ପୃଷ୍ଠା:Prabodha Chandrika (1856).pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମାଚାର ପତ୍ରିକା

ସକଳ ପଶୁ ଆହାର ନ ପାଇ ମରି ଗଲେ ଏହି ସବୁ ଦୁରବସ୍ଥା ଦେଖି ଜେନରଲ ଉଇଲେମସ ସାହେବ ସନ୍ଧିର ନିଶାନ ଉଠାଇ ଦେଲେ, ଏଥିର ଅବ୍ୟବ‌ହିତ ପୂର୍ବରେ ନବେମ୍ବର ମାସ ୧୦ ତାରିଖରେ ନ‌ଗରୀୟ ସେନାମାନେ ମୃତବତ୍ ହୋଇ ଋଷମାନଙ୍କ ଉପରେ ଚଢ଼ାଉ କରିଥିଲେ ମାତ୍ର ତାହା "ଛିନ୍ନ ମୁଣ୍ତରେ ଭୃକୁଟୀର ନ୍ୟାୟ "ନିଷ୍ଫଳ ଚେଷ୍ଟା ହେଲା, ମୁଷ୍ଟିପରିମିତ ନିରାହାରୀ ନିର୍ବୀର୍ଯ ହତାଶ ବାହିନୀ କେତେବେଳେ ସବଳ ଓ ଜୀବିତ ସେନାଗଣଙ୍କ ସଙ୍ଗେ ଯୁଦ୍ଧରେ ସ୍ଥିତ ହୋଇ ପାରନ୍ତି ? ବିଶେଷତଃ ଋଷ ସେନାମାନେ ନ‌ଗରର ପାର୍ଶ୍ୱ ଚର୍ତ୍ତି ସକଳ ଦେଶ ଓ ପଥ ଋଦ୍ଧ କରିଥିଲେ ସେଥିତେ ସେନାମାନେ ନ‌ଗରର ପାର୍ଶ୍ୱ ଚର୍ତ୍ତି ସକଳ ଦେଶ ଓ ପଥ ଋଦ୍ଧ କରିଥିଲେ ସେଥିରେ ସେନାମାନେ କୌଣସି ଆଡ଼େ ପଳାଇବାର ମାର୍ଗ ପାଇଲେ ନାହିଁ ଏବଂ ବିପକ୍ଷ‌ପକ୍ଷଙ୍କ ପ୍ରବାଳନଳ ସ‌ହ୍ୟ କରି ନ ପାରି କ୍ଷଣ ବିଳମ୍ବରେ ପୁନରାୟ ଶୂନ୍ୟ ନ‌ଗରରେ ପ୍ରବିଷ୍ଟ ହେଲେ, ଏହି ଚରମ ଚେଷ୍ଟାରେ ନିରାକୃତ ଓ ଭରସା ଶୂନ୍ୟ ହୋଇ ଜେନରଲ ଉଇଲେମସ ସାହେବ ଏହି ନିୟମରେ ବିପକ୍ଷ ହସ୍ତରେ ନ‌ଗର ସମର୍ପଣ କରିବାକୁ ପ୍ରସ୍ତାବ ପଠାଇଲେ, ଯେବେ ଋଷ ସେନାପତିମାନେ ତାଙ୍କୁ ଇରଜିରମ ନ‌ଗରକୁ ଯିବାକୁ କ‌ହିବେ ତେବେ ସେ ନ‌ଗର ତ୍ୟାଗ କରିବେ" ପ୍ରବଳପକ୍ଷ କୌଣସି କାଳରେ ହୀନ ବଳଙ୍କ ପ୍ରସ୍ତାବ ଗ୍ରହଣ କରନ୍ତି ନାହିଁମ ଋଷ ଜେନରଲ ମିଉରାବିଫ ଏ ପ୍ରସ୍ତାବ ଅଗ୍ରାହ୍ୟ କଲେ, ଏଋପେ ନିଋପାୟ ହୋଇ ଜେନରଲ ଉଇଲିଏମସ ସାହେବ ସ‌ସୈନ୍ୟ ବିପକ୍ଷ ହସ୍ତରେ ପ୍ରାଣ ସମର୍ପଣ କଲେ ଓ ଚାଷମାନେ ନ‌ଗରାଧିକାର କଲେ, ଏ ବିଷୟରେ ବିଶେଷ ବୃତ୍ତାନ୍ତ ଅଦ୍ୟାପି ସମସ୍ତ ପ୍ରକାଶ ହୋଇ ନାହିଁ, ଫଳତ ଋଷ ସେନାଙ୍କ ଦ୍ୱାରା କାର୍ସ ନ‌ଗର ଅଧିକାର ହୋଇଅଛି ତାଙ୍କ ପକ୍ଷରେ କୌଣସି ସଂଶୟ ନାହିଁ ।


ଆମ୍ଭେମାନେ ଏହି କଥା ଶୁଣି ଆହ୍ଲାଦିତ ହେଲୁଁ, ରାମ‌ବଗିଚା ବାସି ନାମରେ ବିଖ୍ୟାତ ଦତ୍ତବଂଶୀୟ ବାବୁମାନେ ବିଧବା ବିବାହର ସପକ୍ଷ ହୋଇଅଛନ୍ତି ଫେବୃଏରି ମାସ ୧ ତାରିଖରେ ବାବୁ କୈଳାସଚନ୍ଦ୍ର ଦତ୍ତ ବାବୁ ଗୋବିନ୍ଦଚନ୍ଦ୍ର ଦତ୍ତ ବାବୁ ଶଶିଚନ୍ଦ୍ର ଦତ୍ତ ବାବୁ ହରିଚନ୍ଦ୍ର ଦତ୍ତ ବାବୁ ଗିରୀଶଚନ୍ଦ୍ର ଦତ୍ତ ବାବୁ ହେମଚନ୍ଦ୍ର ଦତ୍ତ ବାବୁ ଉମେଶଚନ୍ଦ୍ର ଦତ୍ତ ବାବୁ ହରେକୃଷ୍ଣ ଦତ୍ତ ବାବୁ ପୀତାମ୍ବର ଦତ୍ତ ବାବୁ ଶ୍ୟାମାଚରଣ ଦତ୍ତ ବାବୁ ହେରମ୍ବଚନ୍ଦ୍ର ଦତ୍ତ ବାବୁ ଗୋପାଳକୃଷ୍ଣ ଦତ୍ତ ବାବୁ କେଦାରନାଥ ଦତ୍ତ ବାବୁ କୈଳାସଚନ୍ଦ୍ର ବସୁ ବାବୁ ଶ୍ୟାମାଚରଣ ଦାସ ବାବୁ ଯଦୁନାଥ ମୁଖୋପାଧ୍ୟାୟ ବାବୁ ରାଜେନ୍ଦ୍ରନାଥ ମିତ୍ର