ପୃଷ୍ଠା:Netrutya O Netrutwa.pdf/୫୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୦
ନେତୃତ୍ୱ ଓ ନେତୃତ୍ୱ


ବଙ୍ଗ ସର୍ବ ପ୍ରଥମେ ପତ୍ନୀତ୍ୱ ଗ୍ରହଣ କରିବା ଫଳରେ ଯେଉଁ ଅଧିକାର ଓ ଶକ୍ତି ଲାଭ କରିଅଛି, ତାହା ବଳରେ ସେ ଉତ୍କଳ ପ୍ରତି ତାତ୍ସିଲ୍ୟ ଓ ଅଗ୍ରାହ୍ୟଭାବ ପ୍ରକାଶ କରେ । କାରଣ ସେ ଭଲକରି ଜାଣେ ଯେ ଉତ୍କଳରେ ସେ ଯେଉଁ ଅଧିକାର ପାଇଛି, ଉତ୍କଳ କଦାପି ସେ ଅଧିକାର ତାହାର ଧନ ସମ୍ପତ୍ତି ଉପରେ ହାସଲ କରିପାରିବ ନାହିଁ । ଆହୁରି ମଧ୍ୟ ତାକୁ କିରାନିଖାନା, ଡ଼ାକ୍ତରଖାନା ଓ ଜେଲଖାନା ପ୍ରଭୃତିକୁ ତଡ଼ି ଦେଇ ତାହାର ଜମିବାଡ଼ି ଏପରିକି ତାହାର ଧନ ଦାରା ଉପରେ ମଧ୍ୟ ଅଧିପତ୍ୟ ବିସ୍ତାର କରିଛି ମୁସଲମାନ* । ତେଣୁ ଓଡ଼ିଆଙ୍କ ପାଇଁ ସେଠାରେ ସମ୍ପୂର୍ଣ୍ଣ ସ୍ଥାନାଭାବ ।

 ଉତ୍କଳ କିନ୍ତୁ ବଙ୍ଗକୁ ତାଚ୍ଛଲ୍ୟ କିମ୍ୱା ଅଗ୍ରାହ୍ୟ କରିବାର ସ୍ଥାନ‌କୁ ଉଠିପାରି ନାହିଁ ବୋଲି ତାହାକୁ ସେ ଘୃଣା ଓ ବିଦ୍ୱେଷ କରେ । ଅବଶ୍ୟ ସେତକ ସେ ଜୋର ସ‌ହିତ ଓ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଆଗରୁ ମାନ୍ଦ୍ରାଜ, ବଙ୍ଗଳା ଓ ସିଂହଭୂମି ଆଡ଼ୁ ତାହାର ଗଳାଟି କାଟି ଦିଆ ଯାଇଅଛି । ତା' ନ ହେଲେ ଅନେକ କ୍ଷେତ୍ରରେ ସେ କମ ବେଶି ପ୍ରତିଯୋଗିତା ରଖି ଆସିଅଛି ।

 ଚୈତନ୍ୟ ଓ ବ୍ରାହ୍ମଧର୍ମ ପ୍ରଚାର ଦ୍ୱାରା ବଙ୍ଗ ଯେପରି ଉତ୍‌କଳର ରୂକ୍ଷତାକୁ ମାର୍ଜିତ ଓ ସୁସଭ୍ୟ କରିଛି , ଉତ୍‌କଳର କୁଲି ଚାକର ଧୋବା ମେହେନ୍ତରମାନେ ସେହିପରି ବଙ୍ଗକୁ ପରିଷ୍କୃତ ସୁସଭ୍ୟ ରଖି ଆରାମ ଯୋଗାଇ ଆସିଛନ୍ତି । ଓଡ଼ିଶାର ଶିଳ୍ପ, ସାହିତ୍ୟ ଓ ଇତିହାସ ଆଲୋଚନାରେ ବଙ୍ଗାଳି ଗବେଷକମାନେ ଓଡ଼ିଶାର ଯେଉଁ ସବୁ ଅଭାବ ପୂରଣ କରିଛନ୍ତି, ତାହାଦ୍ୱାରା ଓଡ଼ିଆ ରାଜାମହା-


*ଏହି ପ୍ରବନ୍ଧ ଲେଖାଯିବା ସମୟରେ ବଙ୍ଗରେ ମୁସଲମାନଙ୍କ ଦ୍ୱାରା ହିନ୍ଦୁ ରମଣୀ ହରଣ ବ୍ୟାପାର ଦୈନିକ ସମ୍ବାଦ ପତ୍ରରେ ଲକ୍ଷ୍ୟ କରିବାରେ ବସ୍ତୁ ହୋଇଥିଲା ।