ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରେରଣା ଓ ଆଦର୍ଶର ଆଲୋକସ୍ତମ୍ଭ ଶିକ୍ଷକ
ରାମକୃଷ୍ଣ ନନ୍ଦ
ପ୍ରଫେସର ଜଗନ୍ନାଥ ମହାନ୍ତି

"୧୯୪୧ ମସିହା ଦିସେମ୍ବର ମାସ। ବାରିପଦା ହାଇସ୍କୁଲରେ ଚରମ ବିଶୃଙ୍ଖଳା। ପ୍ରଧାନ ଶିଖକଙ୍କ ଅପାରଗତା ଯୋଗୁଁ ଛାତ୍ରମାନେ ଆନ୍ଦୋଳନ କରି ଟେଷ୍ଟ ପରୀକ୍ଷା ବନ୍ଦ କରିଦେଲେ। ବିଦ୍ୟାଳୟରେ ଅରାଜକଥା ସୀମା ଟପିଲା। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଥିବା ବହୁ ଅଭିଯୋଗର ଉଚ୍ଚକର୍ତ୍ତୃପକ୍ଷ ବିଚାର କଲେ। ନବ ବର୍ଷ ପ୍ରାରମ୍ଭରେ ଉପର ମହଲରୁ ନିର୍ଦ୍ଦେଶ

ଆସିଲା ସମସ୍ତ ଦାୟିତ୍ୱ ବୁଝାଇଦେଇ ପ୍ରଧାନ ଶିକ୍ଷକଙ୍କ ତିନିଦିନ ଭିତରେ ସ୍କୁଲ ରୁ ବିଦାୟ ନେବେ। ରାତିକ ଭିତରେ ରାଜେନ୍ଦ୍ରବାବୁ ରାଜେନ୍ଦ୍ରାସନରୁ ଖସି ଫକୀର ହୋଇଗଲେ। ସରକାରୀ ଆଦେଶ ଅନୁସାରେ ସେ ମୋତେ ସ୍କୁଲ ର କାଗଜପତ୍ର ତ ବୁଝାଇଦେଲେ କିନ୍ତୁ ସବୁଠାରୁ ତାତ୍ପର୍ଯ୍ୟପୂର୍ଣର୍ବିଷୟ ହେଲ। ତାଙ୍କ କ୍ୱାଟର୍ସର ଚାର୍ଜ ଦେବା। ପିଲାଛୁଆଙ୍କୁ ଧରି ତିନିଦିନ ଭିତରେ ବସା ଛାଡ଼ିଯିବା ତାଙ୍କ ପକ୍ଷରେ କଷ୍ଟକର ହେବ ଜାଣି

୧୫୭