ପୃଷ୍ଠା:Odishara Itihas.pdf/୨୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପ୍ରଥମ ଅଧ୍ୟାୟ !

ଉଚ୍ଚଭୂମିମାନଙ୍କରୁ ଅନେକ କର୍ଦ୍ଦମ ଭାସି ଆସେ । ଏହା କର୍ଦ୍ଦମ ନିମ୍ନ ସମତଳଭୂମିରେ ପଟୁରୂପେ ଜମା ହୋଇ ବର୍ଷକୁ ବର୍ଷ ଓଡ଼ିଶାରେ ନୂତନ ଭୂମି ଉତ୍ପାଦିତ ହେଉଅଛି ଓ ନଦୀଗର୍ଭମାନ କ୍ରମଶଃ ଉଚ୍ଚ ହୋଇ ଉଠୁଅଛି । ୧୭୦୮ ମସିହାରେ ବୁଢ଼ାବଳଙ୍ଗକୂଳସ୍ଥିତ ବାଲେଶ୍ୱର ନଗର ଚାରି ମାଇଲ ଅନ୍ତରରେ ଥିଲା, ବର୍ତ୍ତମାନ ସାତ ମାଇଲ ଅନ୍ତରରେ ସ୍ଥିତ ହୋଇଅଛି | ବର୍ତ୍ତମାନ ଓଡ଼ିଶା ନଦୀମାନଙ୍କର ଗର୍ଭ ସାଧାରଣତଃ ଏତେ ଉଚ୍ଚ ହୋଇଅଛି ଯେ ନଦୀ ମଧ୍ୟ ଦେଇ ବହିଯିବା ପାଣି କୂଳ ଉଛୁଳି ଦେଶ ମଧ୍ୟରେ ପ୍ରବେଶ କରି ଗୃହବାସ ଓ ଶସ୍ୟାଦି ନଷ୍ଟ କରିବା ଭୟରେ ବହୁବ୍ୟୟସିଦ୍ଧ ବନ୍ଧମାନ ଅଧିକାଂଶ ନଦୀର ଦୁଇପାର୍ଶରେ ଦିଆ ହୋଇଅଛି । ସମୟ ସମୟରେ ଅତି ବଢ଼ି ହେଲେ ନଦୀଗର୍ଭ ଦେଇ ଯେତେ ପାଣି ବହି ଯାଇ ପାରେ, ତଦପେକ୍ଷା ଦ୍ୱିଗୁଣ ବା ତତୋଽଧିକ ପାଣି ବହି ଆସଇ ଓ ଏଥିଦ୍ୱାରା ଦେଶର କିରୂପ ଅନିଷ୍ଟ ହୁଏ, ହାତୀ ଘୋଡ଼ା ପର୍ଯ୍ୟନ୍ତ କି ପ୍ରକାରେ ଭାସିଯାଏ, ଗତ ୧୮୭୨ ମସିହା ଜୁନମାସ ମହାନଦୀ ବଢ଼ିରେ ତାହା ଅନେକ ନେତ୍ରଗୋଚର କରିଅଛନ୍ତି । ଏକାବେଳକେ ଭୀଷଣ ବେଗରେ ରାଶି ରାଶି ପାଣି ବ‌ହିବାରୁ ଓଡିଶା ନଦୀମାନଙ୍କରେ ଅନେକ ଅତଡ଼ା ପଡ଼ି ବର୍ଷକୁ ବର୍ଷ ଉଭୟକୂଳ ସ୍ଥାନ ସ୍ଥାନରେ ବିସ୍ତୃତ ହେଉଅଛି । ପ୍ରବାଦ ଅଛି ଯେ ଏକ ସମୟରେ କାଠ‌ଯୋଡ଼ି ନଦୀକି ଲେକେ ଦୁଇଖଣ୍ଡ କାଠ ପକାଇ ପାର ହେଉଥୁଲେ । ବତ୍ତମାନ ଏହା ଅର୍ଦ୍ଧ କ୍ରୋଶାଧିକ ବିସ୍ତୃତ ହୋଇଅଛି । ଓଡିଶା ନଦୀମୁହାଣମାନଙ୍କରେ ପ୍ରାକୃତିକ ବାଲିବନ୍ଧମାନ ଉଦିତ ହେବାରୁ କ୍ରମଶଃ ଏମାନ ଦିନକୁଦିନ ଅନାବ୍ୟ ହୋଇ ଉଠୁଅଛି |

ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସାଳନ୍ଦୀ, କାଁଶବାଁଶ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଓଡ଼ିଶା ମଧ୍ୟରେ ପ୍ରଧାନ ନଦୀ ଅଟଇ ।


ସମସ୍ତ ନଦୀ ମଧ୍ୟରେ ମହାନଦୀ ଶ୍ରେଷ୍ଠତମ । ଏ ନଦୀ ଗଣ୍ଡୁଆନା ପ୍ରଦେଶରୁ ଉତ୍ପନ୍ନ ଓ ରଙ୍ଗତେଲ ପ୍ରଭୃତି ଗୋଟିକେତେ ଉପନଦୀଦ୍ୱାରା ବର୍ଦ୍ଧିତକାୟ ହୋଇ ବୌଦଠାରେ ଗଡଜାତ ମଧ୍ୟରେ ପ୍ରବେଶ କରିଅଛି । ତଦନନ୍ତର ସାଲକୀ, କୁସୁମୀ, ସାପୁଆ ଓ ଆଉ ଅନେକ ଉପନଦୀମାନଙ୍କଦ୍ୱାରା ସମ୍ମିଳିତ ହୋଇ ନରାଜଠାରେ ମୋଗଲବନ୍ଦୀ ମଧ୍ୟରେ ପ୍ରବିଷ୍ଟ ହୋଇଅଛି । କାଠଯୋଡୀ, ବିରୂପା, ଚିତ୍ରତୋଳା, ପାଇକା ଏହ କେତୋଟି ମୋଗଲବନ୍ଦୀ ମଧ୍ୟରେ ମହାନଦୀର ପ୍ରଧାନ ଶାଖାନଦୀ ଅଟଇ । କାଠଯୋଡୀରୁ ପୁଣି କୂଆଖାଈ ଓ କୁଆଖାଈରୁ ଭାର୍ଗବୀ କୁଶଭଦ୍ରା ପ୍ରଭୃତ କେତୋଟି ଶାଖା ବାହାରି ପୁରୀଜିଲ୍ଲାରେ ଜଳ ଯୋଗାଉଅଛି । ସମ୍ବଲପୁର ଓ କଟକ ମହାନଦୀତୀରରେ ଅବସ୍ଥିତ । କଣ୍ଟିଲୋ, ପଦ୍ମାବତୀ,