ସେଇ କୁବ୍ୟବହାର ବର୍ତ୍ତମାନ ସମସ୍ତେ ଜାଣୁଅଛନ୍ତି । ପ୍ରତି ବର୍ଷ କପାର ପୁସ୍ପୋ-ତ୍ପତ୍ତି ସମୟରେ ଅର୍ଥାତ୍ ମାଘ ପୌର୍ଣ୍ଣମୀରେ ଏକ ଏକ ପର୍ବ ହୋଇଥାଏ ସେହି ସମୟରେ ନରବଳି ଦିଅନ୍ତି । ଏହି ନରବଳିର ସୃଷ୍ଟି କି କାରଣ ହୋଇଅଛି ତାହାର ଗଳ୍ପ ଏହି ପ୍ରକାର ଶୁଣାଅଛି । କନ୍ଦ ଜାତିମାନେ କହନ୍ତି କି ସେମାନଙ୍କ ସହସ୍ର ପୁଋଷ ପୂର୍ବରେ ଲୋକେ ଯେତେବେଳେ ଦକ୍ଷିଣ ଦେଶୀୟ ଦାତାନାମକ ପର୍ବତଋ ଉଠି ଏହି ପର୍ବତରେ ପହୁଞ୍ଚିଲେ ତେତେବେଳେ ଆତ୍ମାରାଣୀ ସେମାନଙ୍କୁ ଆଣିଥିଲେ ମାତ୍ର ତତ୍କାଳେ ଏହି ପର୍ବତର ମାଟି ଏ ପ୍ରକାର ନରମ ଥିଲା କି ପାଦର ଚିହ୍ନ ବସି ଯାଉଥିବାଋ ଲୋକଙ୍କ ବସତିର ଉପଯୁକ୍ତ ନ ଥିଲା । ତହିଂ ଉତ୍ତାରେ ହଠାତ୍ ଏକ ଦିନ ଆତ୍ମାରାଣୀର ଅଙ୍ଗୁଳି କଟିଯାଇ ପୃଥିବୀରେ ରକ୍ତ ପଡ଼ିବା ମାତ୍ରକେ ମାଟି ଶକ୍ତ ହେଲା ଏବଂ ତହିଂରେ ବାସ କରି ପାରିଲେ । ତବ୍ଦାଦ ଆତ୍ମାରାଣୀ ଜାଣିଲେ, ମନୁଷ୍ୟଙ୍କ ଋଧିରରେ ମୃତ୍ତିକା ଶକ୍ତ ହୁଏ ଅତଏବ ସ୍ୱଇଚ୍ଛା ପୂର୍ବକ ଆପଣା ଗଳାକାଟି ପୃଥିବୀକୁ ରକ୍ତ ଦେଇ ପ୍ରାଣତ୍ୟାଗ କଲେ ଏ ନିମନ୍ତେ ଅଦ୍ୟାବଧି ଲୋକେ ନରବଳି ବହୁମୂଲ୍ୟ ଜ୍ଞାନ କରନ୍ତି ।
ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶରେ ଯେଉଂ ପ୍ରକାର ଗୃହାଦି ଦେଖା ଯାଏ ଗୁମସରର ଗୃହ ସବୁ ସେହିଋପେ ଦେଖାଯାଏ ନାହିଁ । ସେ ସ୍ଥାନ ନିବାସିମାନେ ପାର୍ବତୀୟ ପଶୁଙ୍କୁ ଦୂର କରି ଉଭୟ ପର୍ବତ ମଧ୍ୟ ସ୍ଥଳରେ ଚାସ ଏବଂ ବସତି କରନ୍ତି । ସେମାନେ ବୃହତ୍ ନଗର ନିର୍ମାଣ କରି ତନ୍ମଧ୍ୟରେ ବାସ କରିବାକୁ ଅନିଛୁକ, କିଞ୍ଚିତ୍ ୨ ଦୂରରେ କ୍ଷୂଦ୍ର ୨ ଗ୍ରାମ କରି ରହନ୍ତି ଏବଂ ଗୃହ ସବୁ କାଷ୍ଠରେ ନିର୍ମାଣ କରନ୍ତି ।
କନ୍ଦଜାତିର ଆନ୍ତରିକ ବ୍ୟବହାର କିଞ୍ଚିତ୍ ଜଣ ଯାଇଅଛି । ସେମାନେ ଅପରଦେଶୀୟ ଅଜ୍ଞାନ ଲୋକଙ୍କ ନ୍ୟାୟ ସ୍ତ୍ରୀ ପୁରୁଷେ ସ୍ୱତନ୍ତ୍ର ୨ ଆହାର କରନ୍ତି ଆଉ ଚାସ ଇତ୍ୟାଦି ବାହାର କର୍ମ ପୁଋଷ କରନ୍ତି, ସ୍ତ୍ରୀ ଲୋକେ କେବଳ ଗୃହ କର୍ମ କରନ୍ତି ଏବଂ ସେମାନଙ୍କ ପରିଚ୍ଛଦାଦି ଏତେଦ୍ୱେଶୀୟ ଲୋକଙ୍କର ସମାନ ।
ଅନ୍ୟାନ୍ୟ ଅସଭ୍ୟ ଜାତିର ଯେଉଁ ସବୁ ଗୁଣ ଥାଏ ତାହାମଧ୍ୟ କନ୍ଦ ଜାତି ଲୋକଙ୍କ ମଧ୍ୟରେ ପ୍ରକାଶ ହୁଏ । ଅତିଥି ଘରକୁ ଆସିଲେ ପ୍ରାୟ ସମସ୍ତେ ତାହାକୁ ସମାଦରପୂର୍ବକ ରଖନ୍ତି ଏବଂ କୌଣସି ୨ ବିଷୟରେ ଯଥାର୍ଥ ବ୍ୟବହାର କରନ୍ତି ମାତ୍ର ଯୁଦ୍ଧରେ କିଞ୍ଚିତ୍ ମାତ୍ର ଦୟା ନାହିଁ । ଏବଂ