Jump to content

ପୃଷ୍ଠା:Odisha Itihasa.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପର୍ଯ୍ୟନ୍ତ ତିିନି ବର୍ଷିଆ, ୧୮୦୯ରୁ ୧୮୧୩ ପର୍ଯ୍ୟନ୍ତ ଚାରିବର୍ଷିଆ ଓ ୧୮୧୩ରୁ ୧୮୧୫ ପର୍ଯ୍ୟନ୍ତ ପୁଣି ତିିନି ବର୍ଷିଆ ବନ୍ଦୋବସ୍ତ କାର୍ଯ୍ୟକାରୀ କରିବାକୁ ଇସ୍ତାହାର ପ୍ରକାଶ ପାଇଲା । ୧୮୧୫ର ବନ୍ଦୋବସ୍ତ ବେଳକୁ ଯେଉଁ ଜମିରେ ଉନ୍ନତି ସାଧିତ ହୋଇଥିବ, ସେଠାରେ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ ହେବ ବୋଲି ପ୍ରତିଶ୍ରୁତି ଦିଆଗଲା । ଏହି ପ୍ରତିଶ୍ରୁତି ପାଇ ପ୍ରଜା ଓ ଜମିଦାରମାନେ ଜମିର ଉନ୍ନତି କରିବେ ବୋଲି ସରକାର ଆଶା କରୁଥିଲେ । ୧୮୦୫ରେ ଓଡ଼ିଶାର ଭୂ-ରାଜସ୍ୱ ୧୩,୧୪,୮୨୫ଟଙ୍କା ଧାର୍ଯ୍ୟ ହୋଇଥିଲା । ମରାଠାମାନେ ଯାହା ଧାର୍ଯ୍ୟ କରିଥିଲେ, ତହିଁରୁ ଏହା ଊଣା ନଥିଲା । ୧୮୦୬-୧୮୦୯ର ତିିନିବର୍ଷିଆ ବନ୍ଦୋବସ୍ତ ଅନୁସାରେ ଏହା ବୃଦ୍ଧିପାଇ ୧୪, ୩୫, ୩୫୪ ଟଙ୍କା ସ୍ଥିର ହେଲା । ତା'ପରେ ମଧ୍ୟ ପ୍ରତି ଥର ଭୂ-ବନ୍ଦୋବସ୍ତ ବେଳେ ମାଲଗୁଜାରୀ ବୃଦ୍ଧି ପାଇଲା । କୃଷିର ଉତ୍ପାଦନ ଓ ରୟତ ବା ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ନ ରଖି ପ୍ରାୟତଃ ଏହି ଜମା ବୃଦ୍ଧି କରାଯାଉଥିଲା । ତା'ଠାରୁ ବଡ଼ କଥା, ମାଲଗୁଜାରୀକୁ କଡ଼ାକଡ଼ି ଭାବେ ଅସୁଲ କରାଯାଉଥିଲା । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଖଜଣା ଛାଡ଼ କଥା କଦାଚିତ ବିଚାରକୁ ନିଆଯାଉ ନଥିଲା । ଭୂ-ବନ୍ଦୋବସ୍ତର ଏହି କୁପରିଣାମ ସମ୍ବନ୍ଧରେ ମନ୍ତବ୍ୟ ଦେଇ ପରବର୍ତ୍ତୀ କାଳରେ ବନ୍ଦୋବସ୍ତ ଅଧିକାରୀ ଏସ୍‍.ଏଲ୍‍. ମେଡକ୍ସ କହିଥିଲେ "ସଠିକ୍‍ ଭାବରେ ଅନୁସନ୍ଧାନ ନ କରି ରାଜସ୍ୱ ନିର୍ଦ୍ଧାରଣ କରାଯାଉଥିଲା ଏବଂ ବର୍ଦ୍ଧିତ ରାଜସ୍ୱକୁ କଠୋର ଭାବରେ ଆଦାୟ କରାଯାଉଥିଲା ।"

ବନ୍ୟା, ବାତ୍ୟା ବା ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମରାଠା ଅମଳର ରୟତକୁ ରାଜସ୍ୱ ରିହାତି ମିଳୁଥିଲା, ଯାହା ଇଂରେଜ ଶାସନକାଳରେ ଦୁଃସ୍ୱପ୍ନ ହେଲା । ଫଳରେ, ଖଜଣା ସଂଗ୍ରହ କରି ନପାରି ଅନେକ ଜମିଦାର ଜମିଦାରୀ ହରାଇଥିଲେ ଏବଂ ସେମାନଙ୍କ ଜମିଦାରୀ କଲିକତାର ଫୋର୍ଟ ଉଇଲିୟମ୍‍ରେ ନିଲାମ ହୋଇଥିଲା । ଏହି ଜମିଦାରୀଗୁଡ଼ିକୁ ବଙ୍ଗାଳୀ ଅମଲାମାନେ, ଯେଉଁମାନେ ନିଲାମ ବେଳେ ଉପସ୍ଥିତ ଥିଲେ, କିଣୁଥିଲେ । ୧୮୦୭ରେ ଓଡ଼ିଶାର ୨୬୬ଟି ଜମିଦାରୀ ନିଲାମ ହୋଇଥିଲା, କାରଣ ସେଗୁଡ଼ିକର ଜମା ମୋଟ ତିନି ଲକ୍ଷ ଟଙ୍କାରୁ ଅଧିକ ପୈଠ ହୋଇ ନଥିଲା । ସ୍ୱଳ୍ପ ମିଆଦୀ ବନ୍ଦୋବସ୍ତରେ କ୍ଷତିଗ୍ରସ୍ତ ହୋଇ ୧୮୧୬-୧୮୧୭ ବେଳକୁ ଅନେକ ଜମିଦାର ପୁଣି ସ୍ୱତଃପ୍ରବୃତ୍ତ ଭାବରେ ଜମିଦାରୀ ସ୍ୱତ୍ୱାଧିକାର ତ୍ୟାଗ କରିଥିଲେ । ସେମାନଙ୍କ ଜମିଦାରୀ ମଧ୍ୟ ବଙ୍ଗାଳୀ ଅମଲାମାନଙ୍କ ହାତକୁ ଯାଇଥିଲା । ନୂତନ ଜମିଦାର ପାଲଟିଥିବା ବଙ୍ଗାଳୀ ଅମଲାମାନେ ପ୍ରାୟତଃ ଓଡ଼ିଶାରେ ବସବାସ କରୁନଥିଲେ । କେବଳ ଜମିଦାରୀରେ ଖଜଣା ଆଦାୟପାଇଁ ନିଯୁକ୍ତ ଅମଲାମାନଙ୍କ ମାଧ୍ୟମରେ ଖଜଣା ଆଦାୟ କରୁଥିଲେ । ଜମିଦାରଙ୍କ ପ୍ରତ୍ୟକ୍ଷ ନିଘା ରହୁ ନଥିବାରୁ ଅମଲାମାନେ ରୟତମାନଙ୍କଠାରୁ ଖଜଣା ବ୍ୟତୀତ ନାନା ବେଆଇନ୍‍ ପାଉଣା ମଧ୍ୟ ଆଦାୟ କରୁଥିଲେ ।

ଇଂରେଜ ଭୂ-ରାଜସ୍ୱ ନୀତିର ଏକ ବଡ଼ କୁପରିଣାମ ହେଲା ସାହୁକାର ଓ ମହାଜନମାନଙ୍କ କାରବାର ବୃଦ୍ଧି । ଏକ ନିର୍ଦ୍ଦିଷ୍ଟ ଦିନର ସୂର୍ଯ୍ୟାସ୍ତ ପୂର୍ବରୁ ଜମିଦାରମାନେ କଲିକତାର ରାଜକୋଷରେ{{right|ଓଡ଼ିଶା ଇତିହାସ . ୧୬୧