ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୩


ନିକଟରେ ଗମନ କରି ଟେଁଟା ମାରି ବିନ୍ଧନ୍ତି ତହିଁରେ ସେ ମାଛ ଗଭୀର ଜଳରେ ମଗ୍ନ ହୁଅଇ । କିଛି କାଳ ବିଳମ୍ବରେ ନିଶ୍ୱାସ ତ୍ୟାଗ କରିବା ପାଇଁ ଭାସି ଉଠିଲେ ସେହିକ୍ଷଣି ତାହାର ଉପରେ ଆଉ ଥରେ ଟେଁଟା ମାରନ୍ତି । ତହିଁରେ ଅତିଶୟ ରକ୍ତ ବାହାର ହେବାରେ ତିମି ପ୍ରାଣ ତ୍ୟାଗ କରି ଭାସି ଉଠଇ । ଏହି ପ୍ରକାରେ ଏକ ବର୍ଷର ମଧ୍ୟରେ ପ୍ରାୟ ଦୁଇ ସହସ୍ର ମାଛ ଧରା ହେଉଅଛି ।

ଶିଷ୍ୟ । ତିମି ମସ୍ଚ୍ୟଠାରୁ ଉପକାର କି ?

ଗୁରୁ । ଅନେକ ଉପକାର ଅଛି । ଦେଖ, ତାହାର ମାଂସରୁ ତୈଳ ଜନ୍ମଇ ପୁଣି ତାହାର ମାଢିର ଅସ୍ଥି ନାନା କର୍ମରେ ଲାଗଇ । ଏଥିରେ ସେହି ଏକ ମସ୍ଚ୍ୟର ମୂଲ୍ୟ ପ୍ରାୟ ଦଶ ହଜାର ଟଙ୍କା ହୁଅଇ ।

ଶିଷ୍ୟ । ତିମି ଭିନ୍ନ ଆଉ କୌଣସି ଅସାଧାରଣ ଜନ୍ତୁ ଅଛି ?

ଗୁରୁ । ଭୂଜଳଚର ମାତ୍ରେଇ ଅସାଧାରଣ ଜନ୍ତୁ ଯେହେତୁ ସେମାନଙ୍କର ଫୁସ୍ଫୁସି ଚତୁସ୍ପଦ ପଶୁ କି ପକ୍ଷୀ କି ମସ୍ଚ୍ୟ କୌଣସି ସାଧାରଣ ଜନ୍ତୁର ସଦୃଶ ନୋହେ ପୁଣି ଆଂସିକ ଦୁଇର ନ୍ୟାୟ ହୁଅଇ ଏହି ନିମନ୍ତେ ଚତୁସ୍ପଦର ତୁଳ୍ପ ଭୂମିରେ ପ୍ରାଣ ଧାରଣ କରିବାକୁ ପାରନ୍ତି ପୁଣି ମସ୍ଚ୍ୟର ପରି ଜଳରେଇ ପ୍ରାଣ ଧାରଣ କରିବାକୁ ପାରନ୍ତି ।

ଶିଷ୍ୟ । ଭୂଜଳଚର ଜନ୍ତୁର କେତେ ବରାଗ ଆଉ ସେମାନଙ୍କର ଚିହ୍ନ ଅବା କି ?

ଗୁରୁ । ସେମାନେ ଦୁଇ ବର୍ଗରେ ବିଭିନ୍ନ ହୁଅନ୍ତି । ପ୍ରଥମ ବର୍ଗରେ ବିଭିନ୍ନ ହୁଅନ୍ତି । ପ୍ରଥମ ବର୍ଗର ମଧ୍ୟରେ କଚ୍ଛପ, ବେଙ୍ଗ, ଗୋଧିକା, କୁମ୍ଭୀର, ଇତ୍ୟାଦି ଗମନଶୀଳ ଜନ୍ତୁ ଏହି ସମସ୍ତ ଜନ୍ତୁର ଚାରି ଚରଣ ପୁଣି କର୍ଣ୍ଣର ରନ୍ଧ୍ରମାତ୍ର ଅଛି ପୁଣି ପତା ନାହିଁ । ଦ୍ୱିତୀୟ ବର୍ଗର ମଧ୍ୟରେ ସର୍ପଗଣ ସେମାନଙ୍କର ଚରଣ ନାହିଁ ପୁଣି ଡିମ୍ବ ଶିକୁଳିର ନ୍ୟାୟ ଗୁନ୍ଥା ହୁଅଇ ।