ଉଠୁଛି ଛୋଟ ବଗିଚା । ଫୁଲର ବାସ୍ନାରେ ଆମୋଦିତ ହୋଇଉଠୁଉଛି ସମଗ୍ର ବାତାବରଣ ସୂର୍ଯ୍ଯଦେବ ଅସ୍ତାଚଳ ଶିଖରରେ ଶେଷରସ୍ମି ବିଞ୍ଚିଦେଇ ବିଦାୟ ନେଛନ୍ତି । ଏହି ସମୟରେ ଘର ଆଗରେ ଛିଡାହେଲା ହଲଦିଆ ରଙ୍ଗର ଏକ କର୍ । ରକ୍ତିମ ସୌର ରଶ୍ମିରେ ଚକି ଉଠୁଥାଏ କାରର ହରିଦ୍ରା ରଙ୍ଗର କଲେବର । ହଠାତ୍ ଜଣେ ଚପରାସି ଓହ୍ଲାଇ ପଡିଲେ କାର୍ ରୁ ପକାଇ ଏକ ହାଇଦା । ହାଇଦା ଉପରେ ଏକ ପିତଳ ଫଳକ । ସେଥିରୁ ସୂଚିତ ହେଉଥାଏ ସେ କଲେକ୍ଟରଙ୍କ ଚପରାସି ବୋଲି ।
ଚପରାସି ଜଣକ କାଳବିଲମ୍ବ ନ କରି ପ୍ରଶ୍ନ କଲେ- ଏଘରଟି କାହାର ? ପୁଅ ସନ୍ତୋଷ ପ୍ରଶ୍ନ କଲେ , କାହାଙ୍କ ଘର ଖୋଜୁଛନ୍ତି ? କାହାଙ୍କୁ ଦରକାର ?
ଚପରାସି କହିଲା, ମୁଁ ମଢୁଆଳ ମାଷ୍ଟରରଙ୍କ ଘର ଖୋଜୁଛି, ତାଙ୍କୁ ହିଁ ମୋର ଦରକାର । କଲେକ୍ଟର ଡକାଇଛନ୍ତି , ସଙ୍ଗେ ସଙ୍ଗେ ନେଇଜିବାକୁ କହିଛନ୍ତି । ଦେରିହେଲେ ମୋର ଅସୁବିଧା ହେବ ।
ମଢୁଆଳ ସାରଙ୍କ ମନରେ ଅଜଶ୍ର ପ୍ରଶ୍ନବାଚୀ । ସନ୍ତୋଷ ଓ ମଢୁଆଳ ବାବୁ ପଚାରିଲେ , ଅସମୟରେ ସେ କାହିଁକି ଖୋଜୁଛନ୍ତି , ଏତେ ଜରୁରୀ ଡାକି ପଠାଇଛନ୍ତି କାହିଁକି ? ଆମେ ତ କିଛି ଦୋଷ କରି ନାହୁଁ ।
ଚପରାସି କହିଲା , ସେ କଥା ମୁଁ କହିପାଅରିବିନି ।ଆପଣଙ୍କ ଘର ପରା ଭଞ୍ଜପୁରରେ ଥିଲା ସେଠାରୁ ଖୋଜି ଖୋଜି ଖବର ନେଇ ଏଠାକୁ ଆସିଛି । ସାହେବ ମୋ ଉପରେ ଖପା ହେବେ । ଆସନ୍ତୁ, ଶିଘ୍ର ଆସି ଗାଡିରେ ବସନ୍ତୁ ।
ମଢୁଆଳ ସାର ଗଡିରେ ବସିଲେ । ପରିବାରର ସମସ୍ତ ମୁଖରେ ବିଷାଦ ଓ ବିସ୍ମୟ ଚିହ୍ନ !! । କ'ଣ ପାଇଁ ଡକାଇଲେ ? ମଢୁଆଳ ସାରଙ୍କ ମନରେ ମଧ୍ଯ ବିସ୍ମୟ ଓ କୌଯୁହଳ ବଢିବାରେ ଲାଗିଛି ।
ଗାଡି ପହଞ୍ଚିଲା ଯାଇ କଲେକ୍ଟର ଘର ଆଗରେ । ଜଣେ ସୁଦର୍ଶନ ଯୁବକ ଆସି ମଢୁଆଳ ବାବୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ପାଦଧୂଳି ନେଲେ ଏବଂ ହସି ହସି କହିଲେ , ମୋତେ ଚିହ୍ନି ପାରୁଛନ୍ତି ସାର୍ , ମୁଁ ଆପଣଙ୍କର ସେହି ସ୍ନେହର ଛାତ୍ର । ମୋ ବାପା ଏଠାରେ କଲେକ୍ଟର ଥିଲେ ଆପଣ ଥଲେ ମୋ ପ୍ରେରଣାର ଉତ୍ସ, ଆପଣଙ୍କ ସ୍ନେହଭରା କଥା ଏବେ ବି ମୋର ମନେପଡେ । ଆପଣ ମୋତେ ପଢାଇଲା ବେଲେ ପ୍ରେରଣା ଦେଇ କହୁଥିଲେ,ରତ୍ନାକର ମନ୍ଦେ ପାଠ ପଢ । ମୋର ଆଶୀର୍ବାଦ ରହିଛି । ତୁ ଭଲ ମଣିଷ ହେବୁ । ତୋ ବାପାଙ୍କ ପରି ଉଚ୍ଚପଦସ୍ଥ ହେବୁ ଆପଣଙ୍କ ପ୍ରେରଣା ଓଆଶୀର୍ବାଦକୁ ସମ୍ବଳ କେଇ ମୁଁ ଲକ୍ଷ୍ଯପଥରେ ଆଗେଇ ଆଜି ଆପଣଙ୍କ ସପ୍ନକୁ ରୂପ ଦେଇଛି । ମିଁ ପୁରୀର କଲେକ୍ଟର ରୂପେ ନିଯୁକ୍ତି ପାଇଛି । ବାପା କହିଲେ ,ଯେଉଁ ମଢୁଆଳ ସାରଙ୍କ ପ୍ରେରଣା ଓ ଆଶୀର୍ବାଦ ରେ ଉଚ୍ଚପଦବୀ ପାଇପାରିଛୁ, ତାଙ୍କୁ ଦେଖାକରି ତାଙ୍କ ଆଶୀର୍ବାଦ ନେଇକରି ଆସ ।' ବର୍ତ୍ତମାନ ମୟୂରଭଞ୍ଜର କଲେକ୍ଟର ମୋର ବନ୍ଧୁ।