ଦୁହେଁ ଅଫିସକୁ ଗଲୁ। ସେଠାରେ ସେ ମୋତେ ହସି ହସି ଖିଲେ, 'କନି ପିଲାଟାଏ ଯାଉ ଯାଉ ବାରଣ୍ତାରେ ଝାଡ଼ା ଫେରିଦେଲା। କୌଣସି ଶିକ୍ଷକ ଶିକ୍ଷିକା ସେଥିକୁ ଞ୍ଜର ଦେଲେ ନାହିଁ। ଶେଷରେ ବାରଣ୍ତାକୁ ସଫା କରିବା କାମ ମୋ ହାତକୁ ଆସିଲା।"
୧୯୮୨ ମସିହାରେ ଡ଼ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ଓ କଟକରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ସମ୍ବଲପୁରରୁ "ଦୈନିକ ହିରାଖଣ୍ତ" ଆତ୍ମ୍ପ୍ରକାଶ କଲା। ହୀରାଖଣ୍ତର ରବିବାର ସଂଖ୍ୟାରେ ଶିସୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସାହିତ୍ୟ ବିଭାଗ 'କଳିକା' ସ୍ଥାନ ପାଇଲା। ପଶ୍ଚିମାଞ୍ଚଳରେ ଶିଶୁ ସାହିତ୍ୟର ଉନ୍ନତି କଳ୍ପେ ପଣ୍ତା ମହାଶୟ କାମ କଲେ। ଧାରାବାହାଇକ ଭାବେ ତାଙ୍କ ରଚିତ ଗଳକ୍ଷ୍ପ ଓ ଶିଶୁ ପ୍ରବନ୍ଧ 'କଳିକା' ରେ ସ୍ଥାନ ପାଇଲା। ୧୯୮୩ ମସିହାରେ ବସନ୍ତ ମିଅଲନ ଉତ୍ସବ ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟକରୂପେ ହୀରାଖଣ୍ତ ତରଫରୁ ପନ୍ତା ମହାଶୟଙ୍କୁ ସମ୍ମାନିତ କରାଯାଇଥିଲା।
ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ସମୟରେ ପଣ୍ତା ମହାଶୟ ପିଲାମାନଙ୍କ ପାଇଁ ବହୁ ଶିକ୍ଷଣୀୟ ପୁସ୍ତକ ଏଚନାରେ ମନୋନିବେସ କରିଥିଲେ। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ସେ ଅଞ୍ଚଳରେ ପିଲାମାନଙ୍କ ଦ୍ୱାରା ଆଦୃତ ହୋଇ ପାରିଛି।
ପଣ୍ତା ମହାଶୟ ତାଙ୍କ ଅର୍ଦ୍ଧଶତାବ୍ଦୀରୁ ଅଧିକ ଶକ୍ଷାଦାନ କାଳରେ ଅଧିକାଂଶ ଶିକ୍ଷାର୍ଥୀଙ୍କୁ ମଣିଷ୍ପରି ମଣିଷକରି ଗଡ଼ିଛନ୍ତି। ଆଜି ସେହିଛାତ୍ର ମାନଙ୍କ ମଧ୍ୟରୁ ଅନେକେ ଓଡ଼ିଶାର ଦକ୍ଷ ପ୍ରଶାସକ, ସଫଳ ଆଇନଜ୍ଞ, ରାଜନୀତିଜ୍ଞ ଓ ଶିକ୍ଷାବିତ୍ ରୂପେ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଅଧୁନା ଅଶୀବର୍ଷ ଅତିକ୍ରମ କରଥିବା ଏହି ଯୁବ ସୁଲଭ ବୃଦ୍ଧଙ୍କୁ ଦିନେ ଉକ୍ତ ଲେଖକ ତାଙ୍କ ଜୀବନର ସଫଳତାର ଚାବିକାଠି ସମ୍ପର୍କରେ ପ୍ରଶ୍ନ କରିଥିଲେ। କୃତୀ ଶିକ୍ଷକ ପଣ୍ତା ହସି ହସି ଯେଉଁ ଉତ୍ତର ଦେଇଥିଲେ, ତା'ର ସାରମର୍ମ ହେଲା: ଭଗବତ୍ ପରାୟଣ ହୋଇ କର୍ମ କରିଗଲେ ଉର୍ଦ୍ଧ୍ୱରୁ ଭଗବତ୍ ଅନୁକମ୍ପା ସ୍ୱତଃ ଆସିଥାଏ। ତାହାହିଁ ଘଟିଛି ମୋର ଜୀବନରେ, ମୋର ଶିକ୍ଷଦାନରେ, ମୋର ସାଧନାରେ·····।