ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପାନ ଖିଆ ଅଭ୍ଯାସ ସତ୍ତ୍ବେ ତାଙ୍କ ଦନ୍ତପଂକ୍ତି ସଦାବେଳେ ଶୁଭ୍ରତାରେ ଜଲମଲ କରୁଥାଏ । ସେ ଅନ୍ଯାନ୍ଯ ଶିକ୍ଷକ ଓ ଆମେ ଛାତ୍ରାବାସର ଅନ୍ଯୁନ ୧୦/୧୫ ଜଣ ଅନ୍ତେବାସୀ ଏକତ୍ରବସି ମଧ୍ଯାହୁ ଓ ରାତ୍ରଭୋଜନ କରୁ । ବିଶ୍ବକବି ରବୀନ୍ଦ୍ରନାଥ ଯେଉଁଠି ତାଙ୍କର ସୁପ୍ରସିଦ୍ଧ 'ଚିତ୍ରାଙ୍ଗଦା' ଗୀତିନାଟ୍ଯ ରଚନା କରିଥିଲେ , ତିର୍ତ୍ତୋଇଥାନା ଅନ୍ତର୍ଗତ ସେହି ପଣ୍ଡୁଆ ସେତେବେଳେକୁ ତ ଥାପି ଥିଲା ଅଙ୍ଗ୍ରସର ଓ ନିଘଞ୍ଚ ମ୍ପବସଲ । ଛାତ୍ରାବାସର ଖାଦ୍ଯପେୟ ଆଜିର ମାନ ଦଣ୍ଡରେ ନିକୃଷ୍ଟତର ଥିଲା । ଅଧିକାଂଶ ଦିନ ପେଜମିଶା ଡ଼ାଲି ସାଙ୍ଗକୁ କ ଖାରୁ ସାରୁ ଘାଣ୍ଟ ଥିଲା ପ୍ରମୁଖ ବ୍ଯଂଜନ । ପାଣି ପଶା ଚୌଳର ଭାତ କ୍ରମଶଃ ଆମ୍ଭମାନଙ୍କର ଦେହ ସ ହା ହୋଇଯାଇଥିଲା । ତାଙ୍କ ତ ତ୍ତ୍ବାବଧାନରେ ସ୍କୁଲ ହାତରେ ଆମ ଦ୍ବାରା କନ୍ଦମୂଳ, ବିଲାତି ବାଇଗଣ ଏତ୍ଯାଦି ଚାଷ କରାଇ ବ୍ଯଂଜନ କଷ୍ଟ କିଛି ପରିମାଣରେ ସେ ଦୂର କରିଥିଲେ । ବିଷ୍ଣୁବାବୁଙ୍କର ଶିକ୍ଷାଦାନ ପ୍ରଣାଳୀ ସାଙ୍ଗକୁ ଶୃଖଂଳା ରକ୍ଷାରେ ନିଷ୍ଠା ଓ ତ ତ୍ପରତା କେବଳ ଛାତ୍ର ଓ ଶିକ୍ଷକମାନଙ୍କୁ ନୁହେଁ , ଅଭିଭାବକମାନଙ୍କୁ ପ୍ରଭାବିତ କରିବାକୁ ଆରମ୍ଭକଲା । ତାଙ୍କ ବ୍ଯକ୍ତିତ୍ବରେ ଗଭୀର ଆସ୍ଥା ପୋଷଣ କଲେ ସେମାନେ । ଅଧିକାଂଶ ଛାତ୍ରଙ୍କର ସମସ୍ତ ଦାୟିତ୍ବ ସେ ବୁଝିଲେ । ସ୍କୁଲ ଦରମା ମେସ ଖର୍ଚ୍ଚ ଏତ୍ଯାଦି ଅଭିଭାବକମାନେ ଆସି ତାଙ୍କୁ ବାଧ୍ଯ କରି ଦେଇଯା ଉଥିଲେ । ତାଙ୍କର ଇଂରାଜୀ ସିକ୍ଷାଦାନ ପ୍ରଣାଳୀ ମୋତେ ଇଂରାଜୀ ପ୍ରତି ଆଗ୍ରହୀ କରିବା ଯୋଗୁଁ ମୁଁ ସେଥିରେ ଭଲ ଫଳ ଦେଖାଇଲି । ଇଂରାଜୀ ଭାଷାଶିକ୍ଷାର ମୌଳିକ ବ୍ଯାକରଞତ ସାଧାରଣ ତ ତ୍ତ୍ବ ଓ ନିୟମଜକୁ ସେ ଅତି ପ୍ରାଞ୍ଜଳ ଭାବେ ବୁଝାଇ ଦେବାରୁ ଇଂରାଜୀ ପ୍ରତି ଭୟ କ୍ରମଶଃ ମୋଠାରୁ ଦୁରେ ଇ ଗଲା । ଫଳରେ ମୁଁ ସାଧାରଣ ମିଳିତ ଏମ ଇ ପରୀକ୍ଷାରେ ଇଂରାଜୀରେ ପ୍ରଥମ ହେଲି , ଆମ ସ୍କୁଲ ମଧ୍ଯ ଭଲ ପଳ ହାସଲ କରିଥିଲା ।ଇଂରାଜୀ ଓ ଅଙ୍କ ସେ ଆମକୁ ପଢ଼ା ଉଥିଲେ । ଛାତ୍ରମାନେ କିପରି ଅଧିକରୁ ଅଧକ ଲେଖିବେ , ସେଥିପ୍ରତି ତାଙ୍କର କଡ଼ାଞ୍ଜର ଥିଲା । ସପ୍ତମ ଶ୍ରେଣୀର ଛାତ୍ର ହୋଇଥିଲେ ହେଁ ପ୍ରତିଦିନ ସେ ଆମକୁ ହସ୍ତାକ୍ଷର ଲେଖା ଉଥିଲେ । ଅବୁବାଦ ଓ ପ୍ରବନ୍ଧ ନିୟମିତ ସଂଶୋଧନ କରୁଥିଲେ । ଅଶୁଦ୍ଧ ପ୍ରୟୋଗ, ବନାନ ଭୁଲ, ବାକ୍ଯଗଠଙ୍ଗତ ତ୍ରୁଟିକୁ ସେ ସୁନ୍ଦର ଅକ୍ଷରରେ , ଆମ ହାତରେ ଲେଖା ଉ ଥିଲେ । ସିକ୍ଷାଦାନ କାର୍ଯ୍ଯ ଅତ୍ଯନ୍ତ ନିୟମିତ ହୋଇଯାଇଥିବାରୁ କେହି ଛାତ୍ର ବା ଶିକ୍ଷକ ଫାଙ୍କିଫ ଦେବାର ପ୍ରଶ୍ନ ହିଁ ନଥିଲା । ଫାଙ୍କି ପାଇଁ ଛାତ୍ରମାନଙ୍କୁ ବେତ୍ରାଘାତ ଓ ସ ହକାରୀ ଶିକ୍ଷକାମାନଙ୍କୁ ବାଚନିକ ତାଡ଼ନା ଦେବାରେ ତାଙ୍କର ବେତେବେଳେ ବି ମନୋଭାବ କୋହଳ ଥିବାର ଆମେ ଜାଣୁନଥିଲୁ । ଫଳରେ ତାଙ୍କ ପୂର୍ବରୁ ସ୍କୁଲ ପରିସରରେ