ପୃଷ୍ଠା:Odishara Itihas.pdf/୩୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫
ପ୍ରଥମ ଅଧ୍ୟାୟ ।




ମୋଗଲବନ୍ଦୀ ଅନ୍ତର୍ଗତ କଟକଜିଲା ମଧ୍ୟରେ କଂସା ଓ ପିତ୍ତଳ ବାସନ, ନୋଟା, ଗରା ଚାଉଳିଆଗଞ୍ଜ ଓ ଘଣ୍ଟିମୁଣ୍ଡାଠାରେ ଅଧିକ ପରମାଣରେ ପ୍ରସ୍ତୁତ ହୁଏ । କିସନ୍ନ‌ଗର ଓ ଗୁଲୁନ‌ଗର ତନ୍ତନିର୍ମିତ ଯୋଡ଼ ଏବ ଯକୋଟ ତନ୍ତପ୍ରସ୍ତୁତ ତଡ଼ପ କଟକଜିଲାର ସର୍ବତ୍ର ପ୍ରସିଦ୍ଧ । ପୁରୀଜିଲା ଅନ୍ତର୍ଗତ ବାଳକାଟୀ ଓ ରଥିଳାମା ସୁନ୍ଦର ସୁନ୍ଦର ବାସନ, ନୋଟା, ଗରା ପ୍ରଭୃତି ସକାଶେ ବିଖ୍ୟାତ । ଖୋର୍ଦା ଅନ୍ତର୍ଗତ ଓଡ଼ସିଙ୍ଗରେ ସୁନ୍ଦର ଖଣ୍ଡୁଆ ପ୍ରସ୍ତୁତ ହୁଏ । କିଟକନଗର ସୁନା ରୁପା ତାରକଷୀ କାର୍ଯ୍ୟ ସକାଶେ ଭାରତବର୍ଷରେ ପ୍ରସିଦ୍ଧ । ବାଲେଶ୍ୱର ସହରରେ ଓ ବାଲେଶ୍ୱରର ପଞ୍ଚକୋଶ ଦକ୍ଷିଣବର୍ତ୍ତୀ ରେବଣା ଗ୍ରାମରେ ଉତ୍କୃଷ୍ଟ କଂସା ଓ ପିତ୍ତଳର ନାନାପ୍ରକାର ବାସନ ନିର୍ମାଣ ହୁଅଇ । ଏ ବାସନମାନ ନିଜ ସୌନ୍ଦର୍ଯ୍ୟ ଓ ସୂକ୍ଷ୍ମତା ସକାଶେ ଯେ କେବଳ ଓଡ଼ିଶାରେ ଆଦରଣୀୟ ଏମନ୍ତ ନୁହେ, ବିଦେଶୀୟ ଲେକଙ୍କ ଚିତ୍ତ ସୁଦ୍ଧା ଏ ଦ୍ରବ୍ୟଚୟ ପ୍ରତି ଅକୃଷ୍ଟ ହୋଇଅଛି । ଭଦରଖଠାରେ ଉତ୍ତମ ଯୋଡ଼ ଓ ଗାମୁଛା ପ୍ରସ୍ତୁତ ହୁଏ । ବାଲେଶ୍ୱର ଲୋକେ ସୂଲୁପ ନିର୍ମାଣ କରନ୍ତି ଓ ବାଲେଶ୍ୱରୀ କେଉଟମାନେ ସେହି ସୂଲୁପମାନଙ୍କୁ ସମୁଦ୍ରରେ ଚଳାନ୍ତି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ କାଗଜ ମଧ୍ୟ ପ୍ରସ୍ତୁତ ହୁଅଇ । ଉତ୍ତମ ପଥର କାରିଗରୀ ଅଦ୍ୟାପି ସୁଦ୍ଧା ଓଡ଼ିଶାରେ କାହାରି କାହାରିକୁ କରିବାର ଦେଖାଯାଏ । ପୁର୍ବତନ ଓ ନୂତନ ସମ୍ପ୍ରଦାୟର ସୂଚିକାରମାନେ ବର୍ତ୍ତମାନ ଓଡିଶାରେ ଏକପ୍ରକାର ସୁନ୍ଦର ସଭ୍ୟତାସମ୍ମତ ସୂତବସ୍ତ୍ରମାନ ପ୍ରସ୍ତୁତ କରନ୍ତି ।

ଭିନ୍ନ ଭିନ୍ନ ଭାଷା ଓ ଧର୍ମ — ଓଡ଼ିଶାରେ ଭିନ୍ନ ଭିନ୍ନ ଜାତି ଦୃଷ୍ଟିଗୋଚର ହୁଅନ୍ତି । ଗଡ଼ଜାତ ମଧ୍ୟରେ ଅଧିକାଂଶ ଆଦିମ ଅଧିବାସିମାନେ ବାସ କରନ୍ତି । ସଁତାଳ, କନ୍ଧ, କୋଲ, ଜୁଆଙ୍ଗ, ଶଅର, ଗଣ୍ଡ, ଭୂମିଜ, ସାଁତ ଓ ଢ଼ାଲା ସେମାନଙ୍କ ମଧ୍ୟରେ ପ୍ରଧାନ । ସେମାନଙ୍କର ଭାଷା ଭିନ୍ନ ଭିନ୍ନ ଓ ଅସ୍ପଷ୍ଟ । ସେମାନଙ୍କର ଯେ କି ଧର୍ମ ତାହା ପରିଷ୍କାରରୂପେ କୁହାଯାଇ ନ ପାରେ । ସେମାନେ ଗ୍ରାମଦେବତୀଙ୍କ ପରି ଖଣ୍ଡେ କାଷ୍ଠ କି ପଥର କି ଭୂମି ପୂଜା କରନ୍ତି ଓ ଉପାସ୍ୟ ଦେବତାଙ୍କୁ ନିକଟରେ ଅସଂଖ୍ୟ ବଳି ପ୍ରଦାନ କରନ୍ତି ।

ଆର୍ଯ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ, ଖଣ୍ଡାଇତ ବା ମହାନାୟକ ଓ କରଣମାନଙ୍କୁ ଓଡ଼ିଶାରେ ପ୍ରାଧାନ୍ୟ ଲଭିବାର ଦେଖାଯାଏ; କିନ୍ତୁ ପ୍ରକୃତରେ କହିବାକୁ ଗଲେ ଓଡ଼ିଶା ସମାଜରେ କରଣଙ୍କ ପରି ଉନ୍ନତ ଆଉ କେହି ନୁହନ୍ତି । ସାମାଜିକ ଅନେକ ବିଷୟରେ ଏମାନେ ନେତୃତ୍ୱ ବ‌ହନ କରନ୍ତି । ଏ ଦେଶରେ କାଳକ୍ରମେ ବଙ୍ଗାଳୀ, ଖୋର୍ଟା ଓ ଅନ୍ୟାନ୍ୟ କେତେକ ଜାତି ଆସି ଉପନିବେଶମାନ ସ୍ଥାପନ କରି ଅଛନ୍ତି । ସେମାନଙ୍କ ମଧ୍ୟରେ ବଙ୍ଗାଳୀ କାୟସ୍ଥ ଓ ବୈଦ୍ୟମାନେ ଏହି ଜିଲ୍ଲା