ୍ରେମର ବାସ୍ତବ ଦିଗଟାକୁ ବର୍ଣ୍ଣନା କରିବାରେ ଯଥେଷ୍ଟ ସିଦ୍ଧି ଅର୍ଜିଥିଲେ ହେଁ ଶେଷରେ ବେଶ୍ୟାର ସ୍ତୁତି ନ କରିବା ପର୍ଯ୍ୟନ୍ତ ତୃପ୍ତି ଲାଭ କରି ନାହାନ୍ତି୬*।

 ଯେଉଁ କବିମାନେ ଏତେ ବେଶି ସ୍ୱାଧୀନ ହୋଇ ପାରି ନାହାନ୍ତି, ସେମାନେ ନିଜ ପ୍ରବୃତ୍ତିର ପରିତୋଷ ପାଇଁ ଦେବତାମାନଙ୍କର ଆଶ୍ରୟ ନେଇ ଅଛନ୍ତି । ସେଥିପାଇଁ ଭାରତବର୍ଷର ପୁରୁଣା କାବ୍ୟ ପୁରାଣ ଗୁଡ଼ିକ ଏହି ଦେବ ପ୍ରେମର ଛଳନାରେ ପୂର୍ଣ୍ଣ । ଅବଶ୍ୟ ଯେଉଁଠାରେ କବି ଅତ୍ୟନ୍ତ ସ୍ୱାଧୀନ ସେଠାରେ ସେ ଦେବତାଙ୍କ ଛଦ୍ମ ବେଶ ଭିତରେ ମାନବକୁ ହିଁ ବଡ଼ ସ୍ଥାନ ଦେଇଛନ୍ତି । ଦେବଦେବୀମାନଙ୍କର କ୍ରିୟା କଳାପ ଯେ ମନୁଷ୍ୟ ଅପେକ୍ଷା ଅଦ୍ଭୁତ ନୁହେଁ,ପୁଣି ମନୁଷ୍ୟ ପରି ସେମାନଙ୍କ ଦେହର ବିଶେଷ ବିଶେଷ ଅଂଶର


୩ ମୃଚ୍ଛକଟିକ ପ୍ରେମାତୁର ବ୍ରାହ୍ମଣ ଯୁବକଙ୍କର ବେଶ୍ୟା ପ୍ରେମ ।
୪ କଣ୍ୱକମୁନିଙ୍କ ଆଶ୍ରମ‌ବାସିନୀ ଶକୁନ୍ତଳା ।
୫ ବିଳ୍ୱମଙ୍ଗଳଙ୍କର ପ୍ରେମିକା ବେଶ୍ୟା ।
୬ ଉପେନ୍ଦ୍ରଭଞ୍ଜଙ୍କ 'ରସପଞ୍ଚକ' କାବ୍ୟ ଦ୍ରଷ୍ଟବ୍ୟ ।