ଆଗ୍ରହ ଥିଲା। ସେ ପ୍ରଥମେ କଟକ ଜିଲ୍ଲାବୋର୍ଡ଼ର ସୂତାକଟା ଶିକ୍ଷକ ଭାବରେ ୨୦ଟଙ୍କା ଦରମାରେ ନିଯୁକ୍ତି ପାଇଥିଲେ। ୧୯୩୦-୩୧ରେ ଡମପଡା ହାଇସ୍କୁଲରେ ସେ ସହକାରୀ ଶିକ୍ଷକ ଭାବେ କାର୍ଯ୍ଯ କଲେ। ତା'ର ପ୍ରଧାନ ଶିକ୍ଷକ ନୃସିଂହ ଚରଣ କାନୁନଗୋ ରାମକୃଷ୍ଣଙ୍କର କର୍ତ୍ତବ୍ଯନିଷ୍ଠ, ଛାତ୍ରବତ୍ସଳତ। ଓ ଶିକ୍ଷାଦାନଦକ୍ଷତାରେ ମୁଗ୍ଧ ହୋଇଥିଲେ। ମାତ୍ର ବାଙ୍କିରେ ଅସ୍ଥାୟୀ ଚାକିରିକାଳ ସମାପ୍ତି ପରେ ବାରିପଦା ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବରେ ୧୯୩୧ ଜୁଲାଇ ୯ ତାରିଖରେ ୭୦ ଟଙ୍କା ବେତନରେ ସେ ନିଯୁକ୍ତି ପାଇଲେ। ଛାତ୍ରାବସ୍ଥାରୁ ଶିକ୍ଷକ ଜୀବନରେ ସେ ବନ୍ଯାବିପନ୍ନ ଓ ଦୁଃସ୍ଥ ଜନସାଧାରଣଙ୍କ ସେବା କରିବାରେ ଆନନ୍ଦ ଲାଭ କରୁଥିଲେ।
୧୯୩୭-୩୮ରେ ରାମକୃଷ୍ଣ ବାବୁ କଟକ ଟ୍ରେନିଂ କଲେଜ(ଆଧୁନିକ ରାଧାନାଥ ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ)ରେ ଟ୍ରେନିଂ ଅଧ୍ଯୟନ କରି ପାଟଣା ବିଶ୍ୱବିଦ୍ଯାଳୟରେ ସହକାରୀ ପ୍ରଧାନ ଶିକ୍ଷକ ଭାବରେ ସେ କାର୍ଯ୍ଯ କରିଥିଲେ ଏବଂ ପାଟନା ବିଶ୍ୱବିଦ୍ଯାଳୟରେ ଜଣେ ଇଂରେଜୀ ପରୀକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କର କର୍ମନିଷ୍ଠତା, ଛାତ୍ରବତ୍ସଳତା ଓ ଦକ୍ଷତା ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ମାତ୍ର ତତ୍କାଳୀନ ଲୋକପ୍ରିୟତାରେ ପ୍ରଧାନ ଶିକ୍ଷକ ଈର୍ଷାପରାୟଣ ହେଲେ ଏବଂ ୧୯୪୧-୪୨ରେ ଅଶାନ୍ତିକର ପରସ୍ଥିତି ଯୋଗୁଁ ରାମକୃଷ୍ଣ ବାବୁ ଇସ୍ତଫା ଦେଇ ବାରିପଦାରୁ ବିଦାୟ ନେଲେ।
ବାରିପଦାରେ ସାରସ୍ୱତ ସାଧନା ପାଇଁ ଅନୂକୁଳ ପରିବେଶ ପାଇ ରାମକୃଷ୍ଣ ସେ ଦିଗରେ ମନ ଦେଇଥିଲେ। ୧୯୩୩ରେ ବିଶିଷ୍ଟ ଲେଖକ ଓ କବିମାନଙ୍କ କେତେକ ରଚନା ସଂଗ୍ରହ କରି 'ପ୍ରତିଧ୍ୱନି' ନାମକ କ୍ଷୁଦ୍ର ପୁସ୍ତିକାଟିଏ ସେ ସଂଚଳନ କରିଥିଲେ। ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ 'ସାହିତ୍ଯ ସୋପାନ; ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ 'ସାହିତ୍ଯବୋଧ' ପାଠ୍ଯପୁସ୍ତକ ସେ ଏଠାରେ ରଚନା କରିଥିଲେ। ତାଙ୍କର ସୁପରିଚିତ ପ୍ରାର୍ଥନା ଗୀତ - ଆହେ ଦୟାମୟ ବିଶ୍ୱବିହାରୀ, ଘେନ, ଦୟାବହି ମୋର ଗୁହାରି" ଏବଂ ଅନ୍ଯ କେତେକ ଶିଶୁକବିତା ଏହି ସମୟର ରଚନା। କଟକ ପବ୍ଲିଶିଂ ହାଉସର ପ୍ରତି ଷ୍ଠି ତ ଶ୍ରୀ ଉମାଚରଣ ମହାନ୍ତି ଉକ୍ତ ପୁସ୍ତକଗିଡ଼ିକୁ ପ୍ରକାଶ କରି ସାହିତ୍ଯ କ୍ଷେତ୍ରରେ ରାମକୃଷ୍ଣଙ୍କୁ ଖୁବ୍ ଉତ୍ସାହ ପ୍ରଦ।ନ କରିଥିଲେ। ସତ୍ଯବାଦୀ ଜାତୀୟ ବିଦ୍ଯାଳୟର ଶିକ୍ଷକ ଓ ବାରିପଦାରେ