ପୃଷ୍ଠା:Odisha Rajanitira Itihasa.pdf/୨୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଇଲେ । ଏହି ସଂପ୍ରସାରଣରେ ଭୂପିନ୍ଦର ସିଂହଙ୍କୁ ରାଷ୍ଟ୍ର ପାହ୍ୟାମନ୍ତ୍ରୀ ଭାବରେ ନିଆଯାଇ ତାଙ୍କୁ ସୂଚନା, ଲୋକସଂପର୍କ ବିଭାଗ ସହ ଜଳସେଚନ ଓ ବିଦ୍ୟୁତ ବିଭାଗର ଦାୟିତ୍ୱ ପ୍ରଦାନ କରାଗଲା । ଦୁଇଜଣ ମହିଳାଙ୍କୁ ଉପମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଗଲା । ସେମାନେ ହେଲେ ପରମା ପୂଜାରୀ ଓ ସରସ୍ୱତୀ ହେମ୍ବ୍ରମ ।

ମନ୍ତ୍ରିମଣ୍ଡଳରୁ ବହିଷ୍କାର :

କ୍ୟାବିନେଟ ମନ୍ତ୍ରୀ ଭଜମନ ବେହେରାଙ୍କର ବିଧାନସଭା ସଦସ୍ୟ ପଦ ଆଣ୍ଟି ଡିଫେକ୍ସନ ଆକ୍ଟ ବଳରେ ରଦ୍ଦ ହୋଇଯିବାରୁ ତାଙ୍କୁ ଓ ଅନ୍ୟାନ୍ୟ ଦଳୀୟ ଶୃଙ୍ଖଳାଗତ କାରଣ ଯୋଗୁଁ କ୍ୟାବିନେଟ ମନ୍ତ୍ରୀ ଗଙ୍ଗାଧର ମହାପାତ୍ର ଓ ରାଷ୍ଟ୍ରମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀ ୧୯୮୬ ମସିହା ଡିସେମ୍ବର ୧୯ ତାରିଖ ଦିନ ମନ୍ତ୍ରିମଣ୍ଡଳରୁ ବହିଷ୍କାର କଲେ । ରାଷ୍ଟ୍ରମନ୍ତ୍ରୀ ଶରତଚନ୍ଦ୍ର ପଣ୍ଡାଙ୍କର ୧୯୮୯ ମସିହା ଡିସେମ୍ବର ୧୯ ତାରିଖରେ ପରଲୋକ ଘଟିଲା । ଏହିପରି ଭାବରେ ମନ୍ତ୍ରିମଣ୍ଡଳରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ସେଗୁଡ଼ିକୁ ଆଉ ପୂରଣ କରାଯାଇ ନିଲା ।

ବିଧାନସଭା ସଦସ୍ୟ ପଦ ଖାଲି :

୧୯୮୯ ମସିହା ମେ ମାସ ୧୮ ତାରିଖରେ କଂଗ୍ରେସ (ଆଇ) ଦଳର ସଦସ୍ୟ ତଥା ଟିଟିଲାଗଡ଼ ବିଧାୟକ ପୂର୍ଣ୍ଣଚନ୍ଦ୍ର ମହାନନ୍ଦଙ୍କର ମୃତ୍ୟୁ ଘଟିଲା । ବିଧାସଭାର ସ୍ୱାଧୀନ ସଦସ୍ୟ ତ୍ରିଲୋଚନ କାନୁନ୍‍ଗୋ ୧୯୮୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଇସ୍ତଫା ପ୍ରଦାନ କଲେ । ୧୯୮୯ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଜନତା ଦଳର ବିଧାୟକ ଥିବା ଭାଗେ ଗୋବର୍ଦ୍ଧନ, ଶ୍ରୀକାନ୍ତ ଜେନା, ଭକ୍ତ ଚରଣ ଦାସ ଓ ସ୍ୱାଧୀନ ବିଧାୟକ ବାଳଗୋପାଳ ମିଶ୍ର ଲୋକସଭାକୁ ନିର୍ବାଚିତ ହେବାରୁ ବିଧାନସଭାର ଚାରିଗୋଟି ଆସନ ଖାଲି ପଡ଼ିଲା । ୧୯୮୯ ଡିସେମ୍ବର ୩୦ ତାରିଖରେ ଦେବଗଡ଼ ବିଧାୟକ ରାଜକିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ବିଭୁଦେନ୍ଦ୍ର ପ୍ରତାପ ଦାସ ବିଧାନ ସଭା ସଭ୍ୟପଦରୁ ଇସ୍ତଫା ପ୍ରଦାନ କଲେ । ପୂର୍ବରୁ ଭଜମନ ବେହେରାଙ୍କ ସଭ୍ୟପଦ ରଦ୍ଦ ହୋଇଯାଇଥିଲା । ବିଧାନସଭାର ଏହି ସବୁ ଶୂନ୍ୟ ଆସନପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇନଥିବା ଜଣାଯାଏ ।

ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ :

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏହି ଦ୍ୱିତୀୟ ମୁଖ୍ୟମନ୍ତ୍ରିତ୍ୱ କାଳରେ ବହୁ ପ୍ରଗତିମୂଳକ କାର୍ଯ୍ୟ ହୋଇଥିଲା । କେନ୍ଦ୍ର ସରକାରଙ୍କଦ୍ୱାରା ଅନୁସୃତ ନୂତନ ବିଂଶସୂତ୍ରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଶେଷ ଦୃଷ୍ଟି ଦିଆଯାଇଥିଲା । କୃଷି, ଶିଳ୍ପ, ଯୋଗାଯୋଗ, ଗମନାଗମନ, ରାସ୍ତାଘାଟ, ଶିକ୍ଷା, ସଂସ୍କୃତି, ସାହିତ୍ୟର ବିକାଶ କ୍ଷେତ୍ରରେ ପ୍ରଭୂତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।

ବହୁ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ : କଟକଠାରେ ପ୍ରଥମ ରାଜ୍ୟସ୍ତରୀୟ

ଓଡ଼ିଶା ରାଜନୀତିର ଇତିହାସ . ୨୪୯