ଦୁହେଁ ଅଫିସକୁ ଗଲୁ । ସେଠାରେ ସେ ମୋତେ ହସି ହସି କ ହିଲେ, 'କୁନି ପିଲାଟାଏ ଯା ଉ ଯା ଉ ବାରଣ୍ଡାରେ ଝାଡ଼ା ଫେରିଦେଲା । କୌଣସି ଶିକ୍ଷକ ସେଥିରୁ ଞ୍ଜର ଦେଲେ ନାହିଁ। ଶେଷରେ ବାରଣ୍ଡାକୁ ସଫା କରିବା କାମ ମୋ ହାତକୁ ଆସିଲା ।" ୧୯୮୨ ମସିହାରେ ଡ଼ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ଓ କଟକରେ ପ୍ରଜାତନ୍ତ୍ରପ୍ରଚାର ସମିତି ଆନୁକୂଲ୍ଯରେ ସମ୍ବଲପୁରରୁ ": ଦୈନିକ ହୀରଖଣ୍ଡ" ଆତ୍ମ୍ପ୍ରକାଶ କଲା। ହୀରଖଣ୍ଡର ରବିବାର ସଂଖ୍ଯାରେ ଶିଶୁମାନଙ୍କୁ ପାଇଁ ଏକ ସ୍ବତନ୍ତ୍ର ସାହିତ୍ଯ ବିଭାଗ 'କଳିକା' ସ୍ଥାନ ପାଇଲା । ପଶ୍ଚିମାଞ୍ଚଳରେ ଶିଶୁ ସାହିତ୍ରର ଉନ୍ନତି କ ହେ ପଣ୍ଡା ମହାଶୟ କାମ କଲେ । ଧାରାବାହିକ ଭାବେ ତାଙ୍କ ରଚିତ ଗଳ୍ପ ଓ ଶିଶୁ ପ୍ରବନ୍ଧ 'କଳିକା'ରେ ସ୍ଥାନ ପାଇଲା । ୧୯୮୩ ମସିହାରେ ବସନ୍ତ ମିଳନ ଉତ୍ସବ ଅବସରରେ ବିଶିଷ୍ଟ ଶିଶୁ ସାହିଟ୍ଯିକରୁପେ ହୀରାଖଣ୍ଡ ତରଫରୁ ପଣ୍ଡା ମହାସୟଙ୍କୁ ସମ୍ମନିତ କରାଯାଇଥିଲା । ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶି୍କ୍ଷାକେନ୍ଦ୍ରର ଅଧ୍ଯକ୍ଷ ଥିବା ସମୟରେ ପଣ୍ଡା ମହାଶୟ ପିଲାମାଙ୍କ ପାଇଁ ବ ହୁ ଶିକ୍ଷଣୀୟ ପୁସ୍ତକ ରଚନାରେ ମନୋନିବେଶ କରିଥିଲେ, । ସଗୁଡ଼ିକ ମଧ୍ଯରୁ ଅଧିକାଂଶ ସେ ଅଞ୍ଚଳରେ ପିଲାମାଙ୍କ ଦ୍ବାରା ଆଦୃତ ହୋଇ ପାରିଛି । ପଣ୍ଡା ମହା"ଶୟ ତାଙ୍କ ଅର୍ଦ୍ଧଶତାଦ୍ଦୀରୁ ଅଧିକ ଶିକ୍ଷାଦାନ କାଳରେ ଅଧିକାଂସ ଶିକ୍ଷାର୍ଥୀଙ୍କୁ ମଣିଷ ପରି ମଣିଷକରି ଗଢ଼ିଛନ୍ତି । ଆଜି ସେହିଛାତ୍ରମଜାନଙ୍କ ମଧ୍ଯରୁ ଅନେକେ ଓଡ଼ିଶାର ଦକ୍ଷ ପ୍ରଶାସକ , ସଫଳ ଆଇନନଜ୍ଞ, ରାଜନୀତିଜ୍ଞ ଓ ଶିକ୍ଷାବିତ ରୁପେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି।ଅଧୁନା ଅଶୀବର୍ଷ ଅତିକ୍ରମ କରିଥିବା ଏହି ଯୁବ ସୁଲଭ ବୃଦ୍ଧଙ୍କୁ ଦିନେ ଉକ୍ତ ଲେଖକ ତାବଙ୍କ ଜୀବନର ସଫଳତାର ଚାବିକାଠି ସମ୍ପର୍କରେ ପ୍ରଶ୍ନ କରିଥିଲେ । କୃତୀ ଶିକ୍ଷକ ପଣ୍ଡା ହସି ହସି ଯେଉଁ ଉତ୍ତର ଦେଇଥିଲେ, ତା'ର ସାରମର୍ମ ହେଲା । ଭଗବତ ପରାୟଣ ହୋଇ କର୍ମ କରିଗଲେ ଉର୍ଦ୍ଧରୁ ଭଜଗବତ ଅନୁକମ୍ପା ସ୍ବତଃ ଆସିଥାଏ ତାହାହିଁ ଘ ଟିଛି ମୋର ଜୀବନରେ ,ମୋର ଶିକ୍ଷାଦାନରେ , ମୋର ସାଧନାରେ ।
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୮
ଦେଖଣା