ପୃଷ୍ଠା:Prabodha Chandrika (1856).pdf/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରୀଯୁତ ବାବୁ ପ୍ରସନ୍ନ କୁମାର ଠାକୁର ।

ହରଚନ୍ଦ୍ର ଘୋଷ ।

ରାମ‌ପ୍ରସାଦ ରାୟ ।

କିଶୋରୀଚାନ୍ଦ ମିତ୍ର ।

କ୍ଷେତ୍ରମୋହନ ଚାଟୁର୍ଯା ।

ଗୋବିନ୍ଦଚନ୍ଦ୍ର ଦତ୍ତ ।

କଲିକତା ନ‌ଗରୀୟ କୃଷ୍ଣବଗାନଠାରେ ଅନେକ ଧୋବା ବାସ କରନ୍ତି ସେମାନେ ଦେଖିଲେ ମୋଟିୟା ମଜୁର ପର୍ଯ୍ୟନ୍ତ ସମସ୍ତେ ସ୍ୱ ସ୍ୱ କର୍ମରେ ଦ୍ୱିଗୁଣ ତ୍ରିଗୁଣ ବେତନ ନେଉଅଛନ୍ତି ଏହି କାରଣ ଜ୍ଞାତି ବନ୍ଧୁଗଣଙ୍କୁ ଆବାହନପୂର୍ବକ ଏକ ସଭା କରିଥିଲେ, ତ‌ହିଁରେ ପ୍ରାମାଣିକ ଧୋବାମାନେ ବକ୍ତ‌ତା କରି ସକଳ ଧୋବାମାନଙ୍କୁ କ‌ହିଲେ ବର୍ତ୍ତମାନ ଟଙ୍କାକର ଚାଉଳ ଦୁଇ ଟଙ୍କା ବିକ୍ରୟ ହେଉଅଛି, ପଇସାକର ମାଛ ଦୁଇ ପଇସାରେ ବିକ୍ରୟ ହେଉଅଛି, ମୋଟିୟାମାନେ ମୋଟ ନେଇ ଯେଉଁ ସ୍ଥାନ‌କୁ ଏକ ପଇସାରେ ଯାଉଥିଲେ ଦୁଇ ପଇସା ନ ପାଇଲେ ସେ ସ୍ଥାନ‌କୁ ଯାଉନାହାନ୍ତି, ଆମ୍ଭେ ପଇସାକର ହାଣ୍ତୀ ଦୁଇ ପଇସା ନ ଦେଲେ ପାଉ ନାହୁଁ ପୂର୍ବରେ ଟଙ୍କାକୁ ଛମ‌ହଣ କାଷ୍ଠ ବିକ୍ରୟ ହେଉଥିଲା ଏବେ ତିନି ମହଣ‌ଋ ଅଧିକ ଦେଉ ନାହିଁ, ଏହିଋପେ ସକଳ ବିଷୟରେ ଦ୍ୱିଗୁଣ ଲାଭ ହେଉଅଛି, ତେବେ ଆମ୍ଭେମାନେ କିହେତୁଋ ଚିରକାଳ ଏକ ମୂଲ୍ୟରେ ରହିଥିବ ? ଅତଏବ ସମସ୍ତେ ପ୍ରତିଜ୍ଞା କର ଏକ ପଇସାରେ ଯେଉଂ ଲୁଗା କାଚୁଥିଲା ଦୁଇ ପଇସା ନ ପାଇଲେ ତାହା କାଚିବ ନାହିଁ ଏଥିରେ ସଭାସ୍ଥ ସମସ୍ତ ଧୋବାମାନେ ପ୍ରତିଜ୍ଞା କରି ଅଛନ୍ତି ଆଉ ଏକ ପଇସାରେ କାଚା ଖଣ୍ତେ ସୁଦ୍ଧା କଚା ହେବ ନାହିଁମ ଯେଉଂମାନେ ନ‌ଗଦ ପଇସା ଦେଇ ଲୁଗା କଚାଉଥିଲେ ସେମାନେ ଘୋର ବିପଦରେ ପଡ଼ି ଅଛନ୍ତି, ଧୋବାମାନେ ସେମାନଙ୍କ ଲୁଗା ନେଉ ନାହାନ୍ତି, ଦରିଦ୍ର ଲୋକେ ଦୁଇ ଚାରି ଖଣ୍ତ କଚାଇବାକୁ ଗଲେ ରଜକମାନେ କ‌ହନ୍ତି ପ୍ରତିଖଣ୍ତରେ ଦୁଇ ପଇସା ଆଗେ ରଖ ତେବେ ଲୁଗା ନେବୁଁ ନତୁବା ଚାଲିଯାଅ, ଆମ୍ଭେମାନେ ଆଉ ଲୁଗା କାଚିବା ବ୍ୟବସାୟ କରିବୁ ନାହିଁ, ସନ୍ତାନମାନଙ୍କୁ