ଆସ ହେ ସଙ୍ଗାତ ମିତ ଖଳିବା ଯାଇ ତୂରିତ । ଦଉଡ଼ା ଦଉଡ଼ି ଖେଳ ଯାର ମେଳ ଖେଳ ଗୋଳାଏ ଯେ ପିଲା ମିଛ କୁହା କରେ ତାକୁ ଛରଖାର ।'
ସେ ପିଲାମାନଙ୍କ ପାଇଁ କେବଳ ପଦ୍ଯ ରଚନା କରି ନ ଥିଲେ । ତାଙ୍କର ଶିଶୁପାଠ୍ଯରେ 'ସିଂହ ପୋଡ଼ି ' ପୁଁଶ ହେଲା ଓ 'ଦରଜି ପିଲାର ସାହାସ ' ଭଳି ଭୁତ ମନଲାଖି ଓ ଶକ୍ଷାପ୍ରଦ ଗଳ୍ପ ସଂଯୋଜିତ ହୋଇଥିଲା ।ଏହାଛଡ଼ା ପିଲାଙ୍କ ଜ୍ଞାନର ପରିସର ବୃଦ୍ଧ କରୋବାକୁ ସେ ଐତିହାସିକ ଗଳ୍ପ ତଥା ଭ୍ରମଣ କାହାଣୀ ମଧ୍ଯ ରଚନା କରିଥିଲେ ।
ସେ କେବଳ ଜଣେ ଶିଶୁ ସାହିତ୍ଯିକ ନ ଥିଲେ ସେ ମଧ୍ଯ ଥିଲେ ଜଣେ ଦକ୍ଷ ସମ୍ପାଦକ । ତାଙ୍କର ବଳିଷ୍ଠ ଦମ୍ପାଦନାରେ କେନ୍ଦୁଝର ଗଡ଼ର 'ବଳଭଦ୍ର ସାହିତ୍ଯ ସଂସଦ' ର ମୁଖପତ୍ର 'ବନବୀଣା ' ଆମ୍ତପ୍ରକାଶ କରୁଥିଲା । ଏହି 'ବନବୀଣା ହିଁ ହୋଇ ଉଠିଥିଲା ଭୁ ସାହିତ୍ଯ ସାଧକଙ୍କ ସାରସ୍ବତ ଏନ୍ତୁଡ଼ିଶାଳା ।
ଯଥାର୍ଥରେ ସେ ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ମଣିଷଗଢା କାରିଗର । ତାଙ୍କର କଠୋର ବ୍ଯବହାର ମଧ୍ଯରେ ଛାତ୍ର ସମାଜ ପାଇଁ ଭରି ରହିଥିଲା ଅପରିସୀମା ମମତା । ସେ ଭୁ ପିଲାଙ୍କୁ ନିଜ ହାତରେ ଗଢିଛନ୍ତି । ସେମାନଙ୍କ ମଧ୍ଯରୁ ଆନେକ ଆଜି ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ । ସେ ଚାରୋଟି ପୁତ୍ର ଓ ଚାରୋଟି କନ୍ଯା ସନ୍ତାନର ଜଙ୍କ ହେଲେ ମଧ୍ଯ ବାସ୍ତବ କ୍ଷେତ୍ରରେ ତାଙ୍କର ପରିବାର ଥିଲା ଢେରେ ଅଧିକ । ସେ ତାଙ୍କ ଜୀବନ କାଳରେ ଭୁ ଅଭାବଗ୍ରସ୍ତ ଛାତ୍ରଙ୍କୁ ପ୍ରତିପୋଷଣ କରି ମଣିଷ କରିଛନ୍ତି । ୧୯୯୬ ମସିହା ୧୨ ତାରିଖରେ ତାଙ୍କର ଦେହବସାନ ଘଟିଥିଲେହେଁ ସଫଳ କାରିଗର ଭାବରେ ତାଙ୍କର ସୁଖ୍ଯାତି ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ପ୍ରାଣରେ ବହୁକାଳଧରି ଅମ୍ଲାନ ହୋଇ ରହିବ ଓ ସେମାନେ ତାଙ୍କର ପବିତ୍ର ଜୀବନର ସ୍ମୃତିଚାରଣ କରୁଥିବେ ।