ପୃଷ୍ଠା:Odishara Itihas.pdf/୧୫୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୫
ଅଷ୍ଟମ ଅଧ୍ୟାୟ ।

(ଯେ କି କାରାରୁଦ୍ଧ ଥିଲେ) କର୍ଣ୍ଣେଲ ହାର୍କୋର୍ଟଙ୍କଦ୍ୱାରା ମୁକ୍ତ ହୋଇ କୁଜଙ୍ଗ ସିଂହାସନରେ ଅଧିଷ୍ଠିତ ହେଲେ । ମଧ୍ୟ କୁଜଙ୍ଗରେ ଥିବା ସମସ୍ତ ତୋପମାନ ହାର୍କୋର୍ଟ ସାହେବଙ୍କଦ୍ୱାରା କଟକକୁ ଆନୀତ ହେଲା । କନିକା ହରିଷ‌ପୁର ରାଜାଙ୍କୁ ମଧ୍ୟ ସେହିପରି ଦମନ କରି କର୍ଣ୍ଣେଲ ହାର୍କୋର୍ଟ ସେମାନଙ୍କ ଅଧିକାରରେ ଥିବା ସମସ୍ତ ତୋପ କଟକ‌କୁ ଘେନି ଆସିଲେ । ମରହଟ୍ଟାମାନେ ବାରମୂଳ ଘାଟିଠାରେ ଶେଷ ଚଢ଼ାଉ କରିଥିଲେ । କିନ୍ତୁ ମେଜର ଫରବେସ୍ ସାହେବ ସେମାନଙ୍କୁ ପରାସ୍ତ କଲେ ( ୧୮୦୩, ତା ୨୦ ରିଖ ନବେମ୍ୱର) । ମେଜର ଫରବେସଙ୍କ ଜୟ ଉତ୍ତାରୁ ବୌଦ ଓ ସୁନପୁରର ରାଜାମାନେ ତାଙ୍କ ନିକଟକୁ ଯାଇ ବଶତା ସ୍ୱୀକାର କଲେ । ଇତିମଧ୍ୟରେ ନାଗପୁର ରାଜା ଓ ସିନ୍ଧୟାଙ୍କ ସଙ୍ଗେ ସନ୍ଧି ସ୍ଥାପିତ ହେଲା; ସୁତରାଂ ଦେଶରେ ଗୋଳମାଳ ଊଣା ପଡ଼ିଲା । ତଦନନ୍ତର ଡ଼ିସମ୍ବର ମାସ ସରିକି କର୍ଣ୍ଣେଲ ହାର୍କୋର୍ଟ ଓ ମେଲରିଲ ( ଯେଉଁମାନେ କି ବୋର୍ଡ ଅବ କମିଶନର ନାମରେ ଅଖ୍ୟାତ ହୋଇଥିଲେ ) ଓଡ଼ିଶାର ରାଜସ୍ୱ ବନ୍ଦୋବସ୍ତ ପ୍ରତି ମନୋନିବେଶ କରିବାକୁ ସମୟ ପ୍ରାପ୍ତ ହେଲେ ।

ଖୋର୍ଦ୍ଧା ରାଜବିଦ୍ରୋହ--୧୮୦୪ ଖ୍ରୀଷ୍ଟାବ୍ଦର ଶେଷଭାଗକୁ ଓଡିଶାରେ ଇଂରାଜଙ୍କୁ ଆଉ ଏକ କ୍ଷୁଦ୍ର ଯୁଦ୍ଧରେ ପ୍ରବୃତ୍ତ ହେବାକୁ ହୋଇଥିଲା । ଖୋର୍ଦ୍ଧାରାଜାଙ୍କର କେତେଜଣ ପାଇକ ଖୋର୍ଦ୍ଧା ସୀମା ଅତିକ୍ରମ କରି ମୋଗଲବନ୍ଦିସ୍ଥ କେତେକ ପ୍ରଜାଙ୍କ କୁଟୀର ମଧ୍ୟରୁ ଗାଈ ପ୍ରଭୃତି କତେକ ବସ୍ତୁ ଅପହରଣ କରି ଆଣିଥିଲେ । କେହି କେହି ଅନୁମାନ କରନ୍ତି, ସେ ଘଟନା ଖୋର୍ଦ୍ଧା ରାଜାଙ୍କ ସମ୍ମତିରେ ଘଟିଥିଲା ଓ ସେଥିରେ ଭାବୀ ବିଦ୍ରୋହର ଚିହ୍ନମାନ ଲକ୍ଷିତ ହେଉଥିଲା । ଉକ୍ତ ଖୋର୍ଦ୍ଧାପ୍ରଜାଏ ମୋଗଲନ୍ଦୀର ଏକ ଗ୍ରାମରୁ (ବାଟଗାଁ ) ଦ୍ରବ୍ୟାଦି ଲୁଣ୍ଠନ କରି ଆଣିବା ସକାଶେ ସ୍ୱୟଂ ଖୋର୍ଦ୍ଧା ରାଜାଙ୍କଦ୍ୱାରା ପ୍ରେରିତ ହୋଇଥିବାର କେହି ଇତିହାସବେତ୍ତା ଲେଖିଅଛନ୍ତି । କିନ୍ତୁ ଆମ୍ଭେମାନେ ଉଲ୍ଲିଖିତ ପ୍ରକାରେ ଅନୁମାନ କରିବାକୁ ଅସମର୍ଥ; ଯେହେତୁ ଇଂରାଜମାନେ ଓଡ଼ିଶାକୁ ଆଗମମ କଲା ସମୟରେ ଖୋର୍ଦ୍ଧ। ରାଜା ସ୍ୱାଧୀନଭାବରେ ରାଜତ୍ୱ କରୁଥିଲେ । ଇଂରାଜମାନେ ଯେତେବଳେ ଓଡ଼ିଶାକୁ ଅଇଲେ, ଖୋର୍ଦ୍ଧ।ରାଜା ବିପକ୍ଷତାଚରଣ ନ କରି ବରଂ ପକ୍ଷାବଲମ୍ବନ ଓ ସେମାନଙ୍କର ଯଥେଷ୍ଟ ସାହାଯ୍ୟ କରିଥିଲେ । ଏହିଅବସ୍ଥାରେ ଇଂରାଜଙ୍କ ସହିତ ତୁଛାକୁ କିପାଁ ଭିଆଇବା ସକାଶେ ସେମାନଙ୍କ ରାଜ୍ୟର ଏକ ଅଂଶକୁ ଲୁଣ୍ଠନ କରିବାପାଇଁ କିପାଁ ଅନୁମତି ଦିଅନ୍ତେ ? ଅନନ୍ତର ଆହୁରି କଥିତ ଅଛି ଯେ, ଖୋର୍ଦ୍ଧାରାଜାଙ୍କ ପକ୍ଷର ଜଣେ କର୍ମଚାରୀ ମୋଗଲବନ୍ଦୀର