ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନିଜ ଆଗରେ ଦେଖେ ଏକ ବିରାଟ ସମାଜ ଓ ଚୁଦ୍ର ବିଦ୍ୟାଳୟ ସେହି ବିରାଟ ସମାଜ ପାଇଁ ସେ ପ୍ରସ୍ତୁତ କରିଥାଏ। ପଣ୍ତା ମହାଶୟ ତାଙ୍କ ଶିକ୍ଷକ ଜୀବନରେ ଏହି ତତ୍ତ୍ୱ ବିସାଷଭାବେ ଅନୁଭବ କରି ପାରିଥିଲେ । ସେ ଅନେକ ସମୟରେ ପିଲାମାନଙ୍କୁ ଧରି ଆଖପାଖ ଅଞ୍ଚଳରେ ବହୁ ସମାଜ ହିତକର କାର୍ଯ୍ୟ କରୁଥିଲେ। ଏତଦ୍ବ୍ୟତୀତ ଉନ୍ନୟନ ସଂସ୍ଥାର ଅବୈତନିକ ଚେୟାରମ୍ୟାନରୁପେ ଶିକ୍ଷକତା ସହିତ ସେ କାର୍ଯ୍ୟ କରିଥହିଲେ ।

୧୯୬୪ ମସିହାରେ ଓଡ଼ିଶା ରାଜ୍ୟ ସରକାର କୃତୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବାପାଇଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବାର ବ୍ୟବସ୍ଥା ପ୍ରଥମ ଥର ପାଇଁ କରିଥାନ୍ତି । ପଣ୍ତା ମହାଶୟଙ୍କୁ ଏହି ପୁରସ୍କାର ୧୯୭ ମସିହା ଜାନୁଆରୀ ୨୬ ତାରିଖରେ ଏକ ରାଜ୍ୟସ୍ତରୀୟ ଉତ୍ସବରେ ପ୍ଦାନ କରା ଯାଇଥିଲା । ପଣ୍ତା ମହାସୟଙ୍କୁ ଦିଆଯାଇଥିବା ମାନପତ୍ରରେ ସେ ଜଣେ "ସମ୍ବେଦନଶୀଳ ଓ ସୁଦକ୍ଷ ପ୍ରଧାନ ଶିକ୍ଷକ" ବୋଲି ଉଲ୍ଲେଖ କରାଯାଇଥିଲା ।

ଏହି କୃତବିଦ୍ୟ ଦକ୍ଷ ଶିକ୍ଷକ ଜଣକ ୧୯୫୨ ମସିହାରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଶିକ୍ଷାଦର୍ଶନ ବିଷୟରେ ଅଧ୍ୟୟନ କଲେ । ବିଭିନ୍ନ ସ୍ଥାନରେ ତତ୍-ସଂମ୍ପର୍କୀୟ ବିଭିନ୍ନ ସେମିନାର ଓ ପାଠଚକ୍ରରେ ମଧ୍ୟ ଯପଗଦାନ କଲେ ।

୧୯୭୪ ମସିହା ସେପ୍ଟେମ୍ବର ମାସ ୧୮ ତାରିଖରେ ତତ୍-କାଳୀନ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ନନ୍ଦିନି ଶତପଥୀମକ ଦ୍ୱାରା ସମ୍ବଲପୁର ଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉଦ୍-ଘାଟିତ ହେଲା । ବିଦ୍ୟାଳୟର ସୁଯୋଗ୍ୟ ପ୍ରଧାନ ଶିକ୍ଷକ ରୂପେ ପଣ୍ତ ମହାଶୟଙ୍କୁ ଉକ୍ତ ଅନୁଷ୍ଠାନ ଦାୟିତ୍ୱ ୧୯୭୫ ମସିହାରେ ପରିଚାଳନ ସମିତି ଅର୍ପଣ କଲେ । ପ୍ରାକ୍ ବିଦ୍ୟାଳୟ ସ୍ତରଠାରୁ ଆରମ୍ଭକରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମନେ ଅଧ୍ୟୟନ କରିବାର ସୁଯୋଗ ଉକ୍ତ ବିଦ୍ୟାଳୟରେ ପାଇଲେ ।

ଉକ୍ତ ପୂର୍ଣ୍ଣାଙ୍ଗ ଶିକ୍ଷାକେତ୍ରରେ ଅଗଣିତ ଶିଚାର୍ଥୀ ଶିକ୍ଷିକା ଓ ଅଭିଭାବକଗଣଙ୍କୁ ନେତୃତ୍ୱ ଦେବାରେ ପଣ୍ତା ମହାଶୟଙ୍କ ଭୂମିକା ଅତୁଳନୀୟ ଥିଲା। ଦିଙ୍କର ଘଟଣା ଉକ୍ତ ଲେଖକ କୌଣସି କାମରେ ସେତେବେଳେ ଧନବଉଡ଼ା ଠାରେ ଥିବା ଉକ୍ତ ବିଦ୍ୟାଳୟକୁ ଯିବାର ସୁଯୋଗ ପାଇଥିଲେ । ସେ ଦେଖିବାକୁ ପାଇଲା, ପଣ୍ତା ମହାଶୟ ବିଦ୍ୟାଳୟର ବାରଣ୍ତାରେ ନିଜ ହାତରେ ଛାଞ୍ଚୁଣୀଧରି ଝାଡ଼ା ପରଶ୍ରା ସଫା କରୁଛନ୍ତି। ଲେଖକଙ୍କୁ ଦେଖି ସେ ଟିକିଏ ହସି ଦେଲେ। ଆମେ