ସେ ସ୍ୱତଃ ପ୍ରବୃତ୍ତ ଭାବେ ପ୍ସ୍ଥାନ କଲେ। ଠିକ୍ ତା'ର ଦୁଇବର୍ଷ ପରେ ୧୯୫୬ରେ ତାଙ୍କର ନିରବଚ୍ଛିନ୍ନ ପ୍ରଚେଷ୍ଟା, ଗଭୀର ନିଷ୍ଠା, ତ୍ୟାଗ ଓ କର୍ମତତ୍-ପରତା ଫଳରେ ସେଠାରେ ହାଇସ୍କୁଲଟିଏ ସେ ପ୍ରତିଷ୍ଠା କରିପାରିଥିଲେ। ହରପ୍ରସାଦ ମି·ଇ· ସ୍କୁଲର ହେଡ଼୍ ମାଷ୍ଟର ହିସାବରେ ସେ ଉପର ଦୁଇ ଶ୍ରେଣୀରେ ଅଙ୍କ, ଇମରାଜୀ ପଢ଼ାଉଥିଲେ ହେଁ, ହାଇସ୍କୁଲରେ ମଧ୍ୟ ଗଣିତ ଓ ବିଜ୍ଞାନର ଅଧ୍ୟାପନା କରୁଥିଲେ ଏବଂ ୧୯୭୭ଯାଏ କର୍ମତତ୍-ପର ଥିଲେ।
ମଦନବାବୁ ଯେତେବେଳେ ଖଇରା ଛାଡ଼ିଲେ। ତାଙ୍କର ବିଦାୟ ସମ୍ବର୍ଦ୍ଧନା ହୋଇପାରି ନଥିଲା। ଏଥିରେ ତାଙ୍କ ପ୍ରିୟ ଛାତ୍ର ସ୍ରି ଗୋବିନ୍ଦ ଚନ୍ଦ୍ର ପନ୍ତା ଅତ୍ୟନ୍ତ ଦଃଖିତ ଥିଲେ ଏବଂ ତାଙ୍କରି ଚେଷ୍ଟରେ ହିଁ ମଦନବାବୁଙ୍କ ସମ୍ବର୍ଦ୍ଧନାର ଏକ ଆୟୋଜନ ଖଇରାରେ କରାଯାଇ ପାରିଥିଲେ । ୧୯୭୪ ଡ଼ିସେମ୍ବର ୨୯ ତାରିଖରେ ଖଇରା ହାଇସ୍କୁଲର ମୁକ୍ତ ପ୍ରଙ୍ଗଣରେ ଏକ ହେମନ୍ତ ସଂଧ୍ୟାରେ ହିରନ୍ମୟ-କିରନ-ବିଚ୍ଛୁରିତ ଏକ ମଞ୍ଜୁଳ ପରିବେସ ମଧ୍ୟରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଏକ ଅଭୂତ ପୂର୍ବ ସମାରୋହ। ମଦନବାବୁଙ୍କ ସହସ୍ର ସଂଖ୍ୟକ ଜନସାଧାରଣ ଉପବିଷ୍ଟ ଥିଲେ। ସଭାପତିତ୍ୱ କରିଥିଲେ ସ୍ୱୟଂ ଡ଼ଃ ମହତାବ୍।
କାଳ ମଦନ ମାଷ୍ଟ୍ରଙ୍କୁ ଗଢ଼ିଥିଲା। ଅଥବା ମଦନମାଷ୍ଟ୍ରେ ନିଜେ ନିକ କାଳକୁ ଆୟତ୍ତାଧୀନ କରିଥିଲେ ତାହା କୁହାଯାଇ ନପାରିଲେ ବି ଦେସ ଓ ରାଷ୍ଟ୍ରର ଶିକ୍ଷା ଜଗତକୁ ଦୀପ୍ତି ଓ ଶୁଚିମନ୍ତ କରି ସାଂପ୍ରତିକ ବିପର୍ଯ୍ୟ୍ୟର ନିରୋଧ ନିମିତ୍ତ ତାଙ୍କ ଭଳି ବ୍ୟକ୍ତିତ୍ୱ ବାରମ୍ବାର ଏ ଧରାପୃଷ୍ଟକୁ ଅବତରି ଆସନ୍ତୁ, ଏହା ଅବଶ୍ୟ କାମନା କରାଯାଇପାରେ।