Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ତାଙ୍କ ଗାଡି ନେଇ ଡକାଇ ପଠାଇଲି । ଏହା କହି ଯୁବକ ଜଣକ ପୁଣି ପଦଧୂଲି ନେଲେ ମଢୁଆଳ ସାରଙ୍କର । ବୃଦ୍ଧ ମଢୁଆଳଙ୍କର ଆନନ୍ଦର ସୀମା ରହିଲା ନାହିଁ । ଆଖିରୁ ଝରିପଡ଼ିଲା ଦୁଇଟୋପା ଆନନ୍ଦାଶ୍ରୁ । ତା' ପରେ ତାଙ୍କୁ ଆଶୀର୍ବାଦ ପ୍ରଦାନ କରି କହିଲେ ,ରତ୍ନାକର, ମୁ ଆଶୀର୍ବାଦ କରୁଛି, ତୁ ଆହୁରି ବଡ ହେବୁ , ଆହୁରି ବଡ ମଣିଷ ହେବୁ। ଏହାପରେ ମଢୁଆଳ ବାବୁଙ୍କୁ ଯଥେଷ୍ଟ ଚର୍ଚ୍ଚାକରି ସେ ତାଙ୍କୁ ଛାଡିଦେଇ ଆସିଲେ ଏଲ୍ ,ଆଇ, ସି , କଲୋନୀ ବାସଭବନରେ । ମଢୁଆଳ ସାରଙ୍କ ପିବାରବର୍ଗ ସବୁକଥା ଶୁଣି ଆନନ୍ଦରେ ଓ ଉତ୍ଫୁଲ୍ଲୀତ ହେଲେ ।

ମଢୁଆଳ ସାର ଜୀବନରେ ପଦ -ପଦବୀ, ଧନ-ସମ୍ପଦ,ପ୍ରଶଂସା ଓ ପୁରସ୍କାର ପାଇଁ କେବେ ଆକାଂକ୍ଷିତ ହୋଇ ନାହାନ୍ତିଁ । ସେ ତାଙ୍କ ଆଦର୍ଶମୟ ଶିକ୍ଷକ ଜୀବନ ଓ ନିଜସ୍ୱ ପ୍ରତିଭା ପାଇଁ ସମସ୍ତଙ୍କର ପ୍ରୀତିଭାଜନ ହୋଇଛନ୍ତି । ତାଙ୍କ କବି ପ୍ରତିଭା ଉଲ୍ଲେଖଯୋଗ୍ଯ । ତାଙ୍କ କବ୍ଯ କବିତା ରଚନାରେ ମୁଗ୍ଧ ହୋଇ ଓଡ଼ିଶାର ବୟୋଜ୍ଯେଷ୍ଠ ଶିକ୍ଷାବିତ୍ ଓ ବିଶିଷ୍ଟ ସାହିତ୍ଯିକ ସମ୍ମାନାସ୍ପଦ ଶତ୍ରୁଘ୍ନନାଥ ତଥା ଅନ୍ଯାନ୍ଯ ଲବ୍ଧ ପ୍ରତିଷ୍ଠ ସାହିତ୍ଯିକ ତାଙ୍କୁ ଏକାଧିକ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସମୟରେ ବହୁବିଧ ସାହିତ୍ଯ ପ୍ରତିଯୋଗିତାରେ ମଧ୍ଯ ସେ ପ୍ରଶଂସା ପତ୍ରମାନ ପ୍ରାପ୍ତ ହୋଇଛନ୍ତି ।


ଶ୍ରୀୟୁକ୍ତ ମଢୁଆଳଙ୍କର ପତ୍ନୀବିୟୋଗ  ଘଟେ ୧୯୭୧ ମସିହାରେ । ସେଥିରେ  ସେ ଭାଙ୍ଗିପଡି ନାହାନ୍ତି ।  ତାଙ୍କର ଭଗବତ୍ ପ୍ରେମ, କବି ପ୍ରତିଭା , ବିଦବତ୍ତା, ଶିକ୍ଷାନୁରାଗ ତାଙ୍କୁ ଅସୀମ ଧୈର୍ଯ୍ଯ , ସାହସ ଓ ଅଫୁରନ୍ତ ଆନନ୍ଦ ପ୍ରଦାନ କରିଛି ।


ତାଙ୍କର ଜନେ ପୁତ୍ର ଓ ତିନିଜଣ କନ୍ଯା । ବର୍ତ୍ତମାନ ସେ ବାରିପଦାର ଏଲ,ଆଇ,ସି, କଲୋନୀରେ ଅବସ୍ଥାନ କରୁଛନ୍ତି । ଅବସର ପରେ ଶିକ୍ଷା-ସାହିତ୍ଯ ସାଧନା ତାଙ୍କର ପରମବ୍ରତ ହୋଇଛି , ଶିକ୍ଷାଦର୍ଶନ , ମନୋବିଜ୍ଞାନ ତଥା ମାନବ ଜୀବନରେ ଗୂଢ଼ତମ ରହସ୍ଯ , ପ୍ରକୃତି-ପ୍ରେମ,ଆଧ୍ଯାତ୍ମିକତା ,ନୈତିକତା ଆଦି ଭାବଧାରା ଉପରେ ତାଙ୍କ କବି ପ୍ରତିଭା ବିକଶିତ 'ବସନ୍ତ ଭାବନା' , କୋଣାର୍କ ', କୃଷ୍ଣଜନ୍ମ ', 'ଭଞ୍ଜଲକ୍ଷ୍ମୀ ଜଲାଙ୍ଗୀ ', ପୀୟୁଷ ନର୍ଝର ', 'ଦସ୍ଯୁରୁ ମହର୍ଷି', 'ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ' ଆଦି ଖଣ୍ଡକାବ୍ଯ ଶ୍ରୀଯୁକ୍ତ ମଢୁଆଳଙ୍କର ସୃଷ୍ଟିକ୍ଷମ କାବ୍ଯିକ ପ୍ରତିଭା ବହନ କରେ ।


ମାତ୍ର ବଣମଲ୍ଲୀ ବଣରେ ମଉଳି ଗଲା ଭଳି ଶ୍ରୀଯକ୍ତ ମଢୁଆଳଙ୍କର କବିପ୍ରତିଭା ଲୋକ ଲୋଚଙ୍କୁ ଆସିପାରି ନାହିଁ । କିନ୍ତୁ ତାଙ୍କ କବିତ୍ୱ ସୁରଭି ଏ ଅଞ୍ଚଳକୁ ସୁରଭିତ ଓ ଆମୋଦିତ କରିଛି । ମଢୁଆଳ ସାରଙ୍କ ଭଳି ଜଣେ ସ୍ୱନାମଧନ୍ଯ , ଛାତ୍ରବସ୍ଚଳ ,ମାନବବାଦୀ ଆଦର୍ଶ ଶିକ୍ଷକ ଓ ସୁଲେଖକଙ୍କ ପ୍ରତିଭା ସୁରଭି ମାନବ ସମାଜକୁ ଆମୋଦିତ କରୁଥିବ ।