ପୁରୀ | ବିବୁଧେନ୍ଦ୍ର ମିଶ୍ର | କଂଗ୍ରେସ |
ଭୁବନେଶ୍ୱର | ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ | କଂଗ୍ରେସ |
ଭଂଜନଗର | ମୋହନ ନାୟକ | କଂଗ୍ରେସ |
ଛତ୍ରପୁର | ଅନନ୍ତ ତ୍ରିପାଠୀ ଶର୍ମା | କଂଗ୍ରେସ |
କୋରାପୁଟ | ରାମଚନ୍ଦ୍ର ଉଲାକା | କଂଗ୍ରେସ |
ନବରଙ୍ଗପୁର | ଆର୍. ଜଗନ୍ନାଥ ରାଓ | କଂଗ୍ରେସ |
କଳାହାଣ୍ଡି | ପ୍ରତାପ କେଶରୀ ଦେଓ | ଗ.ପ. |
ଫୁଲବାଣୀ | ରାଜେନ୍ଦ୍ର କହଁର | ଗ.ପ. |
ବଲାଙ୍ଗୀର | ହୃଷୀକେଶ ମହାନନ୍ଦ | ଗ.ପ. |
ସମ୍ବଲପୁର | କିଶାନ ପଟ୍ଟନାୟକ | ସୋସାଲିଷ୍ଟ |
ଅନୁଗୁଳ | ଡକ୍ଟର ହରେକୃଷ୍ଣ ମହତାବ | କଂଗ୍ରେସ |
ଢେଙ୍କାନାଳ | ବୈଷ୍ଣବ ଚରଣ ପଟ୍ଟନାୟକ | କଂଗ୍ରେସ |
ସୁନ୍ଦରଗଡ଼ | ଯଜ୍ଞ ନାରାୟଣ ସିଂହ | ଗ.ପ. |
କେନ୍ଦୁଝର | ଲକ୍ଷ୍ମୀନାରାୟଣ ଭଞ୍ଜ | କଂଗ୍ରେସ |
ଭାରତ ଚୀନ୍ ଯୁଦ୍ଧ :
୧୯୬୨ ମସିହା ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ-ଚୀନ ଯୁଦ୍ଧ ହେଲା । ଯୁଦ୍ଧର କାରଣ ହେଲା, ଭାରତ ଉପରେ ଚୀନ୍ର ଲୋଲୁପ ଦୃଷ୍ଟି । ସାମ୍ରାଜ୍ୟ ବିସ୍ତାରର ମନୋଭାବ । ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲଙ୍କର ଚୀନ୍ ପ୍ରତି ଅତିଶୟ ବନ୍ଧୁତା ଓ ବିଶ୍ୱାସ । ଭାରତଦ୍ୱାରା ଉଦ୍ଘୋଷିତ ପଞ୍ଚଶୀଳ ନୀତିର ଅବମାନନା ଇତ୍ୟାଦି । ସେତେବେଳେ ଦେଶରକ୍ଷା ବିଭାଗର ମନ୍ତ୍ରୀ ଥାଆନ୍ତି ଭି.କେ. କ୍ରିଷ୍ଣମେନ୍ନ । ଯୁଦ୍ଧ ସମୟରେ ସାରା ଦେଶରେ ଦେଶାତ୍ମଭାବ ଜାଗ୍ରତ ହେଲା । ମାତୃଭୂମିକୁ ରକ୍ଷା କରିବା ନିମନ୍ତେ ଦେଶର ନାଗରିକମାନେ ଦୃଢ଼ ପ୍ରତିଜ୍ଞ ହେଲେ । ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କଠାରୁ ସ୍ୱର୍ଣ୍ଣ ଓ ଅର୍ଥ ସଂଗ୍ରହରେ ଲାଗିପଡ଼ିଲେ । ସ୍କୁଲ, କଲେଜ ଓ ବିିଭିନ୍ନ ଅନୁଷ୍ଠାନର ଛାତ୍ର, ଛାତ୍ରୀମାନେ ଗାଁ ଗହଳିରେ ବୁଲି ଏ ସମ୍ପର୍କରେ ଲୋକଙ୍କୁ ସଚେତନ କଲେ । ଲୋକେ ଅକାତରରେ ସ୍ୱର୍ଣ୍ଣ ଓ ଅର୍ଥ ଦେଶରକ୍ଷା ପାଣ୍ଠି ପାଇଁ ଦାନ କଲେ । ଦେଶରକ୍ଷା ମନ୍ତ୍ରୀଙ୍କୁ ହଟାଇବା ପାଇଁ ଓଡ଼ିଶାରେ ପ୍ରତିକୂଳ ହାଓ୍ୱା ସୃଷ୍ଟି ହେଲା । ଏଥିପାଇଁ ରାଜ୍ୟର ଲୋକସଭା ସଦସ୍ୟମାନଙ୍କୁ ମଧ୍ୟ ରାଜ୍ୟର ନେତାମାନେ ପ୍ରଭାବିତ କଲେ । ଭାରତ ଏହି ଯୁଦ୍ଧରେ ପରାଜୟ ଲାଭକଲେ ବି ଚୀନ୍ ନିଜ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବାରୁ ଯୁଦ୍ଧର ଅବସାନ ଘଟିଲା ।
୧୪୮ . ଓଡ଼ିଶା ରାଜନୀତିର ଇତିହାସ