Jump to content

ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୫

ତହିଁରେ ଆମ୍ଭେମାନେ ଯେମନ୍ତ ତାହାର ସେବା କରି ଆମ୍ଭମାନଙ୍କର ନିୟତ କର୍ତ୍ତବ୍ୟ ।

ଜନ୍ତୁର ବିଷୟ ।

ଶଷ୍ୟ । ଏବେ ଜନ୍ତୁର ବିଷୟ କିଛି ଶୁଣିବାକୁ ଆମ୍ଭର ବଡ ବାଞ୍ଛ ହୁଅଇ ।

ଗୁରୁ । ଜଳଚର; ଭୂଚର, ଭୂମି ଜଳଚର, ଆକାଶର ଭେଦରେ ଲକ୍ଷ ପ୍ରକାର ଜନ୍ତୁ ଅଛନ୍ତି ପୁଣି ଜଳଚରାଦି ସମସ୍ତ ଜନ୍ତୁହିଁ ମନୁଷ୍ୟ ବଶୀଭୂତ ।

ଶିଷ୍ୟ । ସେମାନେ ମନୁଷ୍ୟ ଅଧୀନ ହୁଅନ୍ତି କିପାଁ ?

ଗୁରୁ । ମନୁଷ୍ୟର ଉପକାରର ନିମନ୍ତେ ହୁଅନ୍ତି । ଦେଖ, ସେମାନେ ଯେବେ ଅଧୀନ ନୁହନ୍ତେ ତେବେ ସେମାନଙ୍କର ଯେ ଶକ୍ତି ଅଛି ତହିଁରେ ମନୁଷ୍ୟର ହିତ ନ କରି ପୁଣି ହିଂସା କରିବାକୁ ପ୍ରବୃତ୍ତ ହୁଅନ୍ତେ ।

ଶିଷ୍ୟ । ଜନ୍ତୁର କେତେ ଜାତି ଅଛି ?

ଗୁରୁ । ଦୁଗ୍ଧପାୟୀ, ଭୂଜଳଚର, ପକ୍ଷୀ, ମସ୍ଚ୍ୟ, ପତଙ୍ଗ, କୀଟ, ଏହି ଛ ଜାତିରେ ବିଭକ୍ତ ଅଟଇ ।

ଶିଷ୍ୟ । ମନୁଷ୍ୟର ମତେ କି ସମସ୍ତ ଜନ୍ତୁରଇ ଇନ୍ଦ୍ରିୟ ଅଛି ?

ଗୁରୁ । ହାଁ, ମନୁଷ୍ୟର ପ୍ରାୟେ ଚତୁଷ୍ପାଦରହିଁ ପଞ୍ଚେନ୍ଦ୍ରିୟ ଅଛି ବିଶେଷରେ କେତେକ ଜନ୍ତୁର କୌଣସି ଇନ୍ଦ୍ରିୟ ମନୁଷ୍ୟଠାରୁ ହିଁ ପ୍ରବଳ । ତାହାର ପ୍ରମାଣ କୁକୁରର ଆଘ୍ରାଣ ଶକ୍ତି ପୁଣି ନେଉଳର ଶ୍ରବଣ ଶକ୍ତି ମନୁଷ୍ୟର ଆଘ୍ରାଣ ଓ ଶ୍ରବଣ ଶକ୍ତିଠାରୁ ହିଁ ଅଧିକ ।

ଶିଷ୍ୟ । ଏତେ ଜନ୍ତୁର ଭରଣପୋଷଣ ରକ୍ଷଣାବେକ୍ଷଣ କି ପ୍ରକାରେ ହୁଅଇ ?