ସମାଜସେବୀ ଶିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ର
କାଳୀକିଙ୍କର ମିଶ୍ର
ମାଟିର ଦୀପାଳୀଟି ପାଠର ଦେଉଳରେ, ଘିଅର ସଳିତାଟି ଜାଳି ଏ ଅନ୍ଦାରରେ, ବାଟ ଯେ ଦେଖା ଛି ପାହା ଡ଼ ଜଘଂଲରେ ତାକୁ କି କେବେ କିଏ ଜୀବନେ ଭୁଲିପାରେ। [ଜଣେ ଛାତ୍ରଙ୍କ ଲେଖନୀରୁ ଶିକ୍ଷକ ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ୟରେ] ଲକ୍ଷ୍ମୀ ମାଷ୍ଟେ ଏଇ ନାଁଟି ଅନ୍ୟମାନଙ୍କ ପାଇଁ ସାଧାସିଧା ଡାକଟିଏ। ନାଁରେ ଥିଲା ତଡ଼ିତ୍ ପ୍ରବାହର ଚମକ ଆଉ ଶକ୍ତି । ଏଇ ଡାକରେ ଥିଲା ଆଶ୍ୱାସନା। ବାପା ମା; ଅଭିବାବକମାନେ ପିଲାର ପଢ଼ାପଢ଼ି ନେଇ ଯେତେବେଳେ ଚିନ୍ତିତ ବିବ୍ରତ ବୋଧକରୁଥିଲେ ସେତେବେଳେ ଏଇ ଲକ୍ଷ୍ମୀମାଷ୍ଟେର୍ ଯାବତୀୟ ଗରିବ, ପାଠଚୋର, ନିବୁଦ୍ଦିଆ ଓ ଅଳ୍ପ ବୁଦ୍ଦିଆ ପିଲାଙ୍କର ବାପା ମାଆ ହୋଇ ଉଭା ହେଉଥିଲେ। ସେମାଙ୍କର ପିଲାମାଙ୍କ ପାଇଁ ତାଙ୍କରି ହାତ ଦେଇ ଅନ୍ଦାରରେ ଆଲୋକର ରାହା ପାଇଥିଲେ ବାପା, ମାଆମାନେ। ୧୯୪୩ରୁ ୧୯୬୧ ପ ର୍ଯ୍ଯନ୍ତ ଅଠର ବର୍ଷ କାଳ ରାୟଗଡ଼ ସହରର କି ଓଡ଼ିଆ, କି ତେଲୁଗୁ, କି ସିଦ୍ଦି, କି ମାରୱାଡ଼ି ସବୁ ଭାଷାଭାଷୀ ସବୁ ଜାତିଧର୍ମର ମାଆମାନଙ୍କ ପାଟିର ବହୁ ଉଚ୍ଚାରିତ ନାଁଟି ଥିଲା, 'ଲଷ୍ମୀ ମାଷ୍ଟେର୍ ;। ଛୋଟ ପୁଅଝିଅ କାନ୍ଦିଲେ, ଅଳି ଅଝଟ କଲେ, ଗାଧୁଆ, ମୁଣ୍ଡକୁଣ୍ଡା, ଖିଆ, ଶୁଆରେ ମାଆକୁ ହଇରାଣ କଲେ ମାଆ ତୁଣ୍ଡରୁ ଶୁଣାଯାଏ, ହେଇ, ଲକ୍ଷ୍ମୀମାଷ୍ଟେର୍ ଆସିଲେଣି ଯେ, ଲଷ୍ମୀ ମାଷ୍ଟେର୍ ଙ୍କୁ କହୁଛି ରୁହ। ୟାକୁ ଲଷ୍ମୀମାଷ୍ଟେର୍ ଙ୍କ ପାଖେ ଛାଡ଼ିଦିଅ। ପିଲା ପଢ଼ା ବୟସର ହୋଇଗଲେ ବାପାମାଆଙ୍କର ଚିନ୍ତା ନଥିଲା। କାରଣ ଲଷ୍ମୀ ମାଷ୍ଟେର୍ ଅଛନ୍ତି।।