ନିଜ ଆଗରେ ଦେଖେ ଏକ ବିରାଟ ସମାଜ ଓ କ୍ଷୁଦ୍ର ବିଦ୍ଯାଳୟ ସେହି ବିରଟ ସମାଜ ପାଇଁ ସେ ପ୍ରସ୍ତୁତ କରିଥାଏ । ପଣ୍ଡ ମହାଶୟ ତାଙ୍କ ଶିକ୍ଷକ ଜୀବନରେ ଏହି ତ ତ୍ତ୍ବ ବିଶେଷଭାବେ ଅନୁଭବ କରି ପାରିଥିଲେ । ସେ ଅନେକ ସମୟରେ ପିଲାମାନଙ୍କୁ ଧରି ଆଖପାଖ ଅଞ୍ଚଳରେ ବ ହୁ ସମାଜ ହିତକର କାର୍ଯ୍ଯ କରିଥିଲେ । ଏତ ଦ ବ୍ଯତୀତ ସେ ସମୟରେ ଗଠିତ ବରଗଡ଼ ସମାଜ ଉନ୍ନୟନ ସଂସ୍ଥାର ସେ ସଭ୍ଯ ଥିଲେ ଓ ଭେଡ଼େନ ଉନ୍ନୟନ ସଂସ୍ଥାର ଅବୈତନିକ ଚେଯାରମ୍ଯାନ ରୂପେ ଶିକ୍ଷକତା ସ ହିତ ସେ କାର୍ଯ୍ଯ କରିଥିଲେ ।୧୯୬୭ ମସିହାରେ ଓଡ଼ିଶା ରାଜ୍ଯ ସରକାର କୃତୀ ଶିକ୍ଷକାମାନଙ୍କୁ ଉତ୍ସାହିତ କରିବାପାଇଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବାର ବ୍ଯବସ୍ଥା ପ୍ରଥମ ଥର ପାଇଁ କରିଥାନ୍ତି । ପଣ୍ଡା ମହାୱୟଙ୍କୁ ଏହି ପୁରସ୍କ୍ଷକାର ୧୯୬୭ ମସିହା ଜାନୁଆରୀ ୨୬ ତାରିଖରେ ଏକ ରାଜ୍ଯସ୍ତରୀୟ ଉତ୍ସବରେ ପ୍ରଦାନ କରା ଯାଇଥିଲା । ପଣ୍ଡା ମହାଶୟଙ୍କୁ ଦିଆଯାଇଥିବା ମାନପତ୍ରେ ସେ ଜଣେ " ସମ୍ବେଦନଶୀଳ ଓ ସୁଦକ୍ଷ ପ୍ରଧାନ ସିକ୍ଷକ " ବୋଲି ଉଲ୍ଲେଖ କରିଅଯାଇଥିଲା । ଏହି ଦୃତବିଦ୍ଯ ଦକ୍ଷ ଶିକ୍ଷକ ଜଣକ ୧୯୫୨ ମସିହାରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ ହୋଇ ତାଙ୍କର ଶିକ୍ଷାଦର୍ଶନ ବିଷୟରେ ଅଧ୍ଯୟନ କଲେ । ବିଭିନ୍ନ ସ୍ଥାନରେ ତ ତସଂପର୍କୀୟ ବିଭିନ୍ନ ସେମିନାର ଓ ପାଠଚକ୍ରରେ ମଧ୍ଯ ଯୋଗଦାନ କଲେ । ୧୯୭୪ ମସିହା ସେପ୍ଟେମ୍ବର ମାସ ୧୮ ତାରିଖରେ ତ ତକାଳୀନ ଓଡ଼ିଶାର ମୁଖ୍ଯ ମନ୍ର୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଦ୍ବାରା ସମ୍ବଲପୁର ଠାରେ ଶ୍ରୀ ଅନବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉଦ ଘାଟିତ ହେଲା । ବିଦ୍ଯାଳୟର ସୁଯୋଗ୍ଯ ପ୍ରଧାନ ଶିକ୍ଷକ ରୂପେ ପଣ୍ଡା ମହାଶୟଙ୍କୁ ଉକ୍ତ ଅନୁଷ୍ଠାନର ଦାୟିତ୍ବ ୧୯୭୫ ମସିହାରେ ପରିଚାଳନା ସମିତି ଅର୍ପଣ କଲେ । ପ୍ରାକ ବିଦ୍ଯାଳୟ ସ୍ତରଠାରୁ ଆରମ୍ଭକରି ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପିଲାମାନେ ଅଧ୍ଯୟନ କରିବାରୁ ସୁଯୋଗ ଉକ୍ତ ବିଦ୍ଯାଳୟରେ ପାଇଲେ । ଉକ୍ତ ପୂର୍ଣ୍ଣାଙ୍ଗ ସିକ୍ଷାକ୍ଷେତ୍ରେ ଅଗଣିତ ଶିକ୍ଷାର୍ଥୀ ଶିକ୍ଷକ ଶିକ୍ଷିକା ଓ ଅଭିଭାବକଗଣଙ୍କୁ ନେତୃତ୍ବ ଦେବାରେ ପଣ୍ଡା ମହାଶୟଙ୍କ ଭୂମିକା ଅତୁଳନୀୟ ଥିଲା । ଦିଙ୍କର ଘଟନା ଉକ୍ତ ଲେଖକ କୌଣସି କାମରେ ସେତେବେଳେ ଧନ ଦ ଉଡ଼ା ଥାରେ ଥିବା ଉକ୍ତ ବିଦ୍ଯାଳୟକୁ ଯିବାର ସୁଯୋଗ ପାଇଥିଲା । ସେ ଦେଖିବାକୁ ପାଇଲା, ପଣ୍ଡା ମହାଶୟ ବିଦ୍ଯାଳୟର ବାରଣ୍ଡାରେ ନିଜ ହାତରେ ଛାଞ୍ଚୁଣାଧରି ଝାଡ଼ା ପରିଶ୍ରା ସଫା କରିଛନ୍ତି,। ଲେଖକଙ୍କୁ ଦେଖି ସେ ଟିକିଏ ହସି ଦେଲେ । ଆମେ
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୭
ଦେଖଣା