Jump to content

ପୃଷ୍ଠା:Prabodha Chandrika (1856).pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପଣ୍ତିତମାନେ ପର ନିମନ୍ତେ ଧନ ଓ ପ୍ରାଣ ତ୍ୟାଗ କରନ୍ତି; ହେତୁ କି, ବସ୍ତୁମାତ୍ରର ବିନାଶ ଅବଶ୍ୟ ହୁଏ, ଅତଏବ ସାଧୁଲୋକ ନିମନ୍ତେ ପ୍ରାଣାଦିର ତ୍ୟାଗ ଉତ୍ତମ । ଆଉ ଅସାଧାରଣ କାରଣ ଏହି,

ଜାତିଦ୍ରବ୍ୟବଳାନାଞ୍ଚ ସାମ୍ୟମେଷାଂ ମୟା ସ‌ହ ।

ମ‌ପୃଭୁତ୍ବଫଳଂ ବ୍ରୂହି କଦା କିନ୍ତଦ୍‌ଭବିଷ୍ୟତି ।।

ଆମ୍ଭ ସ‌ହିତ ଏମାନଙ୍କର ଜାତି, ଦ୍ରବ୍ୟ, ବଳ ତୁଲ୍ୟ ଅଟେ, ତେବେ ଆମ୍ଭ ପ୍ରବୁତ୍ୱର ଫଳ କେତେବେଳେ କି ହେବ ତାହା କ‌ହ ।

ବିନା ବର୍ତ୍ତନମେବୈତେ ନ ତ୍ୟଜନ୍ତି ମମାନ୍ତିକଂ ।

ତନ୍ମେ ପ୍ରାଣବ୍ୟୟେନାପି ଜୀବୟେତାନ୍ମମାଶ୍ରିତାନ୍ ।।

ପୁନଶ୍ଚ ଏମାନେ ବେତନ ବ୍ୟତିରେକରେ ସୁଦ୍ଧା ଆମ୍ଭର ସଙ୍ଗ ତ୍ୟାଗ କରନ୍ତି ନାହିଁ, ସେହେତୁଋ ଆମ୍ଭର ପ୍ରାଣ ନଷ୍ଟ ହେଲେହେଂ ଆମ୍ଭର ଏହି ଆଶ୍ରିତମାନଙ୍କୁ ଜୀବନ ଦାନ କର ।

ମାଂସମୂତ୍ରପୁରୀଷାସ୍ଥିନିର୍ମିତେ ଚ କଳେବରେ ।

ବିନଶ୍ୱରେ ବିହାୟାସ୍ଥାଂ ଯଶଃ ପାଳୟ ମିତ୍ର ମେ ।।

ଆହୁରି ହେ ମିତ୍ର, ମାଂସ ଅସ୍ଥିଦ୍ୱାରା ନିର୍ମିତ ବିନାଶଶୀଳ ଶରୀରରେ ସ୍ନେହ ପରିତ୍ୟାଗ କରି କୀର୍ତ୍ତି ରକ୍ଷା କର ।

ଯଦି ନିତ୍ୟମନିତ୍ୟେନ ନିର୍ମଳଂ ମଳବାହିନା ।

ଯଶଃ କାୟେନ ଲଭ୍ୟେତ ତଦାଲତ୍ୱଧଂ ଭନେନ୍ନ‌କିଂ ।।

ଆହେ ଦେଖ, ଅନିତ୍ୟ ଏବଂ ମଳବାହି ଶରୀରଦ୍ୱାରା ନିତ୍ୟ ଅଥଚ ନିର୍ମଳ ଯଶ ଯେବେ ଲବ୍‌ଧ ହୁଏ, ତେବେ କି ଲବ୍‌ଧ ନ ହୁଏ ? ଯେହେତୁ‌ଋ,

ଶରୀରସ୍ୟ ଗୁଣାନାଞ୍ଚ ଦୂରମତ୍ୟନ୍ତମନ୍ତରଂ ।

ଶରୀରଂ କ୍ଷବବିଧ୍ୱଂସି କଳ୍ପାନ୍ତସ୍ଥାୟିନୋ ଗୁଣାଃ ।।

ଶରୀର ଓ ଗୁଣର ଯେ ଦୂରତା ସେ ଅତ୍ୟନ୍ତ ଅନ୍ତର, କାରଣ କି, ଶରୀର ଅଳ୍ପକାଳ ସ୍ଥାୟି, ଗୁଣ କଳ୍ପାନ୍ତସ୍ଥାୟୀ ।

ଇହା ଶୁଣି ହିରଣ୍ୟକ ହୃଷ୍ଟଚିତ୍ତ ଓ ପୁଲକିତ ହୋଇ କ‌ହିଲା, ସାଧୁ, ଏହି ଆଶ୍ରିତ ବାତ୍ସଲ୍ୟରେ ତ୍ରିଲୋକର ପ୍ରଭୁତ୍ୱ ତୁମ୍ଭଠାରେ ଉପ‌ଯୁକ୍ତ ହୁଏ । ଇହା କ‌ହି ସେ ହିରଣ୍ୟକ କପୋତମାନଙ୍କ ବନ୍ଧନ ଚ୍ଛେଦନ କଲା । ଅନନ୍ତର