ପୃଷ୍ଠା:Prabodha Chandrika (1856).pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପାଠଶାଳାରେ ଦେଇଅଛୁଁ ଲୁଗା ମୋଟ ବୋହିବା କର୍ମ ପରିତ୍ୟାଗ କଲୁଁ, ଏକେତ ଲୁଗା କଚାଇବା ନିମନ୍ତେ ଦରିଦ୍ର ଲୋକେ ଦୁଃଖ ପାଉଅଛନ୍ତି ପୁଣି ଧୋବାମାନେ ଲୁଗା କାଚିବୁ ନାହିଁ ବୋଲି ପ୍ରତିଜ୍ଞା କରିଅଛନ୍ତି, ଦେଶ ରକ୍ଷକ ଲେପ୍‌ଟେନେଣ୍ଟ ବାହାଦୁଇ ଦୁର୍ଜ୍ଜୟଲିଙ୍ଗ ସୁଡ଼ଙ୍ଗକୁ ତପସ୍ୟା କରିବାକୁ ଚାଲିଲେ ତେବେ ତେଦ୍ଦେଶୀୟ ଲୋକଙ୍କର ଉପାୟ କି ? ଲୁଗା କଚାଇବାର କି ହେବ ଏଥିର ଗୋଟାଏ ବନ୍ଦୋବସ୍ତ କରି ଯେମନ୍ତ ଦୁର୍ଜ୍ଜୟଲିଙ୍ଗ ଆଶ୍ରୟ କରନ୍ତୁ, ଏଥିଉତ୍ତାରୁ ନାପିତମାନେ ସୁଦ୍ଧା କ୍ଷୌରକର୍ମ ଦୂରୀଭୂତ କରି ଦେବେ ଅତଏବ ଦେଶ ରକ୍ଷକ ମହାଶୟ ଦେଶ ରକ୍ଷାର ଉପାୟ ଦେଖନ୍ତୁ ।

ଇଂଲିସ୍‌ମ୍ୟାନ ପତ୍ରରୁ ବିଦିତ ହେଲା କି, ଛୋଟ ନାଗପୁରର କମିଶନର ଶ୍ରୀଯୁକ୍ତ ଡବଲିଉ ଜେ, ଏଲେନ ସାହେବ ମୃତ ଡନବାର ସାହେବଙ୍କ ପଦରେ ନିଯୁକ୍ତ ହେବେ ।

ଶ୍ରୀଯୁକ୍ତ ଗବର୍ଣ୍ଣର ବାହାଦୁର ଅନୁଜ୍ଞା କରିଅଛନ୍ତି, ପାରସୀ‌ୟାନମାନଙ୍କର ଯେଉଂ ସବୁ ବାଣିଜ୍ୟ ଜାହାଜ ବର୍ତ୍ତମାନ ବ୍ରିଟିସାଧିକାରରେ ଅଛି ତ‌ହିଁର ନାବିକମାନେ ଅତିଶୀଘ୍ର ଦ୍ରବ୍ୟାଦି ବୋଝାଇ କରି ସ୍ୱଦେଶକୁ ଯାଉନ୍ତୁ, ଏଥିବାଦ ଆଉ କୌଣସି ଜାହାଜ ଇଙ୍ଗରାଜ ଅଧିକାରକୁ ଆସି ପାରିବ ନାହିଁ ।

ପଶ୍ଚିମ ପ୍ରଦେଶର ଲେପ୍‌ଟେନେଣ୍ଟ ଗବର୍ଣ୍ଣର ଅତିଶୀଘ୍ର ସ୍ୱୀୟପଡ଼ି ପରିତ୍ୟାଗ କରିବେ ଉକ୍ତ ପଦ ରିକ୍ତ ହେଲାରୁ ବୋର୍ଡର ପ୍ରଧାନ ମେମ୍ବର ଡନବାର ସାହେବ ଲେପ୍‌ଟେନେଣ୍ଟ ଗବର୍ଣ୍ଣରୀ ପଦାଭିଷିକ୍ତ ହୋଇଥାନ୍ତେ କିନ୍ତୁ କି ଆକ୍ଷେପର ବିଷୟ ! ଏମନ୍ତ ସମୟରେ ବିଜ୍ଞବର ସାହେବ ମାନବଲୀଳା ସମ୍ବରଣ କଲେ ।

ଇଂଲିସ୍‌ମ୍ୟାନ ପତ୍ରରୁ ପ୍ରକାଶ ହେଲା, ଗଣକ ଦେଶୀୟ ଗବର୍ଣ୍ଣମେଣ୍ଟ କୋଠୀରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଚୋରୀ ହୋଇଅଛି ଗବର୍ଣ୍ଣର ବାହାଦୂରଙ୍କର ଜଣେ ପାଚକ କିୟତ୍ସଂଖ୍ୟକ ମୁଦ୍ର ସଞ୍ଚୟ କରି ଏକ ବାକ୍‌ସ ମଧ୍ୟରେ ରଖି ସେ ବାକ୍‌ସକୁ ବାଲିଶ ଭିତରେ ରଖିଥିଲା କୌଣସି ତସ୍ୱର ସେ ବାଲିଶ