ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୯୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଧକ୍କାକୁ ସେ ବର୍ଷ ବର୍ଷ ଧରି ଦଶବର୍ଷ; ସାଧାରଣ ଭାବରେ ସହି ନେଇଥିଲେ। ସାଧାରଣ କର୍ତ୍ତବ୍ଯରେ କେବେ ଅବହେଳା ବାଧ୍ଯ କରିନଥିଲେ। କବିଙ୍କ ଭାଷାରେ,ହୃଦ୍ ପଛେ ଜଳୁ ବିଦ୍ଯୁତ୍ ଅନଳେ, ଜଳଦାନେ ଘନ ବାଧ୍ଯ। ହୃଦୟ ତାଙ୍କର ଦୁଃଖରେ ଭିତରେ ଭିତରେ ଜଳୁଥିଲା। ପଦାରେ ତା'ର ଛିଟା ବି ପ୍ରକାଶ ପାଉନଥିଲା। ତୁଳନା ଏହାର ନାହିଁ। ପ୍ରମୋଦ ପତି। ନାରଣ ବାବୁଙ୍କ ବଡ ପୁଅ। ସେ ଥିଲା ଭାରତ ସରକାରଙ୍କ ବମ୍ବେସ୍ଥିତ ଫିଲ୍ମସ୍ ଡିଭିଜନରେ ଅତି ଚମତ୍କାର ପ୍ରମାଣିତ ଚିତ୍ରସବୁର ପଯୋଜକ, ନିର୍ମାତା। ଚେକୋସ୍ଳୋଭାକିଆରେ କାଟୁନ ଫିଲ୍ଲର ତାଲିମ ନେଇଥିଲେ । ସେ ଥିଲା ଏକ ଅଲଔକିକ ପ୍ରତିଭା। ବର୍ଷ କେଇଟାରେ ଚଳଚ୍ଚିତ୍ର ଦୁନିଆରେ ଆନ୍ତର୍ଜାତିକ ପିରସ୍କାର ଲାଭ କରିଥିଲା। ଆନ୍ତର୍ଜାତିକ ଫିଲ୍ଲର ଉତ୍ସବରେ ବହୁବାର ଭାବତର ପ୍ରତିନିଧିତ୍ୱ କରିଥିଲା। ବିଶ୍ୱବିଚାରକ ମଣ୍ତଳୀରେ ଆସନଲାଭ କରିଥିଲେ। ଅଚାଙ୍କ ଏକ ଦୁରାରୋଗ୍ଯ ବ୍ଯାଧିତ ଶିକାର ସେ ହେଲା। ସେଥିରୁ ତା'ର ନିସ୍ତାର ନଥିଲା । ଯେକଔଣସି ମୁହୂର୍ତ୍ତରେ ଗମନର ଶମନ ଆସିଯିବେଥି ପାଇଁ ପରିବାରର ଥିଲା ଏକ କ୍ରୂର ପ୍ରତୀକ୍ଷା । ଆସିଗଲା ଅବସ୍ଥା ଭଲ ନୁହେଁ, - ବମ୍ବେ ଉଡିଆସ। ନାରଣ ବାବୁ ବମ୍ବେ ଉଡିଗଲେ। ପରିଣତ ବୟସରେ ତାଙ୍କ ପୃଥିବୀ ବିଖ୍ଯାତ ବଡ ପୁଅର କେଇ ଖଣ୍ତ ଅସ୍ଥି ଏକ କ୍ଷୁଦ୍ର ପାତ୍ରରେ ଧରି , ସେ କଟକ ବାହୁଡିଲେ ........।


                            ସେତେବେଳକୁ ସେ ଓଡିଶାପୋଲିସ୍ ହାଇସ୍କୁଲର ହେଡ୍ ମାଷ୍ଟର । ସେ ହାଇସ୍କୁଲର ଛାତ୍ରଛାତ୍ରୀ , ଶିକ୍ଷକ ଓ ତୁଳସୀପୁର ଆଖପାଖର ଅସଂଖ୍ଯ ଅଭିଭାବକ ଓ ସାଧାରଣ ଲୋକ ମନେ ମନେ ଭାବିନେଲେ , ଗତ ଦଶନ୍ଧିର ସ୍କୁଲର ଉଚ୍ଚ ଧରଣର ବାର୍ଷିକ ଉତ୍ସବ ଏବଂ ବୈଷ୍ଣବ ପାଣିଙ୍କ ଗୀତିନାଟ୍ଯକର କୁହାଟ ଏ ବର୍ଷରୁ ଆସ୍ତେ ଆସ୍ତେ ବନ୍ଦ ହୋଇଯିବ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରି ସବୁ କାର୍ଯ୍ଯ ସେମେତି ଅତି ସ୍ୱାଭାବିକ ଭାବରେ ଚାଲିଥିଲା ।ଗଲା ପୁଅ ତ ଆଉ ବାଭୁଡିର ନାହିଁ। ଏବେ ସ୍କୁଲରେ ହଜାରେ ପୁଅଝିଅ, ବାହାରେ ହଜାର ହଜାର ପିତାମାତା, ଅଭିଭାବକ , ସାଧାରଣ ଜନତା କାହିଁକି ନିରାଶ ହେବ ? ଏ ଥିଲା ତାଙ୍କର ଗାଣିତିକ ବିଚାର। ତାଙ୍କର କିଛି ଯେମିତି ହେଇନାହିଁ, ଏମିତି ଅଭିନୟ କରିଚାଲିଲେ। ତାଙ୍କର ସେ ମଣିଷ ପଣିଆକୁ ଲୋକେ ସେତେବେଳେ ଧନ୍ଯ ଧନ୍ଯ କରିଥିଲେ। 


                       ନାରାୟଣ ପତି ୧୯୨୫ରୁ ୧୯୭୯, ଦୀର୍ଘ ୫୫ବର୍ଷ ଶିକ୍ଷକ ଓ ଶିକ୍ଷାୟତନର ଉନ୍ନତି କଳ୍ପେ କାର୍ଯ୍ଯ କରିଥିଲେ । ସେ ତାଙ୍କ ଜିବଙ୍କାଳ ଭିତରେ ରାଜ୍ଯର ତିନିଟି ସରକାରୀ