ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୩୫

ଦ୍ୱିତୀୟ ବର୍ଗର ମଧ୍ୟରେ କାକ, ଡାମରାକାକ, ତୋତା, ଇତ୍ୟାଦି ଏମାନଙ୍କର ଥଣ୍ଟା ଅଳ୍ପ ବକ୍ର ହୁଅଇ ।

ତୃତୀୟ ବର୍ଗର ମଧ୍ୟରେ ଯେ ସମସ୍ତ ପକ୍ଷୀ ସେମାନଙ୍କର ଥଣ୍ଟ ଉପରଭାଗ ନିର୍ମଳ ଓ ଅଗ୍ରଭାଗ କିଛି ଓଶାର ପୁଣି ଚର୍ମରେ ଅଚ୍ଛାଦିତ ହୁଅଇ ଯେମନ୍ତ ହଂସ, ରାଜହଂସ, ସାରସ, ଇତ୍ୟାଦି ।

ଚତୁର୍ଥ ବର୍ଗ ପକ୍ଷିର ଥଣ୍ଟ ଖଡିକାର ଆକୃତି ଯେମନ୍ତ ବକ, କାଣ୍ଟିବକ, ମାଣିକ୍ୟୋଡଛା, ଇତ୍ୟାଦି ଜାଣିବ ।

ପଞ୍ଚମ ବର୍ଗଭୁକ୍ତ ପକ୍ଷିଗଣ ଥଣ୍ଟ ବକ୍ର ଓ ତଳର ଥଣ୍ଟଠାରୁ ଉପର ଥଣ୍ଟ ଖଣ୍ଡ କିଛି ଦୀର୍ଘ ଓ ବଙ୍କା ହୁଅଇ । ଏହି ବର୍ଗର ମଧ୍ୟରେ ଉଠପକ୍ଷୀ, ମୟୁର, ଇତ୍ୟାଦି ।

ଷଷ୍ଠ ବର୍ଗର ମଧ୍ୟରେ ଘୁଘ୍ରୁ ଭାରଇ, ବୁଲବୁଲ, ଇତ୍ୟାଦି । ସେମାନଙ୍କର ଥଣ୍ଟ ତ୍ରିକୋଣାକାର ହୁଅଇ ।

ଶିଷ୍ୟ । ପକ୍ଷିଗଣର ଜନ୍ମ ଓ ଆକାରର ବିଷୟରେ କି କୌଣସି ବିଶେଷ କଥା ଅଛି ଯେ ତାହା ବିବେଚନାର ଯୋଗ୍ୟ ହୁଅଇ ?

ଗୁରୁ । ହାଁ, ଯେହେତୁ ଅଣ୍ଡର ଶସ୍ୟଠାରୁ ସେମାନଙ୍କର ଜନ୍ମ ହୁଅଇ । ପକ୍ଷ ଓ ଶରୀର ଦୁଇର ତାପରେ ଅଣ୍ଡର ଶସ୍ୟ ପକ୍ଷୀର ଆକୃତି ବିଶେଷ ହୋଇ ଜୀବ ଉତ୍ପନ୍ନ ହୁଅଇ । ଏ କି ସାମାନ୍ୟ ଆଶ୍ଚର୍ଯ୍ୟ ? ଆଉ ଏଥିରେହେଁ ଈଶ୍ୱରର ନିପୁଣତା ଓ ପାରକତା ପ୍ରକାଶ ହେଉଅଛି ଯେ ସେମାନେ ଯେମନ୍ତ ଉଡିବାକୁ ପାରନ୍ତି ଏହିନିମନ୍ତେ ସେମାନଙ୍କର ଆକାର ଓ ପକ୍ଷି ସୁନ୍ଦର ଋପରେ ନିର୍ମିତ ହୋଇଅଛି । ଭୂଚର ଜନ୍ତୁଠାରୁ ସେମାନଙ୍କର ସେମାନଙ୍କର ଶରୀରର ଅସ୍ଥି ଅତି ସୂକ୍ଷ୍ମ ସକାଶେ ସେମାନେ ହାଲୁକା ହୋଇ ଅନାୟାସରେ ଆକାଶମଣ୍ଡଳରେ ଉଡନ୍ତି । ଆଉ ସେମାନଙ୍କର ଶରୀରସ୍ଥିର ସୂକ୍ଷ୍ମତା ସକାଶେ ସେମାନେ ଯେମନ୍ତ ଦୁର୍ବଳ ନୁହନ୍ତି ଏକାରଣ ସେମାନଙ୍କର ଅସ୍ଥିଗତ ସାର ସବଳ ଓ କଠିଣ ହୋଇଅଛି ।