ପୃଷ୍ଠା:Odisha Rajanitira Itihasa.pdf/୩୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଜ୍ଞାନ ଓ କାରିଗରୀ; ରାଷ୍ଟ୍ରମନ୍ତ୍ରୀ: ସଂଜୀବ କୁମାର ସାହୁ- ପଞ୍ଚାୟତିରାଜ । ଏହା ସହିତ କ୍ୟାବିନେଟ୍‍ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିଭାଗରେ ସାମନ୍ୟ ଅଦଳ ବଦଳ କରାଗଲା । ୧୯-୬-୨୦୦୬ରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର ବିଭାଗରେ କିଛିଟା ଅଦଳ ବଦଳ କରାଯାଇ ପୁନର୍ଗଠିତ ହେଲା ।

ତୃତୀୟଥରପାଇଁ ୫-୨-୨୦୦୮ରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ପୁନର୍ଗଠିତ ହେଲା । କ୍ୟାବିନେଟ୍‍ ମନ୍ତ୍ରୀ ବିଷ୍ଣୁ ଚରଣ ଦାସ ଓ ପଦ୍ମନାଭ ବେହେରାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇ ସେମାନଙ୍କ ସ୍ଥାନରେ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱରେ ଥିବା ଦୁର୍ଯ୍ୟୋଧନ ମାଝି ଓ ଦେବୀପ୍ରସାଦ ମିଶ୍ରଙ୍କୁ କ୍ୟାବିନେଟ୍‍ ପାହ୍ୟାକୁ ଉନ୍ନୀତ କରାଗଲା । ନୂତନ ଭାବରେ ସନାତନ ବିଶି ଓ ପ୍ରଦୀପ କୁମାର ଅମାତଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବରେ ଗ୍ରହଣ କରାଗଲା । କ୍ୟାବିନେଟ୍‍ ମନ୍ତ୍ରୀ ଦୁର୍ଯେ୍ୟାଧନ ମାଝିଙ୍କୁ ଯୋଜନା ଓ ସମନ୍ୱୟ ଏବଂ ବିଜ୍ଞାନ ଓ କାରିଗରି, ଦେବୀ ପ୍ରସାଦ ମିଶ୍ରଙ୍କୁ ତାଙ୍କର ପୂର୍ବ ବିଭାଗ ଅବକାରୀ ଓ ପର୍ଯ୍ୟଟନ ଦାୟିତ୍ୱ ଦିଆଗଲା । ରାଷ୍ଟ୍ରମନ୍ତ୍ରୀ ସନାତନ ବିଶିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱାଧୀନ ଦାୟିତ୍ୱ ଓ ପ୍ରଦୀପ କୁମାର ଅମାତଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱାଧୀନ ଦାୟିତ୍ୱ ଦିଆଗଲା । ପୂର୍ବରୁ ରାଷ୍ଟ୍ରମନ୍ତ୍ରୀ ଥିବା ସଂଜୀବ କୁମାର ସାହୁଙ୍କ ବିଭାଗରେ ପରିବର୍ତ୍ତନ କରାଯାଇ ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱାଧୀନ ଦାୟିତ୍ୱରେ ରଖାଗଲା ।

୧୫-୫-୨୦୦୮ରେ ଏହି ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ବିଭାଗରେ କିଛି କିଛି ପରିବର୍ତ୍ତନ କରାଯାଇ ମନ୍ତ୍ରିମଣ୍ଡଳକୁ ପୁନର୍ଗଠିତ କରାଗଲା । ଏହି ମନ୍ତ୍ରିମଣ୍ଡଳ ୨୦୦୯ ସାଧାରଣ ନିର୍ବାଚନ ଯାଏ କାର୍ଯ୍ୟ କରିଥିବାର ଜଣାଯାଏ ।
ତ୍ରୟୋଦଶ ବିଧାନସଭାର ସଦସ୍ୟ (୨୦୦୪):

କରଞ୍ଜିଆ ଅଜିତ୍‍ ହେମ୍ବ୍ରମ୍‍ ବିଜେଡ଼ି
ଯଶୀପୁର ଶମ୍ଭୁନାଥ ନାୟକ ସ୍ୱାଧୀନ
ବାହଲଦା ପ୍ରହ୍ଲାଦ ପୁର୍ତ୍ତିି ଜେଏମ୍‍.ଏମ୍‍
ରାଇରଙ୍ଗପୁର ଦ୍ରୌପଦୀ ମୁର୍ମୁ ବିଜେପି
ବାଙ୍ଗିରିପୋଷି ଚୈତନ୍ୟ ପ୍ରସାଦ ମାଝି ବିଜେଡ଼ି
କୁଳିଅଣା ସାନନ୍ଦ ମାରାଣ୍ଡି ବିଜେଡ଼ି
ବାରିପଦା ବିମଳ ଲୋଚନ ଦାସ ଜେଏମ୍‍.ଏମ୍‍
ବୈସିଙ୍ଗା ପ୍ରମିଳା ଗିରି ବିଜେଡ଼ି
ଖୁଣ୍ଟା ଗୋଲକ ବିହାରୀ ନାୟକ ବିଜେପି
ଉଦଳା ଭାସ୍କର ମଢ଼େଇ ବିଜେପି
ଭୋଗରାଇ ଅନନ୍ତ ଦାସ ବିଜେଡ଼ି


୩୦୬ . ଓଡ଼ିଶା ରାଜନୀତିର ଇତିହାସ