ପୃଷ୍ଠା:Odisha Itihasa.pdf/୨୨୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କାରର ମହତ୍ତ୍ୱକୁ ସେ ଭଲ ଭାବେ ବୁଝିଥିଲେ । ନିଜ ଗ୍ରାମ ଶ୍ରୀରାମଚନ୍ଦ୍ରପୁରରେ ସେ ୧୮୬୬ରେ ନିଜ ଉଦ୍ୟମରେ ଏକ ସ୍କୁଲ୍‍ ସ୍ଥାପନ କରିଥିଲେ । ପୁରୀରେ ତାଙ୍କ ଉଦ୍ୟମରେ ସ୍ଥାପିତ ସଂସ୍କୃତ ସ୍କୁଲ୍‍ରେ ଗ୍ରୀକ୍‍, ଲାଟିନ୍ ଆଦି ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରାଯାଇଥିଲା । ସେ ତାଳପତ୍ର ଓ ଲୌହ ଲେଖନୀ ବଦଳରେ କାଗଜ ଓ କଲମର ବ୍ୟବହାରକୁ ଉତ୍ସାହିତ କରୁଥିବାରୁ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କର ଚକ୍ଷୁଶୂଳ ହୋଇଥିଲେ । ହରିହର ହୁଏତ ଧର୍ମ ପରିବର୍ତ୍ତନ କରି ନ ଥିଲେ । ତଥାପି ପୁରୀର ରକ୍ଷଣଶୀଳ ସାମାଜିକ ପରିବେଶରେ ତାଙ୍କର ଏହିସବୁ ପଦକ୍ଷେପ ସଂସ୍କାରବାଦିତାକୁ ଦର୍ଶାଇଥିଲା । ଦୁର୍ଭିିକ୍ଷର ଶିକାର ବ୍ୟକ୍ତିକୁ ଜାତିବାଦୀ ରକ୍ଷଣଶୀଳତାଯୋଗୁଁ ସମାଜ ତିରସ୍କାର କଲା । ଏହା ହରିହର ଏବଂ ଅନ୍ୟ ବୁଦ୍ଧିଜୀବୀଙ୍କୁ ଖୁବ୍‍ ବିଚଳିତ କରିଥିଲା । ଜାତୀୟତାର ଜନ୍ମଲଗ୍ନରେ ଆଧୁିନିକ ଓଡ଼ିଆଭାଷା ଓ ସାହିତ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଯେତେବେଳେ ନଅଙ୍କ ଦୁର୍ଭିିକ୍ଷ, ସାମାଜିକ କୁସଂସ୍କାର ଆଦି ସ୍ଥାନୀୟ ସମାଜରେ ଏକ ସଂକଟର ସ୍ଥିତି ଉତ୍ପନ୍ନ କରିଥିଲା, ସେତେବେଳେ ଓଡ଼ିଆ ଭାଷା ଓ ସାହିତ୍ୟର ଅସ୍ମିତା ପ୍ରଶ୍ନ ମଧ୍ୟ ବୁଦ୍ଧିଜୀବୀ ବର୍ଗକୁ ବିଚଳିତ କରିଥିଲା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧ ହେଲା ରୂଢ଼ିବାଦିତା ଓ ସାମନ୍ତବାଦୀ ଶୃଙ୍ଖଳରୁ ମୁକ୍ତ ହୋଇ ଆଧୁିନିକ ସାହିତ୍ୟ ବିକଶିତ ହେବାର କାଳ । ପ୍ରଥମ କରି ଏହି ସମୟରେ ଗଳ୍ପ-ଉପନ୍ୟାସ ଲେଖା ହେଲା; କାବ୍ୟ କବିତାର ପରିଧି ବିସ୍ତାରିତ ହେଲା । ଯଦିବା ଆଗ ଭଳି ପୌରାଣିକ କାବ୍ୟ ମଧ୍ୟ ଲେଖାଗଲା, ତହିଁରେ ଆଧୁିନିକ ମଣିଷର ସ୍ୱରକୁ ପ୍ରତିିନିଧିତ୍ୱ ମିଳିଲା । ଉଦାହରଣ ସ୍ୱରୂପ, ଗଙ୍ଗାଧରଙ୍କ 'ତପସ୍ୱିନୀ' ଏକ ପୌରାଣିକ କାବ୍ୟ । ମହାକାବ୍ୟ 'ରାମାୟଣ'ର ସୀତା ତହିଁରେ ନାୟିକା । ମାତ୍ର ଆଧୁନିକ ଗଣତାନ୍ତ୍ରିକ ବିଚାରର ପ୍ରଭାବରେ ପ୍ରଭାବିତ କବି ତହିଁରେ ଗାଇଛନ୍ତି : {{center block|

ମିଥ୍ୟା କଥା ଯେବେ ପ୍ରଜାଏ କହିବେ ମେଳି ହୋଇ ଶତଶତ
ମିଥ୍ୟା ଜାଣି ଜାଣି ତାକୁ ମାନି ମାନି ବୋଲାଯାଏ ସତ ସତ ।

ଅର୍ଥାତ୍‍ ରାଜା ସର୍ବଦା ପ୍ରଜାଙ୍କ ବିଚାରକୁ ଗ୍ରହଣ କରିନେବା ଉଚିତ । ଏଥିରୁ ମନେହୁଏ ଯେ, ପୌରାଣିକତା କବିଙ୍କର ଆଧୁିନିକ ବିଚାରକୁ ପ୍ରଘଟ କରିବାଲାଗି ଏକ ମାଧ୍ୟମ ମାତ୍ର । ଠିକ୍‍ ସେହିଭଳି 'ମହାଭାରତ' ଆଧାରିତ ଆଧୁିନିକ ଉତ୍କଳ ସାହିତ୍ୟର ପ୍ରଥମ ମହାକାବ୍ୟ 'ମହାଯାତ୍ରା'ରେ କବି ରାଧାନାଥ ରାୟ (୧୮୪୮-୧୯୦୮) ସ୍ୱାଧୀନତାର ବିଶଦ ଅର୍ଥ ଦେଇଛନ୍ତି । ସେ କହିଛନ୍ତି ଯେ, ଆନ୍ତରିକ ଦୁର୍ବଳତା ଓ କୁସଂସ୍କାର ଉପରେ ଜୟଲାଭ ନ କରି ସ୍ୱାଧୀନତା କଦାଚିତ ଲାଭ କରାଯାଇ ନ ପାରେ । କବିଙ୍କ ଉକ୍ତିରେ- {{center block|

ସ୍ୱାଧୀନତା ବୋଲି ଯାହା ବୋଇଲେ ଆପଣ
ସେ କେବଳ ଷଡ଼ରିପୁ ପ୍ରଭୁତାର ଛାୟା ।
ସେ ପ୍ରଭୁତା ଚାଲିଗଲେ କଳିର କୌଶଳେ

୨୨୪ . ଓଡ଼ିଶା ଇତିହାସ