ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୪୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏହି ଭଳି ସେ ଥିଲେ ଜଣେ ସାଧାରଣ ପ୍ରାଥମିକ ସ୍କୁଲ୍ ଶିକ୍ଷକ। କିନ୍ତୁ ପିଲାଙ୍କ ପାଇଁ ଜଣେ ଯାଦୁକର, ବାପାମାଆଙ୍କର ଆଖିରେ ଜଣେ ନିର୍ଭରଯୋଗ୍ୟ ସଫଳ ଶିକ୍ଷକ। ସମାଜ ଆଖିରେ ଜଣେ ସଚେତନ ଗୁରୁ। ଜାତି ପାଖରେ ଜଣେ ସମ୍ମାନନାସ୍ପଦ ଶିକ୍ଷକ। ପାରଳା ମହାରାଜାଙ୍କ ଷୋଳ ଶାସନରୁ ଗୋତିଏ ଗାଁ 'ବୁଦୁରା;। ପାରଳାରୁ ପଇଁତିରିଶି କିଲୋମିଟର ଦୂରରେ ଏହି ବ୍ରାହ୍ମଣ ଶାସନ। ଶ୍ରୀ ଭାଗୀରଥି ମିଶ୍ରେ ଥିଲେ ଜଣେ ଗୂହୀ-ସନ୍ନ୍ୟାସୀ। ତାଙ୍କର ହିତଭାଷୀ ମିତଭାଷୀ ସ୍ୱଭାବ ସ ହିତ ଘୋର ଦାରିଦ୍ର୍ୟ ବି ତାଙ୍କ ପାଇଁ ଥିଲା ଭୂଷଣ। ଗାଁରେ ଅଣରାଣୀରୁ ପାରଳା ଯାଏ ତାଙ୍କର ଥାଏ ସ୍ୱତନ୍ର ସମ୍ମାନ। ଗାଁ ଦେଉଳରେ ରାମଲିଙ୍ଗେଶ୍ୱରଙ୍କ ସେବା ଆରାଧନାରେ ତାଙ୍କର ଦିହକ କଟିଯାଏ। ୧୯୧୩ ମସିହା ଜାନୁଆରୀ ମାସ ବାର ତାରିଖ, ମକର ସଂକ୍ରାନ୍ତିନ ଦିନ ଲଷ୍ମୀନାରାୟଣ ଜନ୍ମ ହୁଅନ୍ତି, ଭାଗୀରଥିଙ୍କ ପ୍ରଥମ ଓ ଏକମାତ୍ର ପୁତ୍ର ସନ୍ତାନ ରୁପେ ସ୍କୁଲ୍ ରେ ୫ମ ଶ୍ରେଣୀ ପଢ଼ା ଶେଷ ହେବା ପରେ ସେ ଇଂରେଜୀ ପଢ଼ିବାକୁ ବସିଲେ । ଦାଦା ନିଜେ ପୁଅକୁ ନେଇ ପାରଳା ହାଇସ୍କୁଲ୍ ରେ ନାମ ଲେଖାଇ ଦେଲେ । ବସା ସଞ୍ଛା ଠିକଣା କରି ଘରକୁ ଫେରିଲେ। ତା ପରେ ବର୍ଷ ମହାରାଜାଙ୍କ ଛାତ୍ରାବାସରେ ରହି ମାଗଣା ଖାଇ ପଢ଼ିବାର ବ୍ଯବସ୍ଥା ନେଲା। ସରଳାଦେଦୀଙ୍କ ' ବ୍ରିଟିଶ୍ ବୀରୋଧୀ ସଭାରେ ଯୋଗ ଦେଇଥିବା ଯୋଗୁଂ ଛାତ୍ରାବାସମରୁ ସେ ତଡ଼ା ଖାଇଲେ। ପଢ଼ାରେ ବିଘ୍ନ ଘଟିଲା।। ପରେ ପରେ